Advertisment

ସରିଲା ‘ଭାରତ ଯୋଡୋ’ ଯାତ୍ରା; ବରଫ ଫିଙ୍ଗାଫିଙ୍ଗି ହେଲେ ରାହୁଲ-ପ୍ରିୟଙ୍କା

ଶେଷ ହୋଇଛି ‘ଭାରତ ଯୋଡୋ’ ଯାତ୍ରା। ୧୩୫ ଦିନ ବ୍ୟାପୀ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪ ହଜାର କିଲୋମିଟର ଅତିକ୍ରାନ୍ତ କରିବା ପରେ କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜମ୍ମୁ କଶ୍ମୀରର ଶ୍ରୀନଗରରେ ଶେଷ ହୋଇଛି। ଏହି ଅବସରରେ ଦେଖିବାକୁ ମିଳିଛି ବରଫରେ ରାହୁଲ-ପ୍ରିୟଙ୍କାଙ୍କ ଝଗଡା।

author-image
Pramod Behera
ଅଦ୍ୟତନ ହୋଇଛି
Rahul-Priyanka Enjoy Snowball Fight In Srinagar

rahul-priyanka enjoy snowball fight in srinagar

ଶେଷ ହୋଇଛି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ ଭାରତ ଯୋଡୋ ଯାତ୍ରା। ୧୩୫ ଦିନ ବ୍ୟାପୀ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪ ହଜାର କିଲୋମିଟର ଅତିକ୍ରାନ୍ତ କରିବା ପରେ କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଜମ୍ମୁ କଶ୍ମୀରର ଶ୍ରୀନଗରରେ ଶେଷ ହୋଇଛି।

Advertisment

ଏହି ଅବସରରେ ଶ୍ରୀନଗରରେ କଂଗ୍ରେସ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ରାହୁଲଙ୍କ ସହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, ଜମ୍ମୁ କାଶ୍ମୀର କଂଗ୍ରେସ ମୁଖ୍ୟ ଗୁଲାମ ଅହମଦ ମୀର ଏବଂ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଶ୍ରୀନଗର ଶେର୍-ଇ-କାଶ୍ମୀର ଷ୍ଟାଡିୟମରେ ଦଳ ପକ୍ଷରୁ ଏକ ରାଲିର ଆୟୋଜନ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଯେତେବେଳେ ମୁଁ ଠିକ୍ ଝିଅ ପାଇଯିବି ସେତେବେଳେ ମୁଁ ବିବାହ କରିବି - ରାହୁଲ ଗାନ୍ଧୀ

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ଥିବା ପ୍ରେମକୁ ସର୍ବସାଧାରଣରେ ପ୍ରକାଶ କରିବାକୁ କେବେ ବି କୁଣ୍ଠାବୋଧ କରନ୍ତି ନାହିଁ। ରାହୁଲ ଗାନ୍ଧୀ ପ୍ରାୟତଃ ତାଙ୍କ ଭଉଣୀମାନଙ୍କ ସହିତ ହୃଦୟସ୍ପର୍ଶୀ ମୂହୁର୍ତ୍ତଗୁଡିକ ଶେୟାର କରନ୍ତି ଯାହା ସମସ୍ତଙ୍କ ପ୍ରଶଂସା ଲାଭ କରିଥାଏ। ଭାରତ ଯୋଡୋ ଯାତ୍ରାର ସଫଳ ପରିସମାପ୍ତି ପରେ ଆଜି ମଧ୍ୟ ଶ୍ରୀନଗରରେ ଖୁସି ମନାଇଥିଲେ ରାହୁଲ।

ରବିବାର ଦିନ ଶ୍ରୀନଗରରେ ‘ଭାରତ ଯୋଡା’ ଯାତ୍ରାର ଶେଷ ପର୍ଯ୍ୟାୟରେ ଭାଇ-ଭଉଣୀ ଯୋଡିଙ୍କ ମଧ୍ୟରେ ଏକ ଖୁସିର ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରାଯାଇଥିଲା। ଶ୍ରୀନଗରରେ ଭାରତ ଯୋଡୋ ଯାତ୍ରାର ଶେଷ ଚରଣରେ ତୁଷାରପାତର ମଜା ନେଇ ଗାନ୍ଧୀ ଭାଇ-ଭଉଣୀ ଏକ ହୃଦୟସ୍ପର୍ଶୀ ମୁହୂର୍ତ୍ତକୁ ବାଣ୍ଟିଛନ୍ତି।

ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଥିବା ଏହି ଭିଡିଓରେ ଦୁହେଁ ତୁଷାରପାତକୁ ଉପଭୋଗ କରୁଥିବା ଦେଖିବାକୁ ମିଳେ। ସେମାନେ ଛୋଟ ପିଲାଙ୍କ ଭଳି ପରସ୍ପର ଉପରକୁ ବରଫା ଫିଙ୍ଗାଫିଙ୍ଗି ହେଉଥିବା ଦେଖାଯାଏ। ସେମାନଙ୍କ ଏହି ଖୁସିର ମୁହୂର୍ତ୍ତର କ୍ଲିପ୍ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି, ଯାହା ଲୋକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଉଛି।

ସୂଚନାଯୋଗ୍ୟ ଯେ ପ୍ରିୟଙ୍କା ଗାନ୍ଧୀ ଶନିବାର ଦିନ କାଶ୍ମୀରର ଭାରତ ଯୋଡା ଯାତ୍ରାର ଶେଷ ଚରଣରେ ତାଙ୍କ ଭାଇଙ୍କ ସହ ଯୋଗ ଦେଇଥିଲେ। ଏହି ମାସ ଆରମ୍ଭରେ ଦୁଇ ଭାଇଭଉଣୀଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ‘ଭାରତ ଯୋଡୋ’ ଯାତ୍ରା ଦୀର୍ଘ ୪,୦୮୦ କିଲୋମିଟର ପଦଯାତ୍ରାରେ ଦେଶର ୭୫ଟି ଜିଲ୍ଲାକୁ ଭ୍ରମଣ କରିଛି।

Priyanka Gandhi Rahul Gandhi Bharat Jodo Yatra Congress Bharat Jodo Yatra
Advertisment
Advertisment