/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750409965.jpg)
Man Killed Brother
ସମ୍ପତ୍ତି ପାଇଁ ଭାଇ ସାଜିଲା ବଇରୀ । ଭାଇ ରକ୍ତରେ ହୋଲି ଖେଳିଲା ସାନଭାଇ । କଟକ ବକ୍ସି ବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୈତୃକ ସମ୍ପତ୍ତି ବିବାଦକୁ ନେଇ ଭାଇକୁ ହତ୍ୟା କରିଛନ୍ତି ଭାଇ, ଭାଉଜ ଓ ପୁତୁରା । ମୃତକ ହେଲେ ଅଶୋକ ବାରିକ ।
ଗତ ୨ ଦିନ ତଳେ ମାର୍କେଟ କମ୍ପ୍ଲେକ୍ସରୁ ଅଶୋକଙ୍କ ମୃତଦେହ ମିଳିଥିଲା । ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଦେଖାଯାଇଥିଲା । କମିଶନରେଟ ପୋଲିସ ଘଟଣାର ତଦନ୍ତ କରି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି । ହତ୍ୟାକାରୀ ଆଉ କେହି ନୁହନ୍ତି ନିଜ ରକ୍ତର ଭାଇ । ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ମୃତକ ଅଶୋକ ବାରିକଙ୍କ ସାନ ଭାଇ ଉମେଶ ବାରିକ, ବଡ଼ ଭାଉଜ ସରସ୍ୱତୀ ସ୍ୱାଇଁ ଓ ପୁତୁରା ସ୍ୱୟଂପ୍ରଭୁ ଶ୍ରୀଚରଣ । ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
ଅଧିକ ପଢନ୍ତୁ: କଟକରେ ଚାଞ୍ଚଲ୍ୟ; ଯୁବକଙ୍କ ଗଳା କାଟି ବୀଭତ୍ସ ହତ୍ୟା
ଏଥିରେ ସଂପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତକୁ ଖୋଜୁଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ପୈତୃକ ସମ୍ପତ୍ତି ହଡପ କରିବା ଉଦ୍ୟମରେ ଅଭିଯୁକ୍ତମାନେ ଅଶୋକଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।
ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧିକ ଘଟଣା । କେଉଁଠି ହତ୍ୟା, ଆକ୍ରମଣ ତ ଆଉ କେଉଁଠି ଧର୍ଷଣ । ବର୍ତ୍ତମାନ ସାରା ରାଜ୍ୟରେ ଗୋପାଳପୁର ଗଣଦୁଷ୍କର୍ମ ଘଟଣା ଆଲୋଡନ ସୃଷ୍ଟି କରିଛି । ଯେଉଁଠି ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ବେଳାଭୂମିରେ ବସିଥିବାବେଳେ ୧୦ ଜଣ ଯୁବକ ଆସି ପୁରୁଷବନ୍ଧୁଙ୍କ ଆଗରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)