Advertisment

Priyanka's Involvement with Pakistani Intelligence: ପହଲଗାମରୁ ପାକିସ୍ତାନ ଯାଏଁ ଫଟୋ ଓ ଭିଡ଼ିଓକୁ ନେଇ ତନାଘନା, ଅକଳରେ ୟୁଟ୍ୟୁବର ପ୍ରିୟଙ୍କା

ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାକୁ ଗୁପ୍ତ ତଥ୍ୟ ଦେଇଛନ୍ତି କି ପୁରୀ ଝିଅ ପ୍ରିୟଙ୍କା ସେନାପତି? ଜ୍ୟୋତିଙ୍କ ସହ ପୁଳା ପୁଳା ଫଟୋ ଓ ଭିଡ଼ିଓର ଯାଞ୍ଚ କରିବା ସହ ପାକିସ୍ତାନ କରତାରପୁର ଗସ୍ତ ରହସ୍ୟ ଭେଦିବାକୁ ବି ଚାଲିଛି ଘଣ୍ଟାଚକଟା। ପ୍ରିୟଙ୍କାଙ୍କ ସବୁ ସୋସିଆଲ ମିଡିଆ ପ୍ରୋଫାଇଲ୍ ଯାଞ୍ଚ ପରେ ଏବେ ଚାଲିଛି ଘନ ଘନ ଜେରା।

author-image
Saroj Kumar Jena
jyoti

jyoti

ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାକୁ ଗୁପ୍ତ ତଥ୍ୟ ଦେଇଛନ୍ତି କି ପୁରୀ ଝିଅ ପ୍ରିୟଙ୍କା ସେନାପତି? ଜ୍ୟୋତିଙ୍କ ସହ ପୁଳା ପୁଳା ଫଟୋ ଓ ଭିଡ଼ିଓର ଯାଞ୍ଚ କରିବା ସହ ପାକିସ୍ତାନ କରତାରପୁର ଗସ୍ତ ରହସ୍ୟ ଭେଦିବାକୁ ବି ଚାଲିଛି ଘଣ୍ଟାଚକଟା। ପ୍ରିୟଙ୍କାଙ୍କ ସବୁ ସୋସିଆଲ ମିଡିଆ ପ୍ରୋଫାଇଲ୍ ଯାଞ୍ଚ ପରେ ଏବେ ଚାଲିଛି ଘନ ଘନ ଜେରା। ପୁରୀ ଛାଡ଼ି ନଯିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ଏସପି। ସେପଟେ ହରିୟାଣା ପୋଲିସ୍, ଗିରଫ ଜ୍ୟୋତି ମାଲହୋତ୍ରା, ନିୟମିତ ପାକିସ୍ତାନ ଗସ୍ତ କରିଥିବାର ପ୍ରମାଣ ପାଇବା ପରେ ୫ଦିନିଆ ରିମାଣ୍ଡରେ ନେଇ ପାକ୍ ଗୁଇନ୍ଦା ଅଧିକାରୀଙ୍କ ସହ ଲିଙ୍କର ଗୁମର ଓଗାଳୁଛି।

Advertisment

ଅଧିକ ପଢନ୍ତୁ :‘ଆଗ ଦେଶ, ଝିଅ ପଛ...ଯଦି କିଛି ହୋଇଥାଏ, କାର୍ଯ୍ୟାନୁଷ୍ଠାନ ହେଉ’

ଏବେ ଗୁଇନ୍ଦା ସ୍କାନରରେ ପୁରୀର ଏହି ୟୁଟ୍ୟୁବର। ପାକିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗରେ ଆରେଷ୍ଟ, ହରିୟାଣାର ଟ୍ରାଭେଲ୍ ବ୍ଲଗର ଜ୍ୟୋତି ମାଲହୋତ୍ରାଙ୍କ ସଂସ୍ପର୍ଶରେ ଆସି ପାକିସ୍ତାନ ଓ କାଶ୍ମୀର କେଉଁ ସବୁ ସ୍ଥାନ ବୁଲି ଯାଇଥିଲେ ଏହି ପୁରୀ ଝିଅ? ଖାଲି କରତାରପୁର କରିଡର ନା ପାକିସ୍ତାନର ଅନ୍ୟ କେଉଁ ସ୍ଥାନକୁ ଯାଇଥିଲେ ପ୍ରିୟଙ୍କା ? ୨୦୨୪ ସେପଟେମ୍ବରରେ ଜ୍ୟୋତି ମାଲହୋତ୍ରା ପୁରୀ ଆସିଥିବାବେଳେ ତାଙ୍କୁ ସମୁଦ୍ରକୂଳ ନା ଶ୍ରୀମନ୍ଦିର ପାଖ? କେଉଁଠି ଓ କେତେଦିନ ରଖାଇଥିଲେ ପ୍ରିୟଙ୍କା? ପୁରୀ ସମ୍ପର୍କରେ କଣ ସବୁ ତଥ୍ୟ ଦେଇଛନ୍ତି ଜ୍ୟୋତିଙ୍କୁ? ଏ ରହସ୍ୟ ଭେଦିବାକୁ ଏବେ ଗୁଇନ୍ଦା ବିଭାଗ ସହ ସାଇବର ୟୁନିଟ୍ ପୁରୀ କାଳିକାଦେବୀ ସାହିର ଯୁବତୀ ପ୍ରିୟଙ୍କାଙ୍କୁ କରୁଛି ଘନ ଘନ ଜେରା। ଆଜି ପ୍ରିୟଙ୍କାଙ୍କ ଘରକୁ ଯାଇ ପୁରୀର ଅତିରିକ୍ତ ଏସପି ଓ ସିଟି ଡିଏସପି ତଥ୍ୟ ସଂଗ୍ରହ କରିବା ସହ ତାଙ୍କ ପରିବାର ଲୋକଙ୍କୁ ବି ପଚରାଉଚରା କରିଛନ୍ତି। ପୁରୀ ଏସପି କହିଛନ୍ତି- ଉଭୟ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ଏଜେନସିଙ୍କ ସହିତ ହରିୟାଣା ପୋଲିସ ସାଙ୍ଗେ ଯୋଗାଯୋଗ ରଖି ବିଭିନ୍ନ ଦିଗରୁ ପ୍ରିୟଙ୍କାଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଉଛି। ପୁରୀ ଛାଡ଼ି ନଯିବାକୁ ତାଙ୍କୁ କୁହାଯାଇଛି। ପାକିସ୍ତାନୀ ସ୍ପାଏ ଜ୍ୟୋତି ମାଲହୋତ୍ରା ସହ ଝିଅର ବନ୍ଧୁତା ଓ ୩ ମାସ ତଳେ ପ୍ରିୟଙ୍କା ପାକିସ୍ତାନ କରତାରପୁର କରିଡର ବୁଲି ଯାଇଥିବା କଥା ମାନିଛନ୍ତି ପ୍ରିୟଙ୍କାଙ୍କ ବାପା। ତାଙ୍କ ବଡ଼ ବାପା କହିଛନ୍ତି- ଆଗ ଦେଶ, ଝିଅ ପଛ।

ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କୁ ବାନ୍ଧିବା ପରେ ତା ଲିଙ୍କ୍ ରେ ଥିବା ଆଉ ୭ ଜଣଙ୍କୁ ବି ଜେଲରେ ପୂରାଇଲାଣି ହରିୟାଣା ପୋଲିସ। ଜ୍ୟୋତିକୁ ଏବେ ୫ଦିନିଆ ରିମାଣ୍ଡରେ ନେଇ ତାଠୁ ତଥ୍ୟ ଉଗାଳୁଛି। ହିସାର୍ ଏସପି କହିଛନ୍ତି- ଜ୍ୟୋତି ମାଲହୋତ୍ରା ପ୍ରାୟୋଜିତ ଟ୍ରିପରେ ନିୟମିତ ପାକିସ୍ତାନ ଯାଉଥିଲେ, ଥରେ ଚୀନ ବି ଯାଇଛନ୍ତି। ପହଲଗାମ୍ ଆକ୍ରମଣ ପୂର୍ବରୁ ସେ ପାକିସ୍ତାନରେ ଥିଲେ। ବ୍ୟାଙ୍କ ଡିଟେଲ୍ସ ର ଯାଞ୍ଚ ଚାଲିଛି। କେଉଁସବୁ ପାକିସ୍ତାନୀ ଗୁଇନ୍ଦା ଏଜେନସି ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲା ତାର ବି ଖୋଳତାଡ଼ କରାଯାଉଛି। ଜ୍ୟୋତିକୁ ପାକିସ୍ତାନୀ ଏଜେନ୍ସୀ ଏକ ଆସେଟ୍ ଭଳି ବ୍ୟବହାର କରୁଥିବାର ପ୍ରମାଣ ମିଳିଛି।

Advertisment

ସେପଟେ ଜ୍ୟୋତି ମାଲହୋତ୍ରାଙ୍କର ନିଇତି ନୂଆ ନୂଆ ଚାଞ୍ଚଲ୍ୟକର ତଥ୍ୟ ଓ ଭିଡିଓ ପଦାକୁ ଆସୁଛି। ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଡାନିଶ ନାମକ ଜଣେ ଅଧିକାରୀଙ୍କ ସହ କିଭଳି ନିବିଡ଼ ସଂପର୍କ ଜମାଇଥିଲେ ଜ୍ୟୋତି। ଏକ ଇଫତାର ଡିନର ପାର୍ଟିରେ ଜ୍ୟୋତିଙ୍କୁ ପାଛୋଟି ନେଇ ନିଜ ପତ୍ନୀଙ୍କ ସହ ଭେଟ କରାଇଥିଲେ ଡାନିଶ୍। ଆଉ ଡାନିସ୍ଙ୍କୁ ହିସାର ଆସିବାକୁ ବି ନିମନ୍ତ୍ରଣ ଦେବାକୁ ପଛାଇନଥିଲେ ଜ୍ୟୋତି।

ଅଧିକ ପଢନ୍ତୁ :ଜ୍ୟୋତିଙ୍କ ପହଲଗାମରୁ ପାକିସ୍ତାନ ଯାତ୍ରା, ସନ୍ଦେହ ବଢାଉଛି ହାଇପ୍ରୋଫାଇଲଙ୍କ ସହ ଫଟୋ

Indian YouTuber Spy Chief Odisha Youtuber
Advertisment
Advertisment