/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747635713.jpg)
ଟାର୍ଗେଟ ଥିଲା ସ୍ୱର୍ଣ୍ଣ ମନ୍ଦିର
ପାକିସ୍ତାନର ନିଶାନାରେ ଥିଲା ଅମୃତସର ଗୋଲଡେନ୍ ଟେମ୍ପଲ । ମେ ୬-୭ ତାରିଖରେ ସ୍ୱର୍ଣ୍ଣ ମନ୍ଦିର ସହିତ ପଞ୍ଜାବର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ କରି ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରିଥିଲା ପାକିସ୍ତାନ ସେନା । କିନ୍ତୁ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ପଣ୍ଡ କରିଥିଲା ଭାରତୀୟ ସେନା । ଅତ୍ୟାଧୁନିକ ଆକାଶ ମିସାଇଲ୍ ସିଷ୍ଟମ ଓ L-70 ଏୟାର ଡିଫେନ୍ସ ଗନ୍ ପାକିସ୍ତାନର ଟାର୍ଗେଟକୁ ବିଫଳ କରିଦେଇଥିଲେ ।
ଅଧିକ ପଢ଼ନ୍ତୁ: ଖୋଲୁଛି ଗୁମର: ପହଲଗାମ ହମଲା ଦିନ ISI ସହ ଯୋଗାଯୋଗରେ ଥିଲେ ଜ୍ୟୋତି!
ତେବେ କେମିତି ପାକିସ୍ତାନ ଡ୍ରୋନ୍ ଓ କ୍ଷେପଣାସ୍ତ୍ରକୁ ଅକାମୀ କରିଥିଲା ସେନା । ସ୍ବର୍ଣ୍ଣମନ୍ଦିର ଓ ଅମୃତସର ସହରକୁ ସୁରକ୍ଷା ଯୋଗାଇଥିଲେ ତା’ର ଡେମୋ ପ୍ରଦର୍ଶନ କରାଯାଇଛି । ପାକିସ୍ତାନର କ୍ଷେପଣାସ୍ତ୍ରଗୁଡ଼ିକୁ କିପରି ଧ୍ୱଂସ କରାଯାଇଥିଲା ତା’ର ଭଗ୍ନାବଶେଷ ଦେଖାଇ ଏକ ଡେମୋ ପ୍ରଦାନ କରିଛନ୍ତି ସୁରକ୍ଷାବାହିନୀ ।
ଏୟାର ଡିଫେନ୍ସ ସିଷ୍ଟମ ଦ୍ବାରା ପାକିସ୍ତାନର ହମଲା ଯୋଜନାକୁ ଧୂଳିସାତ କରିଥିଲା ଇଣ୍ଡିଆନ ଆର୍ମି । ସ୍ୱର୍ଣ୍ଣ ମନ୍ଦିରକୁ ସମ୍ପୂର୍ଣ୍ଣ ବାୟୁ ପ୍ରତିରକ୍ଷା କଭର ପ୍ରଦାନ କରିବା ପାଇଁ ସେନା ପକ୍ଷରୁ ଅତିରିକ୍ତ ଆଧୁନିକ ଅସ୍ତ୍ରଶସ୍ତ୍ର ଏକାଠି କରାଯାଇଥିଲା । ମେ’ ୮ ଅନ୍ଧାରରେ ପାକିସ୍ତାନ ମାନବବିହୀନ ଡ୍ରୋନ୍ ଓ ଦୂରଗାମୀ କ୍ଷେପଣାସ୍ତ୍ର ସହିତ ଏକ ଆକ୍ରମଣ କରିଥିଲା । ପ୍ରାକ୍ ପ୍ରସ୍ତୁତି ଓ ଯୋଜନା ଅନୁସାରେ ଭାରତୀୟ ସେନା ପାକିସ୍ତାନର ସମସ୍ତ ଡ୍ରୋନ୍ ଓ ମିସାଇଲକୁ ମାରି ଖସାଇ ଦେଇଥିଲେ । ଏଥିସହ ସ୍ୱର୍ଣ୍ଣ ମନ୍ଦିରର ଟିକିଏ ବି କ୍ଷତି ହେବାକୁ ଦିଆଯାଇ ନଥିଲା ।
Jyoti Malhotra and ISI Spy Allegations: ଖୋଲୁଛି ଗୁମର: ପହଲଗାମ ହମଲା ଦିନ ISI ସହ ଯୋଗାଯୋଗରେ ଥିଲେ ଜ୍ୟୋତି!

Priyanka's Involvement with Pakistani Intelligence: ପହଲଗାମରୁ ପାକିସ୍ତାନ ଯାଏଁ ଫଟୋ ଓ ଭିଡ଼ିଓକୁ ନେଇ ତନାଘନା, ଅକଳରେ ୟୁଟ୍ୟୁବର ପ୍ରିୟଙ୍କା

India-Pakistan Diplomatic Moves: କପିକ୍ୟାଟ୍ ପାକିସ୍ତାନର କପିପେଷ୍ଟ ଫନ୍ଦି; ପିଏମ୍ ମୋଦିଙ୍କୁ ନକଲ କରୁଛନ୍ତି ଶେହବାଜ୍ ସରିଫ୍...

Border Tension Impact on Civilians: ‘ବାପା, ସତରେ କ’ଣ ମୁଁ ମରିଯିବି ’, କୁନି ଝିଅର ଏ ପ୍ରଶ୍ନର ଉତ୍ତର ଖୋଜୁଛି ଅସହାୟ ବାପା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)