Advertisment

India Restricts Imports from Bangladesh: ଭାରତ ନେଲା ଆକ୍ସନ, ପାନେ ପାଇବ ବାଂଲାଦେଶ

ଭାରତ ସ୍ଥଳପଥରେ ବାଂଲାଦେଶରୁ କେତେକ ଉତ୍ପାଦର ଆମଦାନୀ ଉପରେ ନିଷେଧାଦେଶ ଜାରି କରିଛି । ବିଜ୍ଞପ୍ତି ଜରିଆରେ ବାଂଲାଦେଶରୁ ଆମଦାନୀ ପ୍ରତିବନ୍ଧକ ସମ୍ପର୍କରେ ସୂଚନା ଦିଆଯାଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ପାନେ ପାଇବ ବାଂଲାଦେଶ

ପାନେ ପାଇବ ବାଂଲାଦେଶ

ପାକିସ୍ତାନ ପରେ ଏବେ ବାଂଲାଦେଶ ପାଳି । ବେଇମାନ ବାଂଲାଦେଶକୁ ପାନେ ଦେବ ଭାରତ । ବନ୍ଦ କରିବ ସବୁ ରାସ୍ତା, ବ୍ୟବସାୟ ହେବ ଠପ୍‌ । ଭାରତ ସହ ମିଛି ମିଛିକା ମିତ୍ରତା କରୁଥିବା ବାଂଲାଦେଶର ସବୁ ସତ ପଦାରେ ପଡ଼ିବା ପରେ ଏବେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି । ବାଂଲାଦେଶରୁ କେତେକ ଉତ୍ପାଦର ଆମଦାନୀ ଉପରେ ନିଷେଧାଦେଶ ଜାରି କରିଛି ଭାରତୀୟ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ।

Advertisment

ଅଧିକ ପଢ଼ନ୍ତୁ: ସ୍ମଗଲିଂ ନାଁରେ ଗୁଇନ୍ଦାଗିରି: ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସରକାରର ପତନ ପରେ ଏବେର ବାଂଲାଦେଶ ସରକାର ଭାରତ ବିରୋଧୀ ହୋଇ ଛିଡ଼ା ହୋଇଛନ୍ତି । ପାକିସ୍ତାନଠାରୁ ଅଲଗା ହେବାକୁ ସଂଘର୍ଷ କରୁଥିବା ଏ ଦେଶକୁ ଭାରତ ଦିନେ ସାହାଯ୍ୟର ହାତ ବଢ଼ାଇଥିଲା । ଫଳରେ ଭାରତର ସହଯୋଗ ପାଇ ସ୍ବତନ୍ତ୍ର ରାଷ୍ଟ୍ର ଗଠନ ହୋଇଥିଲା ବାଂଲାଦେଶ । ହେଲେ ଏବେ ସେହି ଦେଶ ଭାରତ ସହ ବେଇମାନୀ କରିଛି । ପାକିସ୍ତାନ ସହ ମିଶି ତାକୁ ବିଭିନ୍ନ କ୍ଷେତ୍ରରେ ସହଯୋଗ ଓ ସମର୍ଥନ କରୁଛି । ତେଣୁ ଭାରତରେ ବାଂଲାଦେଶର ବ୍ୟବସାୟକୁ ଠପ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

Advertisment

ଭାରତ ସ୍ଥଳପଥରେ ବାଂଲାଦେଶରୁ କେତେକ ଉତ୍ପାଦର ଆମଦାନୀ ଉପରେ ନିଷେଧାଦେଶ ଜାରି କରିଛି । ବିଜ୍ଞପ୍ତି ଜରିଆରେ ବାଂଲାଦେଶରୁ ଆମଦାନୀ ପ୍ରତିବନ୍ଧକ ସମ୍ପର୍କରେ ସୂଚନା ଦିଆଯାଇଛି । ଯେପରିକି ପ୍ଲାଷ୍ଟିକ ଜିନିଷ, ପୋଷାକ, କିଛି ଖାଦ୍ୟ, ଏବଂ କାଠ ଆସବାବପତ୍ର ଭଳି ସାମଗ୍ରୀର ଆମଦାନୀ ଉପରେ କଟକଣା ଲଗାଯାଇଛି । ଏହି ସବୁ ଜିନିଷକୁ ସ୍ଥଳପଥରେ ଅନୁମତି ଦିଆଯାଇନାହିଁ । ହେଲେ କୋଲକାତା ସାମୁଦ୍ରିକ ବନ୍ଦର ଦେଇ ଆମଦାନୀକୁ ଅନୁମତି ଦିଆଯାଇଛି । ସେହିପରି ଖାଇବା ତେଲ, ଚୂନ ପଥର, ମାଛ ଓ ରନ୍ଧନ ଗ୍ୟାସ୍‌କୁ କଟକଣା ମୁକ୍ତ କରାଯାଇଥିବା କୁହାଯାଇଛି ।

ଭାରତ ଓ ବାଂଲାଦେଶ ମଧ୍ୟରେ ଏବେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି । ପ୍ରଥମେ ଭାରତ ସ୍ଥଳପଥକୁ ବନ୍ଦ କରିବା ପରେ ବାଂଲାଦେଶ ଏପ୍ରିଲ ୧୩ରେ ଭାରତୀୟ ସୂତା ଆମଦାନୀ ପାଇଁ ଏହାର ସ୍ଥଳପଥକୁ ବନ୍ଦ କରିଛି । ବାଂଲାଦେଶକୁ ଭାରତ ସୂତା ରପ୍ତାନୀ କରିଥାଏ । ଭାରତର ପ୍ରାୟ ୩୦ ପ୍ରତିଶତ ସୂତା ବାଂଲାଦେଶ ନେଇଥାଏ । ଉଭୟ ଦେଶ ମଧ୍ୟରେ ବିବାଦ ଦେଖା ଦେବା ପରେ ଦୁଇ ଦେଶର ବ୍ୟବସାୟୀଙ୍କ ମଧ୍ୟରେ ଅସୁବିଧା ଦେଖା ଦେଇଛି ।

ଅଧିକ ପଢ଼ନ୍ତୁ: ଖୋଲୁଛି ଗୁମର: ପହଲଗାମ ହମଲା ଦିନ ISI ସହ ଯୋଗାଯୋଗରେ ଥିଲେ ଜ୍ୟୋତି!

Narendra Modi India Bangladesh Operation Sindoor
Advertisment
Related Articles
Advertisment