/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748239804.jpg)
PM Modi In Gujarat
ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରେସନ ସିନ୍ଦୂର ପରେ ଜନ୍ମମାଟିକୁ ଏହା ତାଙ୍କର ପ୍ରଥମ ଗସ୍ତ । ଭଦୋଦରାରେ ପହଞ୍ଚି ରୋଡ୍ ଶୋ' କରିଛନ୍ତି ପିଏମ । ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ' ସମୟରେ ବିଶାଳ ଜନ ସମୁଦ୍ର ଦେଖିବାକୁ ମିଳିଛି ।
Advertisment
ଅପରେସନ ସିନ୍ଦୂରରେ ଗୁରୁଦାୟିତ୍ୱ ନେଇଥିବା କର୍ଣ୍ଣେଲ ସୋଫିଆ କୁରେସିଙ୍କ ପରିବାର ଲୋକେ ମଧ୍ୟ ସେଠାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ସେମାନେ ପୁଷ୍ପ ବୃଷ୍ଟି କରି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଛନ୍ତି । ସୋଫିଆଙ୍କ ଭଉଣୀ ସାଏନା ସୁନସାରା କହିଛନ୍ତି, "ମହିଳା ସଶକ୍ତିକରଣ ଦିଗରେ ପ୍ରଧାନମନ୍ତ୍ରୀଙ୍କ ଅବଦାନ ଅନେକ ।" ସୂଚନା ଅନୁସାରେ, ଦୁଇ ଦିନିଆ ଗୁଜରାଟ ଗସ୍ତ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଗୁଜରାଟକୁ ପାଖାପାଖି ୭୭ ହଜାର କୋଟିର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦି ।
ଅଧିକ ପଢନ୍ତୁ : ବିକାନେରରୁ ପିଏମ୍ ମୋଦିଙ୍କ ସିଂହ ଗର୍ଜନ; କହିଲେ, ୨୨ ମିନିଟରେ ଭାରତ ନେଲା ଏପ୍ରିଲ୍ ୨୨ର ବଦଲା
Advertisment
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)