/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748229837.jpg)
Baijayant Panda
ବାହାରିନ ପରେ କୁଏତରେ ପହଞ୍ଚିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବାଧୀନ ସଂସଦୀୟ ପ୍ରତିନିଧି ଦଳ । ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆଣିବାକୁ ଗୁରୁଦାୟିତ୍ବ ନେଇ କୁଏତରେ ପହଞ୍ଚିଛନ୍ତି ବୈଜୟନ୍ତ । ଏହି ଟିମରେ ବୈଜୟନ୍ତ ପଣ୍ଡାଙ୍କ ସହିତ ଅସଦୁଦ୍ଦିନ ଓୱେସି, ଗୁଲାମ ନବୀ ଆଜାଦ, ନିଶିକାନ୍ତ ଦୁବେ, ରେଖା ଶର୍ମା, ସତନାମ୍ ସାନ୍ଧୁ, ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ପ୍ରମୁଖ ଅଛନ୍ତି ।
ଗତକାଲି ବାହାରିନରେ ବୈଜୟନ୍ତ ବଖାଣିଥିଲେ ପାକିସ୍ତାନର ଆତଙ୍କୀଗୁଣ । ବାହାରିନ ଉପ ପ୍ରଧାନମନ୍ତ୍ରୀ ଶେଖ ଖାଲିଦ ବିନ୍ ଅବଦୁଲ୍ଲା ଅଲ ଖଲିଫା, କାଉନସିଲ୍ ଅଫ ରିପ୍ରେଜେଣ୍ଟେଟିଭର ପ୍ରଥମ ଉପବାଚସ୍ପତି ଅବଦୁଲ ନବି ସଲମାନ ଅହମ୍ମଦ, ସୁରା କାଉନସିଲ୍ ଚେୟାରମ୍ୟାନ୍ ଅଲି ବିନ୍ ସାଲେହ ଅଲ୍ ସାଲେହ ଏବଂ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଭିନ୍ନ ଭିନ୍ନ ବୈଠକରେ ଆଲୋଚନା କରିଥିଲେ ଏହି ପ୍ରତିନିଧି ଦଳ । ପାକିସ୍ତାନ କିଭଳି ଦଶନ୍ଧି ଦଶନ୍ଧି ଧରି ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସୁଛି ଓ ଭାରତ ବିରୋଧରେ ବ୍ୟବହାର କରିଆସୁଛି, ତାର ବିସ୍ତୃତ ତଥ୍ୟ ରଖିଥିଲେ ବୈଜୟନ୍ତ । ଟିମ୍ ବୈଜୟନ୍ତ ଆଗକୁ ସାଉଦି ଆରବ ଓ ଆଲଜେରିଆ ମଧ୍ୟ ଗସ୍ତ କରିବେ ।
ଅଧିକ ପଢନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର ଶକ୍ତ ଚାପୁଡା; ଖୋଲିଲା ପାକିସ୍ତାନର ଅସଲ ମୁଖା
ସୂଚନାଯୋଗ୍ୟ, ସାରା ବିଶ୍ୱକୁ ଭାରତର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଜଣାଇବା ଓ ‘ଅପରେସନ ସିନ୍ଦୂର’ର ସଫଳତା ବଖାଣିବା ସହିତ ପାକିସ୍ତାନର ଅପପ୍ରଚାରକୁ ରୋକିବା ଉଦ୍ଦେଶ୍ୟରେ ଭାରତର ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବିଦେଶ ଗସ୍ତରେ ଅଛନ୍ତି । ଏହି ସାତ ଜଣିଆ ଟିମ୍ ସାଉଦି ଆରବ, କୁଏତ, ବାହାରିନ, ଆଲଜେରିଆ, ୟୁକେ, ଫ୍ରାନ୍ସ, ଜର୍ମାନୀ, ୟୁରୋପୀୟ ସଂଘ, ଇଟାଲୀ, ଡେନମାର୍କ, ଇଣ୍ଡୋନେସିଆ, ମାଲେସିଆ, କୋରିଆ, ଜାପାନ, ସିଙ୍ଗାପୁର, ୟୁଏଇ, ଲାଇବେରିଆ, କଙ୍ଗୋ, ସିଏରା ସିଓନି, ୟୁଏସ, ପାନାମା, ଗୁଏନା, ବ୍ରାଜିଲ, କଲୋମ୍ବିଆ, ସ୍ପେନ, ଗ୍ରୀସ, ସ୍ଲୋଭେନିଆ, ଲାଟଭିଆ, ଋଷିଆ, ଇଜିପ୍ଟ, କତାର, ଇଥିଓପିଆ ଏବଂ ସାଉଥ ଆଫ୍ରିକା ଗସ୍ତରେ ଅଛନ୍ତି ।
ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ମେ ୭ ତାରିଖରେ ‘ଅପରେସନ ସିନ୍ଦୂର’ ଅଧିନରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କୀ ଆଡ୍ଡା ଉପରେ ଭାରତ କରିଥିଲା ଏୟାର ଷ୍ଟ୍ରାଇକ । ଏଥିରେ ୯ଟି ଆତଙ୍କୀ ଆଡ୍ଡା ଧ୍ୱଂସ ହୋଇଯାଇଥିବା ବେଳେ ୧୦୦ ଜଣ ଆତଙ୍କୀ ନିପାତ ହୋଇଥିଲେ । ଏହାପରେ ପାକିସ୍ତାନ ପ୍ରତି ଜବାବରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ଯାହାଫଳରେ ଉଭୟ ପକ୍ଷରୁ ଡ୍ରୋନ ଓ ମିଜାଇଲ ମାଡ ହୋଇଥିଲା । ତେବେ ମେ ୧୦ ତାରିଖରେ ଦୁଇ ଦେଶର ଡିଜିଏମଓ ସ୍ତରୀୟ ଆଲୋଚନା ପରେ ଅସ୍ତ୍ରବିରତି ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)