/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750389752.jpg)
President's Birthday
ଓଡ଼ିଶାର ଗର୍ବ ଓ ଗୌରବ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜି ଜନ୍ମଦିନ । ୬୭ ବର୍ଷରେ ପାଦ ଥାପିଲେ ମହାମହିମ ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାମହିମଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ (X)ରେ ଉଲ୍ଲେଖ କରିଛନ୍ତି, ଜନ୍ମଦିନର ଅନେକ ଶୁଭକାମନା ରାଷ୍ଟ୍ରପତି ଜୀ । ଆପଣଙ୍କ ଜୀବନଶୈଳୀ ଓ ନେତୃତ୍ୱ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ଦେଶର କୋଟି କୋଟି ଜନତା ଆପଣଙ୍କଠାରୁ ପ୍ରେରଣା ପାଇଛନ୍ତି ।" ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମୋଦି ଆହୁରି ଲେଖିଛନ୍ତି ଯେ, ସେ ସମାଜସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ସେ ସର୍ବଦା ପଛୁଆ ବର୍ଗ ଲୋକଙ୍କ ଉନ୍ନତିକରଣ ଦିଗରେ କାମ କରିଆସିଛନ୍ତି । ଭଗବାନ ତାଙ୍କୁ ସୁଖ ସମୃଦ୍ଧି ଦିଅନ୍ତୁ ଓ ଦୀର୍ଘାୟୁ କରନ୍ତୁ । ଯେପରିକି ସେ ଏମିତି ସେବା ଜାରି ରଖି ପାରିବେ ।
#ରାଷ୍ଟ୍ରପତି_ଭବନରେ_ଓଟିଭି
ଆଜି ମହାମହିମ ରାଷ୍ଟ୍ରପତିଙ୍କ ଜନ୍ମଦିନ। ଏହି ଅବସରରେ ରାଷ୍ଟ୍ରପତି ଭବନରୁ ଦେଖନ୍ତୁ ଓଟିଭିର ମହାକଭରେଜ୍… ଆଜି ରାତି ୮ଟାରେ...@rashtrapatibhvn#RaisinaHill#NewDelhi#Droupadi Murmu#OTV pic.twitter.com/DQS1R97GMr— ଓଟିଭି (@otvkhabar) June 20, 2025
ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ପଦ ଅଳଙ୍କୃତ କରିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ୧୯୫୮ ମସିହା ଜୁନ୍ ୨୦ରେ ସେ ଜନ୍ମଗ୍ରହଣ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଏକ ଅଖ୍ୟାତ ପଲ୍ଲୀ ଉପରବେଡ଼ାରେ ଜନ୍ମଗ୍ରହଣ କରିଥିବା ଦ୍ରୌପଦୀ ଏବେ ଦେଶର ପ୍ରଥମ ନାଗରିକ । ଜଣେ ଓଡ଼ିଆ ଝିଅ ଦେଶର ସର୍ବୋଚ୍ଚ ଆସନ ଅଳଂକୃତ କରିଥିବାରୁ ରାଜ୍ୟବାସୀ ଗର୍ବିତ । ୨୫ ଜୁଲାଇ ୨୦୨୨ରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଦ୍ରୌପଦୀ । ଆଦିବାସୀ ବହୁଳ ଅଞ୍ଚଳ ମୟୂରଭଞ୍ଜ ରାଇରଙ୍ଗପୁରରୁ ରାଇସିନା ହିଲ୍ ଯାତ୍ରା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)