• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜାପାନର ହିରୋସିମା ସହରରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ ବିଶ୍ୱର ପ୍ରମୁଖ ନେତାମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କ୍ୱାଡ ସମ୍ମିଳନୀରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଏବଂ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଯୋଗ ଦେଇଛନ୍ତି ।

ନିରୋଳା ବନ୍ଧୁତାର ନିଦର୍ଶନ

ଏଥର ଦେଖାସାକ୍ଷାତରେ ପୁଣି ଥରେ ବାଇଡେନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଥିବା ପ୍ରଗାଢ଼ ବନ୍ଧୁତାର ନିଦର୍ଶନ ଦେଖିବା ପାଇଁ ମିଳିଛି । ଉଭୟ ନେତା ପରସ୍ପରକୁ ଅଭିବାଦନ ଜଣାଇ ପରସ୍ପରକୁ ଆଲିଙ୍ଗନ କରିଛନ୍ତି । ଜୋ ବାଇଡେନ୍‌, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଂଶସାରେ ପୋତି ପକାଇବା ସହ କହିଛନ୍ତି , ଆମେରିକାରେ ଆପଣଙ୍କର ବହୁତ ଲୋକପ୍ରିୟତା ଅଛି । ଆପଣ ମୋର ବି ପ୍ରିୟ ନେତା . . ତେଣୁ ମୋତେ ଗୋଟିଏ ଅଟୋଗ୍ରାଫ ଦରକାର ।

ୟୁଏସ୍‌ରେ ଆପଣ ଖୁବ୍‌ ଲୋକପ୍ରିୟ : ବାଇଡେନ୍

ଆମେରିକାର ରାଷ୍ଟ୍ରପତି ବାଇଡେନ ଏବଂ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ପହଞ୍ଚି ସେମାନେ ସାମ୍ନା କରୁଥିବା ଅଜବ ଚ୍ୟାଲେଞ୍ଜ ସମ୍ପର୍କରେ ଅଭିଯୋଗ କରିଥିଲେ । ଏହି ସମୟରେ ବାଇଡେନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ, 'ଆପଣଙ୍କର ପଦକ୍ଷେପ ଦର୍ଶାଉଛି ଗଣତନ୍ତ୍ର ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଆପଣ ମୋ ପାଇଁ ଏକ ସମସ୍ୟା ସୃଷ୍ଟି କରୁଛନ୍ତି । ଆସନ୍ତା ମାସରେ ଆମେ ୱାଶିଂଟନରେ ଆପଣଙ୍କ ପାଇଁ ଏକ ରାତ୍ରୀ ଭୋଜନ ଆୟୋଜନ କରିଛୁ । ଦେଶର ବିଭିନ୍ନ ସ୍ଥାନରୁ ଅନେକ ଲୋକ ଏଥିରେ ଯୋଗ ଦେବାକୁ ଚାହୁଁଛନ୍ତି । ହେଲେ ଟିକେଟ୍ ସରିଯାଇଛି । ଆପଣ ଭାବୁଥିଲେ ମୁଁ ଥଟ୍ଟା କରୁଛି, କିନ୍ତୁ ଆପଣ ମୋ ଟିକ୍‌କୁ ପଚାରି ପାରନ୍ତି । ଅନେକ ଲୋକ ଫୋନ୍‌ କରି ସେହି ରାତ୍ରିଭୋଜନ ପର୍ବରେ ସାମିଲ ହେବା ପାଇଁ ଅନୁରୋଧ କରୁଛନ୍ତି । ଚଳଚ୍ଚିତ୍ର ଅଭିନେତା ଠାରୁ ଆରମ୍ଭ କରି ସମ୍ପର୍କୀୟ ... ଆପଣ ସମସ୍ତଙ୍କର ପ୍ରିୟ। "

ଏହାପୂର୍ବରୁ ଶନିବାର ଦିନ ଜି -୭ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବା ମାତ୍ରେ ପାଖକୁ ଯାଇ ଆଲିଙ୍ଗନ କରିଥିଲେ ଜୋ ବାଇଡେନ୍‌ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କୁ ଆଦର ଓ ସ୍ନେହର ସହିତ ଆଲିଙ୍ଗନ କରିଥିଲେ।

ସୂଚନାଯୋଗ୍ୟ ଜାପାନର ହିରୋସିମାରେ ଆଜି ଜି-୭ ବୈଠକ ହୋଇଛି । ଜି-୭ ରାଷ୍ଟ୍ର ତଥା ଆମେରିକା, ଜାପାନ, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, ଇଟାଲି ଏବଂ କାନାଡ଼ାର ନେତାମାନେ ଆଜି ଏହି ସମ୍ମିଳନୀରେ ଏକଜୁଟ ହୋଇଛନ୍ତି।