Advertisment

India-Pakistan Diplomatic Moves: କପିକ୍ୟାଟ୍ ପାକିସ୍ତାନର କପିପେଷ୍ଟ ଫନ୍ଦି; ପିଏମ୍ ମୋଦିଙ୍କୁ ନକଲ କରୁଛନ୍ତି ଶେହବାଜ୍ ସରିଫ୍...

ପୁଅ ବାପାର ପଦାଙ୍କ ଅନୁସରଣ କଲା ଭଳି...ଏବେ ଭାରତର ପ୍ରତିଟି ପଦକ୍ଷେପକୁ ନକଲ କରୁଛି ପାକିସ୍ତାନ...ମୋଦି ଆଗେ ଆଗେ ଗଲେ ଶେହବାଜ୍ ଠିକ୍ ପଛେ ପଛେ...

author-image
Sujit kumar Swain
India-Pakistan Diplomatic Moves

India-Pakistan Diplomatic Moves

ଭାରତକୁ କପି କରୁଛି ପାକିସ୍ତାନ। ଅପରେସନ୍ ସିନ୍ଦୂର ପରେ, ଭାରତ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି, ଯାହା କିଛି କରୁଛନ୍ତି, ପାକିସ୍ତାନ ବି ତାର ନକଲ କରୁଛି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦମପୁର୍ ଏୟାରବେସ ଗସ୍ତ ହେଉ କି, ଅପରେସନ୍ ସିନ୍ଦୂରକୁ ନେଇ ସେନାର ଦୈନିକ ପ୍ରେସ୍ ବ୍ରିଫିଂ। ଖାଲି ଏତିକି ନୁହେଁ, ଏବେ ଭାରତ ଭଳି କପିକ୍ୟାଟ୍ ପାକିସ୍ତାନ ମଧ୍ୟ ବିଭିନ୍ନ ଦେଶକୁ ପ୍ରତିନିଧି ଦଳ ପଠାଇବାକୁ ନିଷ୍ପତ୍ତି ନେଇଛି। 

Advertisment

ପୁଅ ବାପାର ପଦାଙ୍କ ଅନୁସରଣ କଲା ଭଳି...ଏବେ ଭାରତର ପ୍ରତିଟି ପଦକ୍ଷେପକୁ ନକଲ କରୁଛି ପାକିସ୍ତାନ...ମୋଦି ଆଗେ ଆଗେ ଗଲେ ଶେହବାଜ୍ ଠିକ୍ ପଛେ ପଛେ... କପିକ୍ୟାଟ୍ ପାକିସ୍ତାନର ତିନି ତିନିଟି କପି-ପେଷ୍ଟ୍ କାରସାଦି...ଅପରେସନ୍ ସିନ୍ଦୂରରେ ଭୟଙ୍କର୍ ମାତ୍ ଖାଇବା ପରେ, ପାକିସ୍ତାନର ୱାଜିର-ଏ-ଆଜମ୍ ମାନେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅକଲ ଗୁଡୁମ୍। ବୁଦ୍ଧିବଣା ହୋଇ ନିଜେ କିଛି କରିବା ସ୍ଥିତିରେ ନାହାନ୍ତି ବୋଧେ। ସେଥିପାଇଁ ସର୍ଟକଟ୍ ଉପାୟ ବାଛି, ଭାରତ ଯାହା ଯାହା କରୁଛି, ପାକିସ୍ତାନ ବି ସେୟା ସେୟା କରୁଛି। ମାଙ୍କଡ଼ ଓ ଟୋପି ବିକାଳି ଗପ ତ ଶୁଣିଥିବେ ନିଶ୍ଚୟ। ନଜର ପକାନ୍ତୁ ପ୍ରଥମ କପିପେଷ୍ଟ୍ କାରସାଦି ଉପରେ। ବିଶ୍ବ ସମୁଦାୟ ଆଗରେ ପାକିସ୍ତାନର ମୁଖା ଖୋଲିବାକୁ ଭାରତ ନେଇଛି ଏକ ଅଭିନବ ପଦକ୍ଷେପ। ପାକିସ୍ତାନର ଆତଙ୍କୀ ପ୍ରେମ ଓ ଭାରତର ଆତଙ୍କବାଦ ପ୍ରତି ଜିରୋ ଟଲରାନ୍ସ ନୀତି ବାର୍ତ୍ତା ପହଞ୍ଚାଇବାକୁ, ବିଭିନ୍ନ ଦେଶକୁ ଗସ୍ତ କରିବେ ୭ଟି ସର୍ବଦଳୀୟ ପ୍ରତିନିଧି ଦଳ। ୭ଟି ଦଳର ନେତୃତ୍ବ ନେବେ ଜଣେ ଲେଖାଏଁ ବରିଷ୍ଠ ସାଂସଦ। ଭାରତ ଏ ଘୋଷଣା କରିବା ପରେ ପରେ, ପାକିସ୍ତାନ ବି ଆରମ୍ଭ କରିଛି କପି-ପେଷ୍ଟ୍ ଡିପ୍ଲୋମାସି। ସେ ବି ପଠାଇବ ପ୍ରତିନିଧି ଦଳ... ନେତୃତ୍ବ ନେବେ ଜଣେ ସାଂସଦ। ପାକିସ୍ତାନର 'ଶାନ୍ତି' ବାର୍ତ୍ତାକୁ ବିଶ୍ବମଞ୍ଚରେ ପହଞ୍ଚାଇବାକୁ, ପିପିପି ମୁଖ୍ୟ ତଥା ଭାରତର କଟ୍ଟର ବିରୋଧୀ ବିଲାୱଲ ଭୁଟ୍ଟୋଙ୍କୁ ଠିକା ଦେଇଛନ୍ତି ଶେହବାଜ। ଅସଲ କଥା ହେଉଛି- ଭାରତର ଅପରେସନ୍ ସିନ୍ଦୂର ସଫଳତା ପରେ, ଏହାକୁ ପାକିସ୍ତାନର ଛବି ସୁଧାରିବା ପ୍ରୟାସ ବୋଲି ଚର୍ଚ୍ଚା ହେଉଛି। ପାକିସ୍ତାନ ଯେପରି ଆତଙ୍କୀଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେଇ ଶେଷକୃତ୍ୟ କଲା ଏବଂ ମୁନୀର ସେନା ଯେପରି ଆତଙ୍କୀଙ୍କ ବଦଲା ନେବାକୁ ବାହାରି ମାତ୍ ଖାଇଲା, ଏଥିରେ ବିଶ୍ବସ୍ତରରେ ପାକିସ୍ତାନର ଇଜ୍ଜତ ଫୁଲ୍ କବାଡ଼ା। ତେଣୁ ଏଥିରେ ଟିକେ ଲିପାପୋତି କରିବାକୁ ଚେଷ୍ଟା କରିବେ ବିଲାୱଲ୍। ସୈତାନ୍ ମୁହଁରେ ବେଦବାଣୀ ଭଳି, ପାକିସ୍ତାନର ଶାନ୍ତିବାଣୀକୁ ବିଶ୍ବ ସମୁଦାୟ କେତେ ଗ୍ରହଣ କରିବ... କେତେ ଭରସାକୁ ନେବ... ତାକୁ ନେଇ ଖୋଦ୍ ଶେହବାଜ ବି ସନ୍ଦିହାନ ଥିବେ ନିଶ୍ଚୟ।

ଅଧିକ ପଢ଼ନ୍ତୁ: ସତ ମାନିଲା ପାକିସ୍ତାନ, ଭାରତ ଦେଇଛି ଶକ୍ତ ପ୍ରହାର

ପାକିସ୍ତାନର କପିପେଷ୍ଟ୍ କାରସାଦି-୨। କପିପେଷ୍ଟ କାରସାଦିର ନେତୃତ୍ବ ନେଇଥିଲେ ନିଜେ ଶେହବାଜ ସରିଫ୍। ସେମ୍ ସେମ୍ ବଟ୍ ଡିଫରେଣ୍ଟ୍। ଗତ ମଙ୍ଗଳବାର ଆଦମପୁର ଏୟାରବେସ୍ ଗଲେ ମୋଦି, ବୁଧବାର ପସରୁର୍ କାଣ୍ଟନମେଣ୍ଟ ଗଲେ ଶେହବାଜ୍।... ମେ ୧୩ରେ C-130 ହରକୁଲେସ୍ ବାୟୁସେନା ବିମାନରେ ବସି ପଞ୍ଜାବର ଆଦମପୁର୍ ଏୟାରବେସକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁବୀରଙ୍କ ମନୋବଳ ବଢ଼ାଇବା ସହ ଅପରେସନ୍ ସିନ୍ଦୂର ସଫଳତା ପାଇଁ ସାଲ୍ୟୁଟ୍ କରିଥିଲେ। ସୁଦର୍ଶନ ଚକ୍ର S-400 ଏୟାରଡିଫେନ୍ସ ସିଷ୍ଟମ୍ ଆଗରେ, ପାକିସ୍ତାନର ମିଛ ପ୍ରୋପାଗଣ୍ଡାକୁ ଦେଇଥିଲେ ମୁହଁତୋଡ଼ ଜବାବ୍। ଆଦମପୁର୍ ଏୟାରବେସ୍, ଯେଉଁଠି ଏୟାରଷ୍ଟ୍ରାଇକ୍ କରି S-400 ଧ୍ବଂସ କରିଥିବା ଦାବି କରିଥିଲା ମିଛୁଆ ପାକିସ୍ତାନ। ତେବେ ଠିକ୍ ଏହା ପରଦିନ ଅର୍ଥାତ୍ ମେ ୧୪ରେ ପାକିସ୍ତାନ ପିଏମ୍ ଶେହବାଜ ସରିଫ ବି ଆପଣାଇଲେ ସମାନ ଫଣ୍ଡା। ଜିପ୍ ରେ ସିଆଲକୋଟ୍ ସ୍ଥିତ ପସରୁର୍ କାଣ୍ଟନମେଣ୍ଟକୁ ଯାଇ ସେନା ଯବାନଙ୍କୁ ଭେଟିଥିଲେ। ଟ୍ୟାଙ୍କ୍ ଉପରେ ଠିଆ ହୋଇ ଫଟୋ ପୋଜ୍ ଦେଇଥିଲେ। ତେବେ ତାଙ୍କର ଏଭଳି ପିଆର୍-ଷ୍ଟଣ୍ଟକୁ ସୋସିଆଲ ମିଡିଆରେ ଘୋର କଟାକ୍ଷର ସାମ୍ନା କରିବାକୁ ପଡ଼ିଛି। କିଏ ପଚାରୁଛି, ପାକିସ୍ତାନର ଏୟାରବେସ୍ କଣ କ୍ଷେତ ମଝିରେ...ଆଉ କିଏ କହୁଛି, ପାକିସ୍ତାନ ପାଖରେ ଆଉ ଏୟାରବେସ ଥିଲେ ତ ସେ ଯିବେ।

Advertisment

ଅପରେସନ୍ ସିନ୍ଦୂରରେ ଭାରତ କିପରି ପାକିସ୍ତାନ ଉପରେ ଭାରି ପଡ଼ୁଛି, ପ୍ରତିଦିନ ପ୍ରେସମିଟରେ ତାର ବିବରଣୀ ରଖୁଥିଲା ଭାରତୀୟ ସେନା।  ଯାହାର ନେତୃତ୍ବ ନେଉଥିଲେ ୨ ସେନାଧିକାରୀ କର୍ଣ୍ଣେଲ୍ ସୋଫିଆ କୁରେସି ଓ ୱିଙ୍ଗ କମାଣ୍ଡର୍ ବ୍ୟୋମିକା ସିଂ। ଏହାକୁ ଦେଖି ପାକିସ୍ତାନ ସେନା ବି ପ୍ରେସବ୍ରିଫିଂ ଆରମ୍ଭ କରିଥିଲା, ମୁଖିଆ ଅସୀମ ମୁନୀରଙ୍କ ନିର୍ଦ୍ଦେଶରେ। ରୋଚକ କଥା ହେଉଛି- ଭାରତୀୟ ସେନା ଯେତେଥର ପ୍ରେସବ୍ରିଫିଂ କରିଛି, ପାକିସ୍ତାନ ବି ଠିକ୍ ସେତିକି ଥର ପ୍ରେସବ୍ରିଫିଂ କରିଥିବା କୁହାଯାଉଛି। ଅବଶ୍ୟ, ଭାରତୀୟ ସେନା ରିଅଲ୍ ଫଟୋ ଓ ଭିଡିଓ ଦେଖାଇ ନିଜ ଦାବିର ପ୍ରମାଣ ରଖୁଥିଲେ... ହେଲେ ପାକିସ୍ତାନର DG ISPR ଫେକ୍ ଓ ଏଡିଟେଡ୍ ଫଟୋ ଦେଖାଇ ଡାହା ମିଛ ଗପୁଥିଲେ, ଯାହାକି ସବୁଥର ସଫାସଫା ଧରା ପଡ଼ିଯାଉଥିଲା। କିଛି ଦିନ ତଳେ ତ ପାକିସ୍ତାନର ଖୋଦ୍ ଡେପୁଟି ପିଏମ୍ ତଥା ବୈଦେଶିକ ମନ୍ତ୍ରୀ ଇଶକ୍ ଦାର୍‌ଙ୍କୁ ହଟହଟା ହେବାକୁ ପଡ଼ିଲା। ପାକିସ୍ତାନ ବାୟୁସେନାକୁ ଆକାଶର ଅସଲି ରାଜା ଦର୍ଶାଇ ଗତ ଗୁରୁବାର ସେ ସଂସଦରେ 'ଦି ଡେଲି ଟେଲିଗ୍ରାଫ୍' ଖବର କାଗଜ ଲେଖାକୁ ଦେଖାଇଥିଲେ, ତାହା ଫେକ୍ ଥିଲା ବୋଲି ଦର୍ଶାଇଥିଲା ପାକିସ୍ତାନର ଅଗ୍ରଣୀ ଗଣମାଧ୍ୟମ ଡନ୍। ଭାରତର ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ- ପିଆଇବି ମଧ୍ୟ ଫଟୋଟିର ଫ୍ୟାକ୍ଟ ଚେକ୍ କରି ଏହାକୁ ମିଛ ବୋଲି ସ୍ପଷ୍ଟ କରିଛି।

Operation Sindoor
Advertisment
Related Articles
Advertisment