Advertisment

Pakistan's Direct Terror Funding: ବିଶ୍ବ ଆତଙ୍କୀକୁ ପାକିସ୍ତାନ ବାଣ୍ଟୁଛି 'ସିନ୍ଦୂର' ଝଡ଼ ରିଲିଫ୍, ମସୁଦ୍ ଅଜହରକୁ ମିଳିଛି ୧୪ କୋଟି ଅନୁକଂପା

ବିଶ୍ବ ଆତଙ୍କୀକୁ ପାକିସ୍ତାନ ବାଣ୍ଟୁଛି 'ସିନ୍ଦୂର' ଝଡ଼ ରିଲିଫ୍ । ଜୈସ୍ ମୁଖ୍ୟ ମସୁଦ୍ ଅଜହରକୁ ମିଳିଛି ୧୪ କୋଟି ଅନୁକଂପା । ୧୪ ଜଣଙ୍କୁ ହରାଇଥିବାରୁ ୧୪ କୋଟି ଦେଇଛି ପାକିସ୍ତାନ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ପାକ୍‌ ବାଣ୍ଟୁଛି ‘ସିନ୍ଦୂର’ ରିଲିଫ୍‌

ପାକ୍‌ ବାଣ୍ଟୁଛି ‘ସିନ୍ଦୂର’ ରିଲିଫ୍‌

ଏବେ ପ୍ରୋବେସନରେ ପାକିସ୍ତାନ। ନିଜେ ସୁଧୁରିଯାଉ, ନହେଲେ ସୁଧାରିଦେବୁ। ଭୁଜ୍ ଏୟାରବେସରୁ ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁଣି ଦେଇଛନ୍ତି କଡ଼ା ଚେତାବନୀ । କହିଛନ୍ତି, ବିଶ୍ବ ଟ୍ରେଲର୍ ଦେଖିଛି, ପୂରା ଫିଲ୍ମ ଏବେବି ବାକି ଅଛି । ଆମକୁ ଜଳଖିଆ ଖାଇବାକୁ ଯେତିକି ସମୟ ଲାଗେ, ସେତିକି ସମୟରେ ଆମେ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଲୁ ବୋଲି ଦମ୍ଭୋକ୍ତି ପ୍ରକାଶ କରିବା ସହ ବ୍ରହ୍ମୋସ ମିଜାଇଲ୍ ଓ ଭାରତର ଯୁଦ୍ଧାସ୍ତ୍ର ଉତ୍ପାଦନ ପ୍ରସଙ୍ଗ ଉଠାଇଛନ୍ତି ରାଜନାଥ। ଏଥିସହ, ପାକିସ୍ତାନକୁ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡର ୧ ବିଲିୟନ୍ ଡଲାର୍ ଋଣକୁ ପରୋକ୍ଷ ଟେରର୍ ଫଣ୍ଡିଂ କହି ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନ ବିରୋଧରେ ରାଜନାଥଙ୍କ ହୁଙ୍କାର; ବଦଳିଯାଅ, ନଚେତ୍‌ କଠୋର ଦଣ୍ଡ

ବିଶ୍ବ ଆତଙ୍କୀକୁ ପାକିସ୍ତାନ ବାଣ୍ଟୁଛି 'ସିନ୍ଦୂର' ଝଡ଼ ରିଲିଫ୍ । ଜୈସ୍ ମୁଖ୍ୟ ମସୁଦ୍ ଅଜହରକୁ ମିଳିଛି ୧୪ କୋଟି ଅନୁକଂପା । ୧୪ ଜଣଙ୍କୁ ହରାଇଥିବାରୁ ୧୪ କୋଟି ଦେଇଛି ପାକିସ୍ତାନ । ଧ୍ବସ୍ତବିଧ୍ବସ୍ତ ଆତଙ୍କୀ ଆଡ୍ଡାକୁ ପୁଣି ସଜାଡ଼ୁଛି ପାକିସ୍ତାନ । ଭାରତର ଅପରେସନ୍ ସିନ୍ଦୂରରେ ଧ୍ବସ୍ତବିଧ୍ବସ୍ତ ୯ଟି ଆତଙ୍କୀ ଆଡ୍ଡାକୁ, ଏବେ ପୁଣି ମରାମତି କରିବାରେ ଲାଗିଲାଣି ପାକିସ୍ତାନ । ଏଠି ବାତ୍ୟା-ବନ୍ୟା ବିପନ୍ନ ଲୋକଙ୍କୁ ସରକାର କ୍ଷତିପୂରଣ ଦେଲା ଭଳି, ପାକିସ୍ତାନରେ କୁଖ୍ୟାତ ଆତଙ୍କୀମାନଙ୍କୁ ଅନୁକଂପା ରାଶି ବାଣ୍ଟୁଛନ୍ତି ଶେହବାଜ ସରିଫ ସରକାର।

Advertisment

କାଙ୍ଗାଳ ଦେଶର ସାଧାରଣ ଲୋକଙ୍କ ଠାରୁ କର ଅସୁଲ୍ କରି ଜୈସ୍ ଓ ଲସ୍କର ଭଳି ଆତଙ୍କୀ ସଂଗଠନର ଆକ୍କା ମାନଙ୍କୁ ଦେଉଛନ୍ତି। ଆଜି ଗୁଜରାଟର ଭୁଜ୍ ଏୟାରବେସ୍ ଗସ୍ତ କରି ପାକିସ୍ତାନର ଆତଙ୍କୀ-ପିରତିକୁ ପଦାରେ ପକାଇବା ସହ, ଏଭଳି ଦେଶକୁ ଅନ୍ତର୍ଜାତୀୟ ଋଣ ଦିଆଯିବା ନେଇ ଖୋଲାଖୋଲି ଆପତ୍ତି ଉଠାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କିଛି ଦିନ ତଳେ, ଭାରତର ବିରୋଧ ସତ୍ତ୍ବେ ପାକିସ୍ତାନକୁ ଶହେ କୋଟି ଡଲାର୍ ଋଣ ଦେଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି- IMF। ତେବେ ଆଜି ରାଜନାଥ କହିଛନ୍ତି, ଏହି ଋଣଅର୍ଥର ସିଂହଭାଗ ଆତଙ୍କୀ ଭିତ୍ତିଭୂମିକୁ ପାଣ୍ଠି ଯୋଗାଣରେ ଖର୍ଚ୍ଚ କରିବ ପାକିସ୍ତାନ। ଏହା IMFର ଇନ୍-ଡାଇରେକ୍ଟ ଟେରର୍ ଫଣ୍ଡିଂ ନୁହେଁ କି ବୋଲି ବିଶ୍ବ ସମୁଦାୟକୁ ପ୍ରଶ୍ନ କରିଛନ୍ତି ରାଜନାଥ । ବର୍ତ୍ତମାନ ସ୍ଥିତିରେ ପାକିସ୍ତାନକୁ କୌଣସି ପ୍ରକାର ଆର୍ଥିକ ସହାୟତା ଟେରର୍ ଫଣ୍ଡିଂରୁ କମ୍ ନୁହେଁ । ତେଣୁ ଭାରତ ଚାହୁଁଛି, ପାକିସ୍ତାନକୁ ଏହି ୧ ବିଲିୟନ୍ ଡଲାର୍ ସହାୟତା ସଂପର୍କରେ IMF ପୁନର୍ବିଚାର କରୁ ଏବଂ ଆଗକୁ ବି କୌଣସି ପ୍ରକାର ସହାୟତା ଦେବାରୁ ଦୂରେଇ ରହୁ। ଭାରତ ଚାହୁଁନି ଯେଉଁ ଫଣ୍ଡିଂ ଆମେ IMFକୁ କରୁ, ତାହା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପାକିସ୍ତାନ ଅଥବା ଅନ୍ୟ କୌଣସି ଦେଶରେ ଆତଙ୍କୀ ଭିତ୍ତିଭୂମି ନିର୍ମାଣରେ ଉପଯୋଗ ହେଉ ।

ଗତକାଲି ଶ୍ରୀନଗର ଏୟାରବେସ ପରେ, ଆଜି ଭୁଜ୍ ଏୟାରବେସରୁ ଶୁଭିଛି ରାଜନାଥଙ୍କ ଭୀମ ହୁଂକାର। ପ୍ରଧାନମନ୍ତ୍ରୀ ନିଜେ ନାମକରଣ କରିଥିବା 'ଅପରେସନ୍ ସିନ୍ଦୂର'ରେ ବାୟୁବୀରଙ୍କ ଶୌର୍ଯ୍ୟର ଭୁରି ଭୁରି ପ୍ରଶଂସା କରିଛନ୍ତି । କହିଛନ୍ତି- ଲୋକମାନେ ଯେତିକି ସମୟ ଭିତରେ ଜଳଖିଆ ଖାଆନ୍ତି, ସେତିକି ସମୟ ଅର୍ଥାତ୍ ମାତ୍ର ୨୩ ମିନିଟରେ ଆପଣମାନେ ଶତ୍ରୁର ଖେଳ ଖତମ୍ କଲେ। ପାକିସ୍ତାନକୁ ରାତିର ଅନ୍ଧାରରେ ଦିନ ଦେଖାଇଦେଲା ବ୍ରହ୍ମୋସ୍। କିଛି ବର୍ଷ ତଳେ ଆମେ ଯୁଦ୍ଧାସ୍ତ୍ର କିଣୁଥିଲୁ, ଏବେ ନିଜେ ବନାଉଛୁ। ଆମେ ଇଂପୋଟରରୁ ଏକ୍ସପୋର୍ଟରୁ ବନିଛୁ । ଏହା ତ କେବଳ ଆରମ୍ଭ ମାତ୍ର । ଏଥିସହ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି- ଅପରେସନ୍ ସିନ୍ଦୂର ଏବେ ବି ସରିନାହିଁ। ଇଏ ଖାଲି ଟ୍ରେଲର୍ ଥିଲା । ଯେତେବେଳେ ବି ଠିକ୍ ସମୟ ଆସିବ, ସାରା ଦୁନିଆକୁ ଆମେ ପୂରା ଫିଲ୍ମ ଦେଖାଇବୁ। ଅସ୍ତ୍ରବିରତି ପ୍ରସଙ୍ଗରେ ସେ କହିଛନ୍ତି ଯେ, ପାକିସ୍ତାନକୁ ଆମେ ଏବେ କେବଳ ପ୍ରୋବେସନରେ ରଖିଛୁ। ତାର ଯଦି ଆଚରଣ ସୁଧୁରେ ତେବେ ତ ଠିକ୍, କିନ୍ତୁ ଯଦି କିଛି ଗଡ଼ବଡ଼ି ଆସେ ତେବେ କଡ଼ା ଦଣ୍ଡ ଦିଆଯିବ। ପାକିସ୍ତାନର ପରମାଣୁ ହତିଆର ଆତଙ୍କୀ ହାତରେ ଲାଗିବା ଆଶଙ୍କାକୁ ବ୍ୟକ୍ତ କରି କହିଛନ୍ତି, ସେଠାକାର ଲୋକ ଏଭଳି ବାରୁଦ ଗଦା ଉପରେ ବସିଛନ୍ତି, ଯାହା ଚାରିପଟେ ଦିଆସିଲି କାଠିର ଲଢ଼େଇ ଚାଲିଛି ।

ଆଜି ଆକାଶ ଏୟାରଡିଫେନ୍ସ ସାମ୍ନାରେ ଠିଆ ହୋଇ ପାକିସ୍ତାନ ସେନାକୁ ବି ଶାୟରୀ ଜରିଆରେ ସତର୍କ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। କହିଛନ୍ତି ବଶିର ବଦ୍ରଙ୍କ ସେଇ ପ୍ରଖ୍ୟାତ ପଂକ୍ତି, ଯାହାର ଅର୍ଥ- ନିଶାରେ ଅଛ, ହାଉଲେ ନଚାଲିଲେ ଜଳିଯିବ ।

ଅଧିକ ପଢ଼ନ୍ତୁ: ଗୁପ୍ତଚର ବୋଲି ସନ୍ଦେହ କରୁଥିଲେ, ଦାନ୍ତ ଘସିବାକୁ ଦେଉନଥିଲେ, ରାତି ହେଲେ ଆରମ୍ଭ ହେଉଥିଲା ଜେରା

India Rajnath Singh Pakistan Operation Sindoor
Advertisment
Related Articles
Advertisment