/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749722091.jpg)
Plane Crash
ଗୁଜରାଟରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଟେକ୍-ଅଫ୍ ପରେ କ୍ରାସ୍ ହୋଇଗଲା ବିମାନ । ବିମାନରେ ୧୨ ଜଣ କ୍ରୁ ମେମ୍ବରଙ୍କ ସମେତ ମୋଟ ୨୪୨ ଯାତ୍ରୀ ଥିଲେ । ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ଏୟାର ଇଣ୍ଡିଆର ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା । ଦୁର୍ଘଟଣାସ୍ଥଳରୁ ବହଳ କଳା ଧୂଆଁ ଉଠୁଥିବାର ଦେଖାଯାଉଛି । ଦୁର୍ଘଟଣା ପରେ ବିମାନ ସମ୍ପୂର୍ଣ୍ଣ ଜଳିଯାଇଛି । ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି ।
#ଜଳିଗଲା_ବିମାନ
-ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ବିମାନ ଦୁର୍ଘଟଣା
-ଟେକ୍ ଅଫ୍ କରିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ
-ଏୟାର ଇଣ୍ଡିଆର ବିମାନ, ୨୪୨ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ
-ବିମାନଟି ଲଣ୍ଡନ ଯିବାକୁ ଟେକ୍ ଅଫ୍ କରିଥିଲା
-ଦୁର୍ଘଟଣାଗ୍ରସ୍ତ ବିମାନରେ ନିଆଁ ଲାଗି ଯାଇଛି
-ବଡ଼ ଧରଣର ଦୁର୍ଘଟଣା, ଆକାଶରେ କଳା ଧୂଆଁର ଆସ୍ତରଣ… pic.twitter.com/Qk6MVYOMpn— ଓଟିଭି (@otvkhabar) June 12, 2025
ଟେକ୍-ଅଫ୍ ପରେ କ୍ରାସ୍
ଯାହା ସୂଚନା ମିଳୁଛି, ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଲଣ୍ଡନ ଅଭିମୁଖେ ଯାଉଥିଲା । ଟେକ୍-ଅଫ୍ କରିବାର ତୁରନ୍ତ ପରେ ମେଘାନୀନଗର ନିକଟରେ ଏହା କ୍ରାସ୍ ହୋଇଯାଇଥିଲା । ଅହମ୍ମଦାବାଦର ଏୟାରପୋର୍ଟରୁ ମେଘାନୀନଗର ଦୂରତା ପ୍ରାୟ ୧୫ କିଲୋମିଟର । ବିମାନ ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଫାୟାର ବିଗ୍ରେଡର ୭ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ପ୍ରୟାସ କରୁଛି । ଏକାଧିକ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ପାଇଁ NDRF ଟିମ୍ ପଠାଯାଇଛି ।
ବିମାନରେ ଥିଲେ ବିଜୟ ରୂପାନୀ !
ସୂଚନା ମିଳୁଛି ଯେ, ଦୁର୍ଘଟଣାଗ୍ରସ୍ତ ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିଲେ । ତେବେ ବିଜୟ ରୂପାନୀଙ୍କ ଅବସ୍ଥା ନେଇ ସ୍ପଷ୍ଟ ହୋଇପାରି ନାହିଁ । ବିମାନରେ ମୋଟ ୨୪୨ ଜଣ ଥିବାବେଳେ କାହାର ମଧ୍ୟ ଅବସ୍ଥା ସ୍ପଷ୍ଟ ହୋଇନି ।ସେପଟେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପୋଲିସ କମିଶନରଙ୍କ ସହ ମଧ୍ୟ କଥା ହୋଇ ଯୁଦ୍ଧକାଳୀନ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶାହ । ସେହିପରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି ।
ତେବେ ସୋସିଆଲ ମିଡିଆରେ ବିମାନ କ୍ରାସ୍ ସମୟରେ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦୁର୍ଘଟଣାସ୍ଥଳରୁ କଳା ଧୂଆଁ ଆସ୍ତରଣ ଦେଖିବାକୁ ମିଳୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)