/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747644473.jpg)
ଡୋଭାଲ ହିଁ ଜାଣିଥିଲେ ସିକ୍ରେଟ୍ ପ୍ଲାନ୍
ଅପରେସନ ସିନ୍ଦୂରରେ କ'ଣ ରହିବ ଟାର୍ଗେଟ୍ କେବଳ ଜାଣିଥିଲେ ଡୋଭାଲ । ପାକିସ୍ତାନର କେଉଁ ସ୍ଥାନକୁ କରାଯିବ ଟାର୍ଗେଟ, କେତେବେଳେ କରାଯିବ ଟାର୍ଗେଟ୍, କ’ଣ ରହିବ ଷ୍ଟ୍ରାଟେଜି ସେ ସବୁ କେବଳ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ହିଁ ଜାଣିଥିଲେ । ଏମିତି କି ପ୍ଲାନ A, ପ୍ଲାନ B ନେଇ ବି ସମସ୍ତ ସିକ୍ରେଟ ଅଜିତ ଡୋଭାଲଙ୍କ ପାଖରେ ଥିଲା ।
ଅଧିକ ପଢ଼ନ୍ତୁ: ଭାରତ ନେଲା ଆକ୍ସନ, ପାନେ ପାଇବ ବାଂଲାଦେଶ
ଅପରେସନ ସିନ୍ଦୂରର ୨ ଘଣ୍ଟା ପୂର୍ବରୁ ସୁରକ୍ଷା ଏଜେନ୍ସିକୁ ଏନେଇ ସୂଚନା ଦେଇଥିଲେ ଅଜିତ ଡୋଭାଲ । ଅପରେସନ ନେଇ ସମସ୍ତ ତଥ୍ୟକୁ ଟପ୍ ସିକ୍ରେଟ ରଖିଥିଲେ NSA । ଅପରେସନରେ ପାକିସ୍ତାନର କେଉଁ ଆତଙ୍କୀ ଆଡ଼ାକୁ ଏକା ସାଙ୍ଗରେ ଟାର୍ଗେଟ୍ କରାଯିବ ସେନେଇ ବି ଅଜିତଙ୍କ ପାଖରେ ହିଁ ଥିଲା ସମସ୍ତ ବ୍ଲୁ ପ୍ରିଣ୍ଟ । 'ୱାନ ଗୋ'ରେ କିଭଳି ୯ ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରାଯିବ ସେନେଇ ସମସ୍ତ ପ୍ଲାନ କେବଳ ଅଜିତ ଡୋଭାଲଙ୍କ ପାଖରେ ଥିଲା ।
ତେବେ ଯେଉଁ ୯ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା ସେନେଇ ଲାଷ୍ଟ ମିନିଟ୍ ପର୍ଯ୍ୟନ୍ତ ଅତ୍ୟନ୍ତ ଗୋପନ ରଖାଯାଇଥିଲା । ଏହି ଅପରେସନକୁ ୨ ଭାଗରେ ବିଭକ୍ତ କରାଯାଇଥିଲା । ଆତଙ୍କବାଦୀ ଆଡ୍ଡା ଓ ଏହାକୁ ସହଯୋଗ କରୁଥିବା ଠିକଣାକୁ ଧ୍ବଂସ କରିବା ପ୍ରଥମ ଟାର୍ଗେଟ ଥିଲା । ଏହାପରେ ଯଦି ପାକିସ୍ତାନ ଏହାକୁ ନେଇ ଭାରତ ଉପରେ ଆକ୍ରମଣ କରେ ତେବେ ପାକିସ୍ତାନର ମିଲିଟାରି ବେସ୍ ଗୁଡ଼ିକୁ ଧ୍ବଂସ କରିବା ଥିଲା ଦ୍ୱିତୀୟ ଟାର୍ଗେଟ । ଆତଙ୍କୀ ଆଡ୍ଡା ଉପରେ ଯେମିତି ସଠିକ୍ ନିଶାନା ଲାଗିବ ସେନେଇ ମଧ୍ୟ ସମସ୍ତ ଯୋଜନା କରିଥିଲେ ଡୋଭାଲ । ଏହାଛଡ଼ା ପାକିସ୍ତାନ ଆଡ଼ୁ ଆକ୍ରମଣ ଜାରି ରହିଲେ ପାକିସ୍ତାନ ସେନାର ବର୍ଡର ପୋଷ୍ଟ, ଡ୍ରୋନ ବେସକୁ ଧ୍ବଂସ କରିବାକୁ ରଣନୀତି କରାଯାଇଥିଲା ।
ତେବେ ଶେଷ ମୁହୂର୍ତ୍ତରେ ହିଁ ସୁରକ୍ଷା ଏଜେନ୍ସିକୁ କେଉଁ ସମୟରେ କେଉଁ ଟାର୍ଗେଟକୁ ଧ୍ବଂସ କରାଯିବ ସେନେଇ ତଥ୍ୟ ଦିଆଯାଇଥିଲା । ତେବେ ଭାରତ ପହଞ୍ଚରେ ପାକିସ୍ତାନର ଏମିତି କୌଣସି ଅଞ୍ଚଳ ବାକି ନାହିଁ ବୋଲି ପ୍ରମାଣିତ କରିବାକୁ ହୋଇଥିଲା ସମସ୍ତ ପ୍ଲାନ । ଏ ସମସ୍ତ ପ୍ଲାନ ଶେଷ ମିନିଟ ପର୍ଯ୍ୟନ୍ତ କେବଳ ଜାଣିଥିଲେ NSA ଅଜିତ ଡୋଭାଲ । ୭ ତାରିଖରୁ ୧୦ ତାରିଖ ଭିତରେ ହୋଇଥିବା ସମସ୍ତ ଅପରେସନକୁ ଅତି ସନ୍ତର୍ପଣର ସହ କରାଯାଇଥିଲା କାର୍ଯ୍ୟକାରୀ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଅଧିକ ପଢ଼ନ୍ତୁ: ପୋଲାଭରମ ପ୍ରକଳ୍ପ ବିବାଦ : ମେ ୨୮ରେ ଉଚ୍ଚସ୍ତରୀୟ ବୈଠକ, ୪ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
India Restricts Imports from Bangladesh: ଭାରତ ନେଲା ଆକ୍ସନ, ପାନେ ପାଇବ ବାଂଲାଦେଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)