Advertisment

India's Stand on Terrorism: ପାକିସ୍ତାନ ବିରୋଧରେ ରାଜନାଥଙ୍କ ହୁଙ୍କାର; ବଦଳିଯାଅ, ନଚେତ୍‌ କଠୋର ଦଣ୍ଡ ‍

ଗୁଜରାଟର ଭୁଜ୍ ଏୟାର ଫୋର୍ସ ଷ୍ଟେସନ ଉଡ଼ାଇ ଦେଇଛି ବୋଲି ଦାବି କରିଥିଲା ପାକିସ୍ତାନ। ଏହା ମିଛ ପ୍ରମାଣ କରି ଆଜି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। କହିଛନ୍ତି, ଅନ୍ତର୍ଜାତୀୟ ମୂଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Rajnath singh

Rajnath singh

ଗୁଜରାଟର ଭୁଜ୍ ଏୟାର ଫୋର୍ସ ଷ୍ଟେସନରୁ ପାକିସ୍ତାନ ବିରୋଧରେ ଆଜି ହୁଙ୍କାର ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କହିଛନ୍ତି, ଆତଙ୍କବାଦ ମୂଳୋତ୍ପାଟନ ପାଇଁ ଭାରତ ପ୍ରତିଜ୍ଞାବଦ୍ଧ। ଅପରେସନ ସିନ୍ଦୂର ବନ୍ଦ ହୋଇନି, ଜାରି ରହିଛି। ଆତଙ୍କୀ ଲଢ଼େଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି।

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ରାଜନାଥ ଶୁଣାଇଲେ ଚରମବାଣୀ; କହିଲେ, ଧର୍ମ ପଚାରି ମାରିଥିଲେ, କର୍ମ ଅନୁସାରେ ଦଣ୍ଡ ଦେଲୁ

ଗୁଜରାଟର ଭୁଜ୍ ଏୟାର ଫୋର୍ସ ଷ୍ଟେସନ ଉଡ଼ାଇ ଦେଇଛି ବୋଲି ଦାବି କରିଥିଲା ପାକିସ୍ତାନ। ଏହା ମିଛ ପ୍ରମାଣ କରି ଆଜି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। କହିଛନ୍ତି, -ଅନ୍ତର୍ଜାତୀୟ ମୂଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଛି। ତେଣୁ IMF ତାର ନିଷ୍ପତ୍ତି ପୁନର୍ବିଚାର କରିବା ଦରକାର। ୧୪ କୋଟି ଟଙ୍କା କୁଖ୍ୟାତ ମାସୁଦ ଅଜହରକୁ ପ୍ରଦାନ କରିଛି। ଆତଙ୍କୀ ଲଢ଼େଇରେ ଆପଣମାନେ ଅପରେସନ ସିନ୍ଦୂରରେ ଟ୍ରେଲର ଦେଖିଥିଲେ, ଏବେ ବି ପୂରା ପିକଚର  ବାକି ରହିଛି। 

Advertisment

ଭୁଜ୍ ଏୟାର ଫୋର୍ସ ଷ୍ଟେସନରେ ପ୍ରତିରକ୍ଷା ମନ୍ତ୍ରୀ ବାୟୁସେନା ଯବାନଙ୍କୁ ଆଜି ଭେଟି ଆଲୋଚନା କରିବା ସହ ମନୋବଳ ବଢାଇଛନ୍ତି। କହିଛନ୍ତି, ଅପରେସନ ସିନ୍ଦୂର ସମୟରେ ଆପଣ ଯାହା କଲେ, ତାହା ଗର୍ବିତ କରିଛି। ଏଥିପାଇଁ ଦେଶ ଭିତରେ ଓ ବାହାରେ ଥିବା ଭାରତୀୟ ସମସ୍ତେ ଗର୍ବିତ।  ଆପଣ ଶତ୍ରୁମାନଙ୍କ ଦେଶକୁ ଯାଇ କ୍ଷେପଣାସ୍ତ୍ର ପକାଇଥିଲେ। ପ୍ରତିଧ୍ୱନି ଭାରତ ସୀମାରେ ସୀମିତ ରହିଲା ନାହିଁ, ବିଶ୍ବ ଦେଖିଲା’। ସେହି ପ୍ରତିଧ୍ୱନି କେବଳ କ୍ଷେପଣାସ୍ତ୍ରର ନୁହେଁ, ଆପଣଙ୍କର ବୀରତ୍ୱ ଥିଲା। ସଶସ୍ତ୍ର ବାହିନୀ ଯବାନଙ୍କ ସାହସର ମଧ୍ୟ ଥିଲା

।ଆତଙ୍କବାଦକୁ ଦମନ କରିବାକୁ ବାୟୁସେନା ପାଇଁ ମାତ୍ର ୨୩ ମିନିଟ୍ ଯଥେଷ୍ଟ ଥିଲା । ଟିଫିନ୍‌ ଖାଇବା ପାଇଁ ଯେତିକି ସମୟ ଦରକାର ସେତିକି ସମୟରେ ଆତଙ୍କବାଦୀ ଖତମ୍‌ ହୋଇଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

ଏଥିସହ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ରାଜନାଥ। କହିଛନ୍ତି, ଆମେ ପାକିସ୍ତାନକୁ ପରୀକ୍ଷାରେ ରଖିଛୁ। ଯଦି ଏହାର ଆଚରଣରେ ଉନ୍ନତି ଆସେ, ତେବେ ଠିକ୍।’ନଚେତ୍, ପାକିସ୍ତାନକୁ କଠୋରତମ ଦଣ୍ଡ ଦିଆଯିବ।

ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, ବ୍ରହ୍ମୋସ ମିଜାଇଲ୍ ତାକତକୁ ତ ପାକିସ୍ତାନ ସ୍ବୀକାର କରିସାରିଛି। ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି।ଏଣିକି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଚମକ ଦେଖାଇଛି।

ଭୁଜ ଏୟାରବେସ୍ ପାକିସ୍ତାନ ବିପକ୍ଷ ବିଜୟରେ ସର୍ବଦା ସାଥି।୧୯୬୫ ଓ ୧୯୭୧ରେ ଆମେ ଏହା ଦେଖିଥିଲେ। ଅପରେସନ ସିନ୍ଦୂରରେ ମଧ୍ୟ ଆମେ ପୁଣି ଥରେ ଦେଖିଲୁ।ଆତଙ୍କବାଦୀ ବିରୋଧୀ ଲଢ଼େଇର ବାୟୁସେନ ନେତୃତ୍ବ ନେଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

ଆମେ ଭଗବାନ ରାମଙ୍କୁ ଅନୁସରଣ କରି ଆଗକୁ ବଢ଼ୁଛୁ। ପ୍ରଭୁ ଶ୍ରୀରାମ ଆସୁରିକ ଶକ୍ତିକୁ ସମାପ୍ତ କରିବାକୁ ସଂକଳ୍ପ ନେଇଥିଲେ। ପୃଥିବୀକୁ ରାକ୍ଷସ ମୁକ୍ତ କରିବା ପାଇଁ ହାତ ଉଠାଇଛି ବୋଲି କହିଥିଲେ। ଯେଉଁଭଳି ଭାବରେ ପ୍ରଭୁ ରାମ ତାଙ୍କର ବାହୁ ଉଠାଇ ଥିଲେ।ବିଶ୍ୱକୁ ଦାନବମୁକ୍ତ ମୁକ୍ତ କରିବାକୁ ସଂକଳ୍ପ ନେଇଥିଲେ, ତାହା କରୁଛୁ। ‘ସେହି ନୀତି ଅନୁସରଣ କରି ଆତଙ୍କୀ ମୂଳରୁ ଉଚ୍ଛେଦ ସଂକଳ୍ପ ନେଇଛୁ ବୋଲି ରାଜନାଥ କହିଛନ୍ତି।

 ସୂଚନାଯୋଗ୍ୟ,  ଗତକାଲି ଶ୍ରୀନଗର ଗସ୍ତ କରି ଯବାନଙ୍କ ସହିତ ଆଲୋଚନା କରିଥିଲେ ରାଜନାଥ । ଆତଙ୍କୀଙ୍କୁ ପୋଷୁଥିବା ପାକିସ୍ତାନକୁ ଚରମ ବାଣୀ ଶୁଣାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ଯିବନି ସିନ୍ଧୁ ଜଳ, ଜୟଶଙ୍କରଙ୍କ ଆହ୍ୱାନ ' କେବଳ POK ପ୍ରସଙ୍ଗରେ ଆଲୋଚନା କରିବୁ'

India Rajnath Singh Pakistan India Pakistan War
Advertisment
Advertisment