• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ 'ରୋଜଗର ମେଳା' ଅନ୍ତର୍ଗତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରାୟ ୭୧,୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ରେ ୨୩୬ ଜଣଙ୍କୁ, କଟକ ରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ୨୦୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ।

ନିଯୁକ୍ତି ପତ୍ର ପ୍ରଦାନ ପରେ ମୋଦି କହିଛନ୍ତି, ଆଜି ୭୦ ହଜାରରୁ ଅଧିକ ଯୁବକଯୁବତୀଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି ମିଳିଛି। ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ… । ଏକ ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ଯୁବକଙ୍କ ପ୍ରତିଭା ଏବଂ ଶକ୍ତିକୁ ସଠିକ୍ ସୁଯୋଗ ଦେବା ପାଇଁ ଆମ ସରକାର ପ୍ରତିବଦ୍ଧ। ଆଜିର ନୂତନ ଭାରତ, ଯେଉଁ ନୀତି ଓ ରଣନୀତି ଦ୍ୱାରା ପରିଚାଳିତ ହେଉଛି, ତାହା ଦେଶ ପାଇଁ ନୂତନ ସମ୍ଭାବନା ଏବଂ ନୂତନ ସୁଯୋଗର ଦ୍ୱାର ଖୋଲିଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, 'ଏନଡିଏ ଏବଂ ବିଜେପି ଶାସିତ ରାଜ୍ୟରେ ଯୁବକ ଯୁବତୀଙ୍କୁ ରୋଜଗାରର ଉତ୍ତମ ସୁଯୋଗ ପ୍ରଦାନ କରାଯାଉଛି । ଆଜିର ରୋଜଗାର ମେଳା ମଧ୍ୟ ଏହି ପର୍ଯ୍ୟାୟରେ ଏକ ବଡ଼ ଉପହାର । କୋଭିଡ ପରେ ସମଗ୍ର ବିଶ୍ୱକୁ ମାନ୍ଦାବସ୍ଥାର ଶିକାର ହେବାକୁ ପଡ଼ିଛି । ଅଧିକାଂଶ ଦେଶର ଅର୍ଥନୀତି ହ୍ରାସ ପାଉଛି, କିନ୍ତୁ ଏସବୁ ମଧ୍ୟରେ ବିଶ୍ୱ ଭାରତକୁ ଏକ ଉଜ୍ଜ୍ୱଳ ସ୍ଥାନ ଭାବରେ ଦେଖୁଛି ।