/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747928323.jpg)
ପାକିସ୍ତାନ...ଏଥର ସମ୍ଭାଳ
ଏପ୍ରିଲ୍ ୨୨ର ବଦଲା ମାତ୍ର ୨୨ ମିନିଟରେ ନେଲା ଭାରତ । ପହଲଗାମ୍ ଲୋମହର୍ଷକ ଆତଙ୍କୀ କାଣ୍ଡକୁ ଆଜି ମାସେ ପୂରିଥିବା ବେଳେ ରାଜସ୍ଥାନରେ ଏଭଳି ସିଂହନାଦ ସହ ପାକିସ୍ତାନକୁ ଜୋରଦାର ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଆଗକୁ ପ୍ରତିଟି ଆତଙ୍କୀ ହମଲା ପାଇଁ ପାକିସ୍ତାନକୁ ବହୁ ମୂଲ୍ୟ ଦେବାକୁ ହେବ । ସମୟ ଓ ପଦ୍ଧତି ସେନା ନିର୍ଦ୍ଧାରଣ କରିବ, ସର୍ତ୍ତ ବି ଆମର ରହିବ ।
ସିନ୍ଦୂର, ବାରୁଦ, ବର୍ଡର ଓ ଆତଙ୍କବାଦ । ପହଲଗାମ ଆତଙ୍କୀ କାଣ୍ଡର ମାସ ପୂର୍ତ୍ତିରେ ରାଜସ୍ଥାନ ବିକାନେର ମାଟିରୁ ଆତଙ୍କୀଦେଶ ପାକିସ୍ତାନ ବିରୋଧରେ ମୋଦିଙ୍କ ସିଂହ ଗର୍ଜନ । ଅପରେସନ୍ ସିନ୍ଦୂରରେ ସେନାର ସୌର୍ଯ୍ୟକୁ ସଲାମ୍ କରି ପିଏମ୍ ମୋଦି କହିଛନ୍ତି ୨୨ ତାରିଖ ପହଲଗାମ୍ ଆତଙ୍କୀ ନରସଂହାରର ବଦଲାକୁ ୨୨ ମିନିଟରେ ନେଇଛି ଭାରତ । ସିନ୍ଦୂର ଯେତେବେଳେ ବାରୁଦ ହୁଏ ପରିଣାମ କ’ଣ ହୁଏ ତାହା ସାରା ବିଶ୍ବ ଦେଖିଛି । ଯେଉଁମାନେ ସିନ୍ଦୂର ପୋଛିବାକୁ ଆସିଥିଲେ ସେମାନଙ୍କୁ ଆମେ ମାଟିରେ ପୋତିଦେଇଛୁ ।
ଅଧିକ ପଢ଼ନ୍ତୁ: ସ୍ୱାମୀଙ୍କୁ ସନ୍ଦେହ କରି ଫେକ ଆକାଉଣ୍ଟରୁ କରୁଥିଲେ ଚାଟ୍, ମହିଳା ଗିରଫ
ପ୍ରଥମେ, ଆମେ ସେମାନଙ୍କ ଘରେ ପଶି କରି ଆକ୍ରମଣ କରିଥିଲୁ ଏବେ ଆମେ ସେମାନଙ୍କ ଛାତିରେ ଆକ୍ରମଣ କରିଛୁ । ଏହା ଆତଙ୍କବାଦର ପ୍ରଶଂସକଙ୍କୁ ଧ୍ୱଂସ କରିବାର ନୀତି ଓ ରଣନୀତି ବୋଲି ସ୍ପଷ୍ଟ କରି ଭାରତର ପ୍ରହାରରେ ପାକିସ୍ତାନର ରହିମ୍ ୟାର ଖାନ୍ ଏୟାରବେସ୍ ଏବେ ଆଇସିୟୁରେ ପଡ଼ିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ମୋଦିଙ୍କ ଧମନୀରେ ରକ୍ତ ନୁହେଁ ଗରମ ସିନ୍ଦୂର ବହୁଛି ବୋଲି କହି ପାକିସ୍ତାନକୁ ଭାରତର ଅଧିକାର ଥିବା ପାଣି ମିଳିବ ନାହିଁ, ବିଶ୍ବର କୌଣସି ଶକ୍ତି ବି ଭାରତର ଏ ପ୍ରତିଜ୍ଞାକୁ ବଦଳାଇ ପାରିବ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ।
ପାକିସ୍ତାନର ଭବିଷ୍ୟତ ଆତଙ୍କୀ କାରନାମା ପ୍ରତି ଆହୁରି କଡ଼ା ଚେତାବନୀ ସହ ନାଲି ଲକ୍ଷ୍ମଣ ରେଖା ବି ଟାଣିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଅପରେସନ୍ ସିନ୍ଦୂର ଆମକୁ ୩ଟି ସୂତ୍ର ଶିଖାଇଛି । ପ୍ରଥମତଃ ଏଣିକି ପ୍ରତି ଆତଙ୍କୀ ହମଲାର କଡ଼ା ଜବାବ ଦିଆଯିବ । ଦ୍ବିତୀୟତଃ ପରମାଣୁ ବୋମାର ବ୍ଲାକମେଲିଂ ଆଉ ଚାଲିପାରିବନି । ତୃତୀୟରେ ଆତଙ୍କବାଦୀ କାର୍ଯ୍ୟ ଓ ଏହାର ସମର୍ଥକଙ୍କୁ ଅଲଗା ଆଖିରେ ଦେଖାଯିବନି ।
ଗତମାସ ଏପ୍ରିଲ ୨୨ରେ ଜାମ୍ମୁ-କାଶ୍ମୀର ପହଲଗାମ୍ର ବୈସାରନ୍ ଭ୍ୟାଲିରେ ଆତଙ୍କୀଙ୍କ ଭୟଙ୍କର ନରସଂହାରରେ ଲିଭିଯାଇଥିଲା ୨୬ ପର୍ଯ୍ୟଟକଙ୍କ ଜୀବନ । ଧର୍ମ ପଚାରି ସ୍ତ୍ରୀଙ୍କ ମଥାରୁ ସିନ୍ଦୂର ଉଜାଡ଼ି ଥିଲେ ଆତଙ୍କବାଦୀ । ସାରା ବିଶ୍ବକୁ ସ୍ତବ୍ଧ କରିଥିବା ଏହି ନରକୀୟ କାଣ୍ଡ ପାଇଁ ଲସ୍କରର କାଶ୍ମୀରୀ ପ୍ରକ୍ସି TRF ନିଜକୁ ଦାୟୀ କରିଥିଲେ ବି, ଏଥିରେ ପାକିସ୍ତାନୀ ଆତଙ୍କୀଙ୍କ ସିଧାସଳଖ ସଂପୃକ୍ତି ଜାଣିବାକୁ ପାଇଥିଲା NIA । ସେନା କାଶ୍ମୀର ଘାଟିର ଚପ୍ପା ଚପ୍ପା ସର୍ଚ୍ଚ ଅପରେସନ୍ କରିବା ଭିତରେ, କେଉଁ ଆତଙ୍କୀର ଘର ଉଡ଼ିଥିଲା, ତ ଆଉ କାହାର ମୁଣ୍ଡ ଗଡ଼ିଥିଲା ।
ତେବେ ଇଏ ତ ଥିଲା ଆରମ୍ଭ ମାତ୍ର । ଏହା ପରେ ଆତଙ୍କୀ ହମଲାର ଠିକ୍ ଦୁଇ ସପ୍ତାହ ପରେ ମେ ୬-୭ ରାତିରୁ ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୂରର ପ୍ରଚଣ୍ଡ ପ୍ରହାରରେ ପିଓକେ ଓ ପାକିସ୍ତାନ ମାଟିରେ ନଅ ନଅଟି ଟେରର କ୍ୟାମ୍ପ ମାଟିରେ ମିଶିବା ସହ ତ୍ରାହି ତ୍ରାହି ଡାକିଥିଲା ପାକିସ୍ତାନ। ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ଆତଙ୍କୀଦେଶର ୧୩ଟି ବାୟୁସେନା ଘାଟି ଓ ସାମରିକ ପ୍ରତିଷ୍ଠାନ। ମେ ୧୦ରେ ପାକିସ୍ତାନ ଗୁହାରି କରିବା ପରେ ଭାରତ ଅସ୍ତ୍ରବିରତି ପାଇଁ ରାଜି ହୋଇଛି ସତ ଏବେ ବି ସରିନି ଅପରେସନ୍ ସିନ୍ଦୂର । ଆଗକୁ ପୁଣି ମୁଣ୍ଡ ଉଠାଇବ ତ ଗଡ଼ିବ ।
ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ମାଓ ଅପରେସନର ସଫଳ ଚିତ୍ର, ନାରାୟଣପୁରରେ ପହଞ୍ଚିଲା ମାଓନେତା ବାସବରାଜୁର ମୃତଦେହ
Maoist Encounter in Chhattisgarh: ସାମ୍ନାକୁ ଆସିଲା ମାଓ ଅପରେସନର ସଫଳ ଚିତ୍ର, ନାରାୟଣପୁରରେ ପହଞ୍ଚିଲା ମାଓନେତା ବାସବରାଜୁର ମୃତଦେହ

Marriage Plan in Pakistan: ସାମ୍ନାକୁ ଆସିଲା ଜ୍ୟୋତିଙ୍କ ହ୍ୱାଟସ୍ଆପ୍ ଚାଟ୍, ପାକ୍ ଅଧିକାରୀଙ୍କୁ କହିଥିଲେ ଏମିତି କଥା...

Indian Army Kills Two Jaish Terrorists: ୨ ଜୈସ ଆତଙ୍କୀଙ୍କୁ ନିପାତ କଲା ଭାରତୀୟ ସେନା: ଘଞ୍ଚ ଜଙ୍ଗଲରେ ଆହୁରି ଲୁଚି ରହିଛନ୍ତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)