/odishatv-khabar/media/post_attachments/uploadimage/library/16_9/16_9_0/s_1684985767.jpg)
s jaishankar says why australian pm called pm modi the boss
୩ ଦେଶ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତ ଫେରିଛନ୍ତି। ଦିଲ୍ଲୀର ପାଲାମ ବିମାନ ବନ୍ଦରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଦଳର ଅନ୍ୟ ନେତା ଓ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହି ବିଦେଶ ଗସ୍ତରେ ଯିବା ତାଙ୍କର ସୌଭାଗ୍ୟ ଥିଲା। ସାରା ବିଶ୍ୱ ଯେଭଳି ଭାବେ ଆଜି ଭାରତକୁ ଦେଖୁଛି, ଏହା କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଯୋଗୁ ସମ୍ଭବପର ହୋଇପାରିଛି। ଖାଲି ଏତିକି ନୁହେଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ‘ଦ ବସ୍’ ବୋଲି କହିଲେ ଏହାର କାରଣ ମଧ୍ୟ ଏସ୍ ଜୟଶଙ୍କର କହିଛନ୍ତି।
ଅଧିକ ପଢ଼ନ୍ତୁ: ମୋଦିଙ୍କ ଲୋକପ୍ରିୟତାରେ ଚକିତ ଅଷ୍ଟ୍ରେଲିଆ
ଏସ୍ ଜୟଶଙ୍କର କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୁଁ ଏହି ବିଦେଶ ଗସ୍ତରେ ଯାଇଥିଲି। ମୁଁ କିଛି ଜିନିଷ କହିବାକୁ ଚାହୁଁଛି ଯେ, କିପରି ଭାବେ ସାରା ବିଶ୍ୱ ଆମ ପ୍ରଧାନମନ୍ତ୍ରୀଙ୍କୁ ଦେଖୁଛି। ସିଡ୍ନୀ ଗସ୍ତକୁ ନେଇ ଜୟଶଙ୍କର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଯେଉଁ ‘ଦ ବସ୍’ କହିଥିଲେ, ଏହା ତାଙ୍କ ଭାଷଣରେ ନଥିଲା। ଏହା ସେ ତାଙ୍କ ମନରୁ ହିଁ କହିଥିଲେ। ଏସ୍ ଜୟଶଙ୍କରଙ୍କ କହିବା ଅନୁସାରେ, କାର୍ଯ୍ୟକ୍ରମ ପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ ଯେ, ମୋଦିଙ୍କୁ ‘ଦ ବସ୍’ କହିବା ତାଙ୍କ ମନର କଥା ଥିଲା। ଏହା ନା କୌଣସି କାଗଜ କିମ୍ବା ଭାଷଣରେ ଲେଖା ଥିଲା। ଏହା ମୋ ମନ ଭିତରର କଥା ଥିଲା।’
ମୋଦିଙ୍କୁ ଗୁରୁ ବୋଲି କହିଲେ ପାପୁଆ ନିୟୁ ଗିନି ପ୍ରଧାନମନ୍ତ୍ରୀ:
ଏସ୍ ଜୟଶଙ୍କର ଆହୁରି କହିଛନ୍ତି, ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ପାପୁଆ ନିୟୁ ଗିନିରେ ପହଞ୍ଚିଥିଲେ, ସେଠାରେ ତାଙ୍କୁ ଏମିତି ସ୍ୱାଗତ କରାଯାଇଥିଲା ସମସ୍ତେ ଏହା ଦେଖି ଚକିତ ହୋଇଯାଇଥିଲେ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ ପାପୁଆ ନିୟୁ ଗିନିର ପ୍ରଧାନମନ୍ତ୍ରୀ ଜେମସ୍ ମାରାପେ। ପାପୁଆ ନିୟୁ ଗିନିର ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ନା କେବଳ ମୋ ପାଇଁ ଏକ ଦେଶର ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ସେ ମୋର ଗୁରୁ। ପ୍ରଧାନମନ୍ତ୍ରୀ ମୋଦି ସାରା ବିଶ୍ୱର ଗୁରୁ। ତାଙ୍କ ଠାରୁ ଆମକୁ ପ୍ରେରଣା ମିଳୁଛି। ଆଜି ପର୍ଯ୍ୟନ୍ତ ଏମିତି କାହାକୁ ଦେଖି ନାହିଁ, ଯିଏ ସାରା ଦୁନିଆ ବିଷୟରେ ଭାବୁଛନ୍ତି।
ଅଧିକ ପଢ଼ନ୍ତୁ: ବିଶ୍ୱରେ ମୋଦିଙ୍କ ଦବଦବା; ପାପୁଆ ନ୍ୟୁଗିନି ଓ ଫିଜି ଦେଶ ପକ୍ଷରୁ ଦିଆଗଲା ସର୍ବୋଚ୍ଚ ସମ୍ମାନ
प्रधानमंत्री नरेंद्र मोदी जी की ३ देशों की सफल यात्रा संपन्न हुई।
मेरे अनुभव के बारे में सुनिए: pic.twitter.com/5DRwFuZ8Us
— Dr. S. Jaishankar (@DrSJaishankar) May 25, 2023
ଅଟୋଗ୍ରାଫ୍ ମାଗିଲେ ବାଇଡେନ୍...
ଏହାବ୍ୟତୀତ ଜାପାନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଟୋଗ୍ରାଫ୍ ମାଗିଥିଲେ। ଜୋ ବାଇଡେନ୍, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଂଶସାରେ ପୋତି ପକାଇବା ସହ କହିଥିଲେ , ଆମେରିକାରେ ଆପଣଙ୍କର ବହୁତ ଲୋକପ୍ରିୟତା ଅଛି । ଆପଣ ମୋର ବି ପ୍ରିୟ ନେତା . . ତେଣୁ ମୋତେ ଗୋଟିଏ ଅଟୋଗ୍ରାଫ ଦରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)