Advertisment

Indian Soldier Captured in Pakistan: ଗୁପ୍ତଚର ବୋଲି ସନ୍ଦେହ କରୁଥିଲେ, ଦାନ୍ତ ଘସିବାକୁ ଦେଉନଥିଲେ, ରାତି ହେଲେ ଆରମ୍ଭ ହେଉଥିଲା ଜେରା

ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଯାଇଥିଲା, ସେତିକି ବେଳେ ପାକିସ୍ତାନରେ ଅଟକ ଥିଲେ ଭାରତର ଏହି ବିଏସଏଫ୍ ଯବାନ । ତାଙ୍କୁ ଦାନ୍ତ ଘଷିବାକୁ ଦିଆଯାଉନଥିଲା କି ଶୋଇବାକୁ ଦେଉନଥିଲେ ପାକ୍ ସେନା କର୍ମଚାରୀ । ତଥ୍ୟ ହାସଲ ପାଇଁ କରୁଥିଲେ ଘନ ଘନ ଜେରା ।

author-image
Tapan Kumar Swain
ଅଦ୍ୟତନ ହୋଇଛି
BSF Jawan

BSF Jawan

ବିଏସଏଫ୍ ଯବାନ ବଖାଣୁଛନ୍ତି ସେଇ କାଳ ରାତିର କଥା । କେମିତି ପାକିସ୍ତାନରେ ତାଙ୍କୁ ଦିଆଯାଉଥିଲା ମାନସିକ ନିର୍ଯାତନା । ପାକିସ୍ତାନରୁ ଭାରତକୁ ଫେରିବା ପରେ ସବୁ କଥା ତାଙ୍କ ପତ୍ନୀଙ୍କୁ କହିଛନ୍ତି । ଜୀବନ ଓ ମରଣର ଆଶା ଓ ଆଶଙ୍କା ଭିତରେ କେମିତି ବିତିଥିଲା ସେଇ ୨୧ ଦିନ । ଦିନ ଯାହା ଯେମିତି କଟିଯାଉଥିଲା କିନ୍ତୁ ରାତିରେ ତାଙ୍କୁ ସମ୍ମୁଖୀନ ହେବାକୁ ପଡୁଥିଲା ଘନ ଘନ ଜେରାର । ବିଏସଏଫ୍ ଯବାନ ପୂର୍ଣ୍ଣମ କୁମାର ଶ କହିଛନ୍ତି, ରାତିରେ ତାଙ୍କୁ ଶୋଇବାକୁ ଦିଆଯାଉନଥିଲା ।

Advertisment

ଜଣେ ବିଏସ୍ଏଫ୍ ଯବାନ ନୁହେଁ ଜଣେ ଗୁପ୍ତଚର ଭାବି ତାଙ୍କୁ କରାଯାଉଥିଲା ପଚରାଉଚରା । ଅନ୍ତର୍ଜାତୀୟ ସୀମାରେ ବିଏସଏଫ୍ କର୍ମଚାରୀ ଓ ଅଫିସରଙ୍କ ମୁତୟନ ନେଇ ଗୁଡେଇ ତୁଡେଇ ସବୁ ରାତିରେ ପଚାରୁଥିଲେ ପାକିସ୍ତାନୀ ସେନା କର୍ମଚାରୀ । ଗତ ଏପ୍ରିଲ ୨୩ ତାରିଖରେ ପୂର୍ଣ୍ଣମ ଭୁଲବଶତଃ ପାକିସ୍ତାନ ସୀମା ଭିତରକୁ ଚାଲିଯାଇଥିଲେ । ପହଲଗାମରେ ଆତଙ୍କବାଦୀଙ୍କ ବର୍ବରୋଚିତ ହତ୍ୟାକାଣ୍ଡର ଠିକ୍ ଦିନକ ପରେ ସେ ପଞ୍ଜାବର ଫିରୋଜପୁର ସେକ୍ଟରରେ ଡ୍ୟୁଟି କରୁଥିବା ବେଳେ ଆରପଟକୁ ଚାଲିଯାଇଥିଲେ । ତାଙ୍କୁ ନେଇ ଅଟକ ରଖିଥିଲେ ପାକିସ୍ତାନୀ ସେନା କର୍ମଚାରୀ ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ବିରୋଧରେ ରାଜନାଥଙ୍କ ହୁଙ୍କାର; ବଦଳିଯାଅ, ନଚେତ୍‌ କଠୋର ଦଣ୍ଡ ‍

Advertisment

ସେମାନେ ପୂର୍ଣ୍ଣମଙ୍କୁ ବାଡିଆପିଟା କରିନାହାନ୍ତି କିନ୍ତୁ ମାନସିକ ଚାପରେ ରଖିଥିଲେ । ୨୧ ଦିନ ଭିତରେ ତାଙ୍କୁ ୩ଟି ସ୍ଥାନରେ ରଖାଯାଇଥିଲା । ଗୋଟିଏ ଏୟାରବେସ୍ ନିକଟରେ ମଧ୍ୟ ତାଙ୍କୁ ନେଇ ରଖିଥିଲେ । ସେଠାରେ ବିମାନର ଶବ୍ଦ ଶୁଭୁଥିଲା ।

ପାକିସ୍ତାନରେ ତାଙ୍କୁ ଖାଇବାକୁ ଦେଉଥିଲେ ମଧ୍ୟ ତାଙ୍କୁ ଦାନ୍ତ ଘଷିବାକୁ ଦିଆଯାଇନଥିଲା । ଦାନ୍ତ ନଘଷି ସେଇମିତି ଖାଅ ବୋଲି କହୁଥିଲେ ପାକ୍ କର୍ମଚାରୀ । ଏହି ସମୟ ମଧ୍ୟରେ ତାଙ୍କ ପରିବାର ଦୁଶ୍ଚିନ୍ତାରେ ଥିଲେ । ଗତ ବୁଧବାର ଦିନ ସେ ଅଟ୍ଟାରୀ-ୱାଘା ବର୍ଡର ଦେଇ ଭାରତ ଫେରିଛନ୍ତି । ୨୧ ଦିନ ପାକିସ୍ତାନରେ ଅଟକ ରହିବା ପରେ ମୁକ୍ତ ହୋଇ ଫେରିଛନ୍ତି ବିଏସଏଫ୍ ଯବାନ । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସେ ଶୀଘ୍ର କାର୍ଯ୍ୟରେ ଯୋଗଦେବେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ଆଣ୍ଟି ଟେରର ଅପରେସନରେ ବଡ଼ ସଫଳତା, ୬ ଆତଙ୍କୀ ନିପାତ

India Pakistan BSF Jawan
Advertisment
Advertisment