• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁ ପ୍ରଣାମ କଲେ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମସ୍‌ ମାରାପେ । ରବିବାର ପପୁଆ ନ୍ୟୁ ଗିନିର ମୋରିସବେ ଏୟାରପୋର୍ଟରେ ମୋଦି ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମଥର ପାଇଁ କୌଣସି ଏକ ଦ୍ୱୀପକୁ ଯାତ୍ରା କରିଛନ୍ତି । ଜାପାନ G7 ସମ୍ମିଟରେ ଯୋଗ ଦେବାକୁ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ଦ୍ୱୀପକୁ ଗସ୍ତ କରିଛନ୍ତି । ପପୁଆ ନ୍ୟୁ ଗିନି ଗସ୍ତ ପରେ ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଯିବେ । ଏହାପରେ ସେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି ।

 

ଜାପାନର ହିରୋସିମାରେ ଜି-7 ଶିଖର ସମ୍ମିଳନୀରେ ଯୋଗ ଦେଇ ପପୁଆ ନ୍ୟୁ ଗିନିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏହି ଦ୍ୱୀପ ଦେଶ ମୋଦିଙ୍କୁ ଏକ ଦୁର୍ଲଭ ସମ୍ମାନ ମିଳିଛି, ଯାହା କେବଳ କେତେଜଣ ନେତାଙ୍କୁ ମିଳିଥାଏ । ସାଧାରଣତଃ ପପୁଆ ନ୍ୟୁ ଗିନିରେ ସନ୍ଧ୍ୟା ପରେ ରାଷ୍ଟ୍ର ମୁଖ୍ୟମାନଙ୍କୁ ପାରମ୍ପାରିକ ସ୍ୱାଗତ କରାଯାଇନଥାଏ, କିନ୍ତୁ ମୋଦିଙ୍କ କ୍ଷେତ୍ରରେ ଏହି ପରମ୍ପରା ବଦଳାଇଛନ୍ତି ସେଠାକର ପ୍ରଧାନମନ୍ତ୍ରୀ ଜେମସ ମାରାପେ ।

ପପୁଆ ନ୍ୟୁ ଗିନିରେ ପହଞ୍ଚିବା ପରେ ସେ ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଷ୍ଟ୍ରିୟ ସମ୍ମାନ ସହ ପାରମ୍ପାରିକ ସ୍ୱାଗତ କରିଥିଲେ । ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ପାପୁଆ ନ୍ୟୁ ଗିନି ଗସ୍ତ ଏବଂ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ଏହି କାରଣରୁ ଏହି ଯାତ୍ରା ଗୁରୁତ୍ୱ ବହନ କରୁଛି ।