Advertisment

Ahmedabad Plane Crash: ଗୁଜରାଟ ପ୍ଲେନ କ୍ରାସ୍, ବିମାନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଅହମ୍ମଦବାଦ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିବା କୁହାଯାଉଛି । ରୂପାନୀ ନିଜ ଝିଅକୁ ଦେଖା କରିବାକୁ ଲଣ୍ଡନ ଯାଉଥିଲେ । ତାଙ୍କର ଅବସ୍ଥା ନେଇ କିଛି ସ୍ପଷ୍ଟ ହୋଇନି ।

author-image
Namita Biswal
ଅଦ୍ୟତନ ହୋଇଛି
Plane Crash

Plane Crash

ଗୁଜରାଟ ଅହମ୍ମଦବାଦ ନିକଟରେ ଏକ ଏୟାର ଇଣ୍ଡିଆନ ବିମାନ କ୍ରାସ୍‌ ହୋଇଯାଇଛି । ଏହି ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିବା କୁହାଯାଉଛି । ହେଲେ ତାଙ୍କର ଅବସ୍ଥା ନେଇ କିଛି ସ୍ପଷ୍ଟ ହୋଇପାରିନି । ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା । ଏଥିରେ ମୋଟ ୨୪୨ ଜଣ ଯାତ୍ରୀ ଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏୟାରପୋର୍ଟରୁ ଟେକ୍‌-ଅଫ୍‌ କରିବାର ୫ ମିନିଟ୍‌ ପରେ ଏହା କ୍ରାସ୍ ହୋଇଯାଇଥିଲା । 

Advertisment

ଯାହା ସୂଚନା ମିଳୁଛି, ବିଜୟ ରୂପାନୀ ଲଣ୍ଡନରେ ରହୁଥିବା ନିଜ ଝିଅକୁ ଦେଖା କରିବାକୁ ଯାଉଥିଲେ । ରୂପାନୀଙ୍କ ସମେତ କ୍ରୁ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଯାତ୍ରୀ ଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୬ରୁ ୨୦୨୧ ସେପ୍ଟେମ୍ବର ଯାଏଁ ବିଜୟ ରୂପାନୀ ଗୁଜରାଟ ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା: ଥିଲେ ୨୪୨ ଯାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି

Air India Ahmedabad plane crash Gujarat CM Vijay Rupani Plane Crash
Advertisment
Advertisment