Advertisment

President Gets Emotional: ଜନ୍ମଦିନରେ ମଞ୍ଚ ଉପରେ କାନ୍ଦି ପକାଇଲେ ମହାମହିମ, କାରଣ...

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ । ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ଡେରାଡୁନରେ ମଧ୍ୟ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । ଯେଉଁଠି ଯୋଗ ଦେଇଥିବା ବେଳେ ମଞ୍ଚ ଉପରେ କାନ୍ଦି ପକାଇଛନ୍ତି ମହାମହିମ । କାହିଁକି, ଜାଣନ୍ତୁ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Prez Gets Emotional

Prez Gets Emotional

"ବାର୍ ବାର୍ ଦିନ ଏ ଆଏ...ବାର୍ ବାର୍ ଦିଲ୍ ୟେ ଗାଏ...ହାପି ବାର୍ଥ ଡେ ଟୁ ୟୁ... ।" ଏହି କଣ୍ଠ ସ୍ୱର ଥିଲା କୁନି କୁନି ଦିବ୍ୟାଙ୍ଗ ପିଲାଙ୍କର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି କିଛି ଗାଉଥିଲେ ପିଲାଏଁ । ଯାହା ଶୁଣିବା ପରେ ଭାବବିହ୍ୱଳ ହୋଇଛନ୍ତି ରାଷ୍ଟ୍ରପତି । ତାଙ୍କ ଆଖିର ଲୁହ ଆଉ ବୋଲ ମାନିନି । ଦିବ୍ୟାଙ୍ଗ ପିଲାଙ୍କ ଏହି ମଧୁର କଣ୍ଠ ସ୍ୱର ଆଉ ନିଜ ପ୍ରତି ଥିବା ଶ୍ରଦ୍ଧା ଦେଖି ମଞ୍ଚ ଉପରେ କାନ୍ଦି ପକାଇଛନ୍ତି ମହାମହିମ । 

Advertisment

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ । ୬୭ ବର୍ଷରେ ପାଦ ଥାପିଛନ୍ତି ମହାମହିମ । ଏହି ଅବସରରେ ଉତ୍ତରାଖଣ୍ଡ ଡେରାଡୁନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଦ ଏମପାୱାରମେଣ୍ଟ ଅଫ୍ ପର୍ସନ୍ସ ୱିଥ୍ ଡିଜାବିଲଟି ଅନୁଷ୍ଠାନରେ ରାଷ୍ଟ୍ରପତିଙ୍କ ଜନ୍ମଦିନ ପାଳନ ଅବସରରେ ଦେଖିବାକୁ ମିଳିଛି ଏହି ଭାବବିହ୍ୱଳ ଦୃଶ୍ୟ । 

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାମହିମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । 

ଅଧିକ ପଢନ୍ତୁ: ମ୍ୟାଡାମ୍ ପ୍ରେସିଡେଣ୍ଟଙ୍କ ଜନ୍ମଦିନ, ଦୀର୍ଘାୟୁ କାମନା କଲେ ପ୍ରଧାନମନ୍ତ୍ରୀ

President Draupadi Murmu
Advertisment
Related Articles
Advertisment