/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750408692.jpg)
Honeymoon Crime
ରାଜାକୁ ହତ୍ୟା କରିବା ପୂର୍ବରୁ ସଞ୍ଜୟ ବର୍ମା ସହ ୧୦୦ ଥର କଥା ହୋଇଥିଲା ସୋନମ୍ । କଲ୍ ଡିଟେଲ୍ସରୁ ସଞ୍ଜୟଙ୍କ ନାଁ ସାମ୍ନାକୁ ଆସିଥିଲା । ଏହାକୁ ନେଇ ବଢ଼ିଥିଲା ସସ୍ପେନ୍ସ । ସଞ୍ଜୟ କିଏ ତାକୁ ନେଇ ଉଠିଥିଲା ପ୍ରଶ୍ନ । ଘନ ଘନ ଜେରା କରିଥିଲା ପୋଲିସ । ତଦନ୍ତରୁ ସଞ୍ଜୟ ସସ୍ପେନ୍ସ ଉପରୁ ପରଦା ହଟିଛି । ସୋନମ୍ର ଆସିକ୍ ରାଜ କୁଶୱା ହିଁ ସଞ୍ଜୟ ।
ରାଜର ନାଁକୁ ସଞ୍ଜୟ ନାଁରେ ନିଜ ମୋବାଇଲ୍ରେ ସେଭ୍ କରି ଭୂଆଁ ବୁଲାଇବାକୁ ଚେଷ୍ଟା କରିଥିଲା ସୋନମ୍ । ଏବେ ଜେରା ବେଳେ ପୋଲିସ ଆଗରେ ଗୋଟି ଗୋଟି ସବୁ ସତ ଉଗାଳି ପକାଇଛନ୍ତି ଉଭୟ ଖୁନୀ ଲଭବାର୍ଡ । ମାର୍ଚ୍ଚ ୧ରୁ ମାର୍ଚ୍ଚ ୨୫ ମଧ୍ୟରେ ସୋନମ୍ ଏହି ନମ୍ବରରେ ୧୧୯ ଥର ଫୋନ୍ ଲଗାଇଥିଲେ । ୩୯ ଦିନ ମଧ୍ୟରେ ସୋନମ୍ ସଞ୍ଜୟ ଓରଫ୍ ରାଜ୍ଙ୍କ ସହ ୨୩୯ ଥର କଥା ହୋଇଥିଲେ ବୋଲି ପୋଲିସ କହିଛି ।
ଅଧିକ ପଢନ୍ତୁ: ରେଡ ହ୍ୟାଣ୍ଡ ଧରା ପଡ଼ିଲେ ସ୍ତ୍ରୀ, ରାଗିଗଲେ ସ୍ୱାମୀ; ନାକକୁ କାମୁଡ଼ି ଛିଣ୍ଡାଇ ଦେଲେ
ରାଜା ରଘୁବଂଶୀ ହତ୍ୟା ମାମଲାରେ ତଦନ୍ତ ଯେତିକି ଆଗଉଛି ନୂଆ ନୂଆ ଚରିତ୍ରଙ୍କ ସେତିକି ଏଣ୍ଟ୍ରି ହେଉଛି । ଏବେ ସ୍କାନରରେ ରହିଛି କ୍ୟାବ୍ ଡ୍ରାଇଭର୍ । ରାଜାଙ୍କୁ ହତ୍ୟା ପରେ ଇନ୍ଦୋର ଫେରିଥିବା ସୋନମ୍ଙ୍କୁ ୟୁପି ନେଇ ଯାଇଥିଲା କ୍ୟାବ୍ ଡ୍ରାଇଭର ଗୋବିନ୍ଦ । ପୋଲିସ ବର୍ତ୍ତମାନ ଗୋବିନ୍ଦଙ୍କୁ ପଚରାଉଚରା କରିଛି ।
ସେହିପରି ଏହି ଘଟଣାରେ ଜଣେ ଯୁବତୀଙ୍କ ବି ଏଣ୍ଟ୍ରି ହୋଇଛି । ଅଲ୍କା ନାମକ ଜଣେ ଯୁବତୀଙ୍କ ସହ ସୋନମ ଲଗାତର ସମ୍ପର୍କରେ ଥିବା ରାଜାଙ୍କ ଭାଇ ଅଭିଯୋଗ ଆଣିଛନ୍ତି । ସୋନମଙ୍କ ଗୋଟିଏ ନୁହେଁ ତିନୋଟି ମୋବାଇଲ୍ ଫୋନ୍ ବ୍ୟବହାର କରୁଥିଲେ । ଏବେ ତାକୁ ଖୋଜୁଛି ପୋଲିସ । କେହି ଜାଣିଶୁଣି ଘଟଣାସ୍ଥଳରୁ ସୋନମଙ୍କ ଫୋନ୍ ହଟାଇ ଦେଇଥିବା ପୋଲିସ ସନ୍ଦେହ କରୁଛି । ଏହା ପଛରେ କିଏ ରହିଛି ? ତାହା ଜାଣିବା ପାଇଁ ପୋଲିସ ଘନ ଘନ ପଚରାଉଚରା ଚଳାଇଛି ।
ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ପତ୍ନୀ ସୋନମ ସମେତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଜୁନ୍ ୧୮ରେ ଏମାନଙ୍କ ରିମାଣ୍ଡ ଅବଧି ସରିଥିବା ବେଳେ ଗୁରୁବାର କୋର୍ଟ ରାଜ୍ ଓ ସୋନମ୍କୁ ଆଉ ଦୁଇ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଅନ୍ୟ ତିନି ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ରାଜା ରଘୁବଂଶୀଙ୍କ ମୃତ୍ୟୁ ପଛରେ ପ୍ରେମ ସମ୍ପର୍କ ବ୍ୟତୀତ କାହାର ଆର୍ଥିକ ଉଦ୍ଦେଶ୍ୟ ଅଛି କି ନାହିଁ ସେ ନେଇ ପୋଲିସ ଏସ୍ଆଇଟି ଗଠନ କରି ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)