Advertisment

Vijay Rupani's Lucky Number: ଲକି ନମ୍ବର ହିଁ ପାଲଟି ଗଲା ବିଜୟ ରୂପାନୀଙ୍କ ପାଇଁ ସବୁଠୁ ଅନଲକି, ଜାଣନ୍ତୁ କେମିତି...

କିନ୍ତୁ ସେହି ଶୁଭ ନମ୍ବର ଯେ ତାଙ୍କ ପାଇଁ ଏତେ ସବୁଠୁ ଅଧିକ ଅଶୁଭ ହେବେ ସେ କେବେ ସ୍ୱପ୍ନରେ ବି ଭାବି ନଥିବେ । କାହିଁକି ନା ଗତ ଗୁରୁବାର ତାରିଖ ଥିଲା ୧୨-୦୬ । ଆଉ ସେହି ୧୨-୦୬ ହିଁ ତାଙ୍କ ପାଇଁ ଅନ୍ତିମ ଦିନ ପାଲଟିଗଲା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଲକି ନମ୍ବର ପାଲଟିଲା ଅନଲକି

ଲକି ନମ୍ବର ପାଲଟିଲା ଅନଲକି

ଗୁରୁବାର ଅହମ୍ମଦାବାଦରେ ଘଟିତିଲା ଭୟଙ୍କର ବିମାନ ଦୁର୍ଘଟଣା । ଏଥିରେ ବିମାନରେ ଥିବା ଜଣେ ଯାତ୍ରୀଙ୍କୁ ଛାଡ଼ି ଆଉ ସମସ୍ତ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ୨୪୧ ଜଣ ଯାତ୍ରୀଙ୍କ ମଧ୍ୟରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ତେବେ ବିଜୟ ରୂପାନୀଙ୍କ ମୃତ୍ୟୁ ପରେ ଏକ ରୋଚକ କଥା ଏବେ ସାମ୍ନାକୁ ଆସିଛି । ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ପାଇଁ ୧୨୦୬ ନମ୍ବର ବହୁତ ଲକି ଥିଲା ବୋଲି ବିବେଚନା କରାଯାଉଥିଲା । ଏମିତିକି ତାଙ୍କ ସ୍କୁଟରରୁ ଆରମ୍ଭ କରି କାରର ନମ୍ବର ପ୍ଲେଟ୍‌ର ନମ୍ବର ୧୨୦୬ ଥିଲା । ଏହି ନମ୍ବର ତାଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ସେ ମାନୁଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଆକାଶରେ ବିପଦ, ଏୟାର ଇଣ୍ଡିଆ ଦେଖିଛି ସର୍ବାଧିକ ବିମାନ ଦୁର୍ଘଟଣା

କିନ୍ତୁ ସେହି ଶୁଭ ନମ୍ବର ଯେ ତାଙ୍କ ପାଇଁ ଏତେ ସବୁଠୁ ଅଧିକ ଅଶୁଭ ହେବେ ସେ କେବେ ସ୍ୱପ୍ନରେ ବି ଭାବି ନଥିବେ । କାହିଁକି ନା ଗତ ଗୁରୁବାର ତାରିଖ ଥିଲା ୧୨-୦୬ । ଆଉ ସେହି ୧୨-୦୬ ହିଁ ତାଙ୍କ ପାଇଁ ଅନ୍ତିମ ଦିନ ପାଲଟିଗଲା ।

ପଞ୍ଜାବ ବିଜେପି ମୁଖ୍ୟ ସୁନୀଲ ଜାଖଡ଼ଙ୍କ ଅନୁଯାୟୀ, ବିଜୟ ରୂପାନୀ ତାଙ୍କ ପତ୍ନୀଙ୍କ ସହ ଜୁନ୍ ୫ ତାରିଖରେ ଲଣ୍ଡନ ଯିବାର ଥିଲା । କିନ୍ତୁ ସେ ଲୁଧିଆନା ପଶ୍ଚିମ ଉପନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ଜୁନ୍ ୧୨ ପର୍ଯ୍ୟନ୍ତ ଯାତ୍ରାକୁ ସ୍ଥଗିତ ରଖିଥିଲେ। ଜାଖଡ଼ ଦୁଃଖ ପ୍ରକାଶ କରି କହିଥିଲେ, 'ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭାଗ୍ୟ ଏପରି ଖେଳ ଖେଳିଲା ଯେ ସେ ଅଡ଼ୁଆରେ ଫସିଗଲେ । ରୂପାନୀ ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ, କିନ୍ତୁ ସେ କେବେ ପହଞ୍ଚି ନଥିଲେ।'

Advertisment

ସୂଚନା ଅନୁସାରେ, ଗୁରୁବାର ସମୟ ଅପରାହ୍ନ ଗୋଟାଏ ୩୯ ମିନିଟ୍ । ଅହମ୍ମଦାବାଦ ଏୟାରପୋର୍ଟର ୨୩ ନମ୍ବର ରନୱେରୁ ଲଣ୍ଡନର ଗେଟୱିକ୍ ଏୟାରପୋର୍ଟକୁ ଉଡ଼ାଣ ଭରିଥିଲା ଏହି ବୋଇିଂଟି । ବିମାନରେ ଥିଲେ ୧୨ କ୍ରିଉ ମେମ୍ବର ଓ ୨୩୦ ଜଣ ଯାତ୍ରୀ । ହେଲେ ରନୱେରୁ ଟେକଅଫ୍ କରୁ କରୁ ଆଖି ସାମ୍ନାରେ ହଠାତ୍ ତଳକୁ ଖସି ଆସି ସିଧା ବିଜେ ମେଡ଼ିକାଲ୍ କଲେଜର ଏହି ହଷ୍ଟେଲ୍ ବିଲଡିଂରେ ପିଟି ହୋଇ ଯାଇଥିଲା ଫ୍ଲାଇଟଟି । କେହି କିଛି ବୁଝିବା ଆଗରୁ ଧୂଳିସାତ ହୋଇଯାଇଥିଲା ସବୁକିଛି । ଦୃଶ୍ୟ ଦେଖିଲେ ଲାଗୁଥିଲା, କୌଣସି ଏକ ଯୁଦ୍ଧତ୍ରସ୍ତ ଦେଶରେ ମିଜାଇଲ୍ ମାଡ଼ରେ ଧ୍ବଂସବିଧ୍ବସ୍ତ କୋଠା । ଆଉ ଏଣେ ହୁତୁହୁତ ହୋଇ ଜଳି ଉଠୁଛି ବିମାନର ଭଗ୍ନାବଶେଷ। ଏହି ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୬୯ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ପର୍ତ୍ତୁଗିଜ୍ ଏବଂ ଜଣେ କାନାଡ଼ାର ନାଗରିକ ।

ଅଧିକ ପଢ଼ନ୍ତୁ: ଲଣ୍ଡନ ଯିବା ସ୍ୱପ୍ନ ହୋଇଗଲା ଚୁରମାର; ଜଳିଗଲେ ବାପାମା’ ଓ ୩ ଛୁଆ

India Air India Plane Crash
Advertisment
Related Articles
Advertisment