Advertisment

Air India Plane Crash: ବିମାନରେ ଥିଲେ କେତେ ଭାରତୀୟ, ସୂଚନା ଦେଲା ଏୟାର ଇଣ୍ଡିଆ

ଏହି ବଡ଼ ଧରଣର ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଯାତ୍ରୀଙ୍କ ସୂଚନା ଦେଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
୨୪୨ ଯାତ୍ରୀ ସହ ଜଳିଗଲା ଫ୍ଲାଇଟ୍‌ !

୨୪୨ ଯାତ୍ରୀ ସହ ଜଳିଗଲା ଫ୍ଲାଇଟ୍‌ !

ଗୁରୁବାର ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ସମୟରେ ବିମାନରେ ପ୍ରାୟ ୨୪୨ ଜଣ ଲୋକ ଥିବା କୁହାଯାଉଛି । କ୍ରୁ ମେମ୍ବର୍ସ ଓ ପାଇଲଟ୍‌ଙ୍କ ବ୍ୟତୀତ ଏହି ବିମାନରେ ୨୩୦ ଜଣ ଯାତ୍ରୀ ଥିଲେ । ତେବେ ଏହି ବିମାନରେ ଭାରତୀୟଙ୍କ ବ୍ୟତୀତ ବ୍ରିଟିଶ୍‌, କାନାଡା ଓ ପର୍ତ୍ତୁଗାଲର ଯାତ୍ରୀ ମଧ୍ୟ ରହିଥିଲେ ।

Advertisment

ତେବେ ଏହି ବଡ଼ ଧରଣର ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଯାତ୍ରୀଙ୍କ ସୂଚନା ଦେଇଛି । ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ବୋଇଂ 787-7 ବିମାନର ଯାତ୍ରୀଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ, ୧ ଜଣ କାନାଡିଆନ ଏବଂ ୭ ଜଣ ପର୍ତ୍ତୁଗୀଜ ନାଗରିକ ରହିଥିଲେ । ଦୁର୍ଘଟଣା ପରେ, ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଏୟାର ଇଣ୍ଡିଆ କହିଛି ଯେ ଗୁରୁବାର ଦିନ ୧:୩୮ରେ ବିମାନଟି ଉଡ଼ାଣ ଭରିଥିଲା ।

ଅଧିକ ପଢ଼ନ୍ତୁ: ଗୁଜରାଟ ପ୍ଲେନ କ୍ରାସ୍, ବିମାନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

India Air India Plane Crash
Advertisment
Related Articles
Advertisment