Advertisment

Polavaram Dispute : ପୋଲାଭରମ ପ୍ରକଳ୍ପ ବିବାଦ : ମେ ୨୮ରେ ଉଚ୍ଚସ୍ତରୀୟ ବୈଠକ, ୪ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ମେ ୨୮ରେ ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ । ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା ହେବ । ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିବେ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
PM Modi To Hold Polavaram Meeting

PM Modi To Hold Polavaram Meeting

ପୋଲାଭରମ ପ୍ରକଳ୍ପ ବିବାଦ ନେଇ ବସିବ ଉଚ୍ଚସ୍ତରୀୟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମେ ୨୮ ତାରିଖରେ ବୈଠକ ବସିବ । ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ ହେବେ । ଜଳସେଚନ ଓ ଜଳ ନିୟନ୍ତ୍ରଣ ଉପରେ ଆଲୋଚନା ହେବ। ଏହାସହ ଏହି ପ୍ରକଳ୍ପ କାରଣରୁ ଜଳମଗ୍ନ ହେବାକୁ ଥିବା ଗାଁରେ ବସବାସ କରୁଥିବା ଗ୍ରାମବାସୀଙ୍କ ଥଇଥାନ ନେଇ ହୋଇପାରେ ଆଲୋଚନା । ସୁବ୍ୟବସ୍ଥିତ ଭାବେ ଯେପରି ଏହି ପ୍ରକଳ୍ପ ହୋଇପାରିବ ସେନେଇ ବିଶେଷଜ୍ଞଙ୍କ ସହ ମଧ୍ୟ ଆଲୋଚନା କରାଯିବ। ଏହି ବୈଠକରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ପୋଲାଭରମ ପ୍ରକଳ୍ପର ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । 

Advertisment

ପୋଲାଭରମ ପ୍ରକଳ୍ପ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗିରହିଛି । ଗୋଟିଏ ପଟେ ଆନ୍ଧ୍ର ପକ୍ଷରୁ ପୋଲାଭରମ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା ନେଇ ପ୍ରକ୍ରିୟା ଜାରି ରହିଥିବା ଓଡ଼ିଶାର ମାଲକାନଗିରିର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବାକୁ ଥିବାରୁ ଚିନ୍ତା ବଢିଛି । ଉପୁଜିବାକୁ ଥିବା ସମସ୍ୟାର ସମାଧାନ ନେଇ ଆଲୋଚନା କରିବା ପାଇଁ ଆସନ୍ତା ୨୮ରେ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ।  

ଅଧିକ ପଢନ୍ତୁ: ପୋଲାଭରମ ପ୍ରୋଜେକ୍ଟ ଘୋଷଣା ବେଳେ ଚୁପ୍ ଥିଲେ ,ଏବେ କାହିଁକି ଆଟାକିଂ ମୁଡ୍‌ରେ ନବୀନ ?

Advertisment
Odisha PM Modi Andhra Pradesh Chhattisgarh Polavaram Project
Advertisment
Related Articles
Advertisment