Civil Engineer Slams Solo Credit
ଚେନାବ ବ୍ରିଜ୍ ଏବେ ସବୁଠି ଚର୍ଚ୍ଚାରେ ରହିଛି । ଠିକ୍ ସେମିତି ଚର୍ଚ୍ଚାରେ ଅଛନ୍ତି ଏହି ବ୍ରିଜ ନିର୍ମାଣରେ ସାମିଲ ଥିବା ଜଣେ ମହିଳା ଇଞ୍ଜିନିୟର ଡକ୍ଟର ଜି. ମାଧବୀଲତା । ଦୁନିଆର ସବୁଠାରୁ ଉଚ୍ଚତମ ରେଳ ବ୍ରିଜ୍ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ଏହି ମହିଳା ଇଞ୍ଜିନିୟର। ଯେଉଁଥିପାଇଁ ସେ ଖବରର ଶିରୋନାମାରେ ରହିଥିବାବେଳେ ଏହାକୁ ନିଜେ ନାପସନ୍ଦ କରିଛନ୍ତି ମାଧବୀ ।
ମାଧବୀ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଲିଙ୍କଡିନ୍ରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ଦୟା କରି ମୋତେ ଏତେ ଫେମସ୍ କରନ୍ତୁ ନାହିଁ । ମୁଁ ଉପଲବ୍ଧିକୁ ବିରୋଧ କରୁନାହିଁ, ବରଂ ଖବରର ଶିରୋନାମାରେ ରହିବାକୁ ବିରୋଧ କରୁଛି । ଏହି ମିଶନ ପଛରେ ଜଣେ ମହିଳା ରହିଛନ୍ତି, ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଏବଂ ପୋଲ ନିର୍ମାଣ କରି ଚମତ୍କାର କରିଛନ୍ତି ଏସବୁ ବକ୍ତବ୍ୟ ନିରାଧାର ।
ସୂଚନାଯୋଗ୍ୟ, ବିଭିନ୍ନ ଗଣମାଧ୍ୟମରେ ମହିଳା ଇଞ୍ଜିନିୟରଙ୍କ ପାରଦର୍ଶିତାକୁ ପ୍ରଶଂସା କରାଯାଇଥିଲା । ଯାହାକୁ ଆଦୌ ଗ୍ରହଣ କରିନାହାନ୍ତି ନିଜେ ସେହି ମହିଳା । ଡକ୍ଟର ଜି. ମାଧବୀଲତା କହିଛନ୍ତି ଯେ, ବର୍ଷ ବର୍ଷ ଧରି ଶହ ଶହ ଇଞ୍ଜିନିୟର, ଶ୍ରମିକମାନଙ୍କ ସମନ୍ୱିତ ପ୍ରୟାସରେ ବ୍ରିଜ୍ ନିର୍ମାଣ ସମ୍ଭବ ହୋଇପାରିଛି । ଏହା ବ୍ୟତୀତ ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ କୃତଜ୍ଞତା ଜଣାଇବା ସହ ମାଧବୀ କହିଛନ୍ତି, "କେତେକ ବ୍ୟକ୍ତି ମୋତେ ଚିଠି ଲେଖି ଜଣାଇଥିଲେ ଯେ, ଆମେ ଚାହୁଁଛୁ ଆମ ଝିଅ ଭବିଷ୍ୟତରେ ଆପଣଙ୍କ ପରି ହେଉ । ଏହା ବ୍ୟତୀତ କେତେକ ଯୁବକ ସିଭିଲ ଇଞ୍ଜିନିୟରିଂ କ୍ୟାରିୟର କରିବାକୁ ମନ ବଳାଇଥିବା ନେଇ ମଧ୍ୟ ମୋତେ ଚିଠି ଲେଖି ଜଣାଇଛନ୍ତି ।"
ଅଧିକ ପଢନ୍ତୁ : ଏଇଥି ପାଇଁ ସ୍ୱତନ୍ତ୍ର ଚେନାବ୍ ବ୍ରିଜ, ଚମକାଇ ଦେଇଛି ସାରା ବିଶ୍ୱକୁ
Honeymoon Murder Case: ରାଜା ମରିଛି କି ନାହିଁ ନିଶ୍ୱାସ ଯାଞ୍ଚ କରିଥିଲା ସୋନମ୍, ତା’ପରେ ଖାଇକୁ ଠେଲି ଦେଇଥିଲା...

Water Tank Bursts on Shooting set: କୃତ୍ରିମ ବନ୍ୟାରେ ଭାସିଲା ସିନେମା ସୁଟିଂ ସେଟ୍, ୭ରୁ ଅଧିକ କର୍ମଚାରୀ ଆହତ

Plane Crash: ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା: ଥିଲେ ୨୪୨ ଯାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)