Advertisment

Online Money Gaming:ପ୍ରତିବର୍ଷ ପ୍ରାୟ ୨୦,୦୦୦ କୋଟି ଟଙ୍କାର କ୍ଷତି...ଅନେକ ଆତ୍ମହତ୍ୟା ଓ ହିଂସା ଭଳି ପଦକ୍ଷେପ ମଧ୍ୟ ନେଇଛନ୍ତି।

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଏକ ଆକଳନ ଅନୁସାରେ ଏହି ଗେମ୍ସ ଯୋଗୁଁ ସାଧାରଣ ଲୋକଙ୍କୁ ପ୍ରତିବର୍ଷ ପ୍ରାୟ ୨୦,୦୦୦ କୋଟି ଟଙ୍କାର କ୍ଷତି ହେଉଛି। ଏହାର ନିଶା ଯୋଗୁଁ ଶହ ଶହ ପରିବାର ଆର୍ଥିକ ଦୃଷ୍ଟିରୁ ଧ୍ୱଂସ ହୋଇଯାଇଛନ୍ତି। ଅନେକେ ଆତ୍ମହତ୍ୟା ଓ ହିଂସା ଭଳି ଗମ୍ଭୀର ପଦକ୍ଷେପ ମଧ୍ୟ ନେଇଛନ୍ତି।

author-image
Manasranjan Mohanty
online game

online game

ଅନ୍‌ଲାଇନ୍‌ ଗେମ୍‌ ଓ ଅନ୍‌ଲାଇନ୍‌ ଜୁଆ ଉପରେ ଲାଗିବ ରୋକ। ସଂସଦରେ କେନ୍ଦ୍ର ସରକାର ଆଗତ କରିଛନ୍ତି ଅନ୍‌ଲାଇନ୍‌ ଗେମିଂ ବିଲ୍ ୨୦୨୫ । ଏହି ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି। ଅନଲାଇନ ଜୁଆ ଉପରେ କଟକଣା ଲଗାଇବା ପାଇଁ ଆସିବ ଏହି ବିଲ୍। ଏକ ଆକଳନ ଅନୁସାରେ, ପ୍ରତିବର୍ଷ ପ୍ରାୟ ୪୫ କୋଟି ଲୋକ ଏହି ଅନଲାଇନ ମନି ଗେମ୍ସର ଜାଲରେ ଫସି ୨୦ ହଜାର କୋଟି ଟଙ୍କାରୁ ଅଧିକ ହରାଇ ଦେଉଛନ୍ତି।

Advertisment

କେନ୍ଦ୍ର ସରକାର ଅନଲାଇନ ଗେମିଙ୍ଗ ଯୋଗୁଁ ଲୋକମାନଙ୍କୁ ହେଉଥିବା ଆର୍ଥିକ ଏବଂ ସାମାଜିକ କ୍ଷତିକୁ ରୋକିବା ପାଇଁ ଏହି ବିଲ ଉପସ୍ଥାପନ କରିଛନ୍ତି। ସରକାରୀ ଆକଳନ ଅନୁସାରେ, ପ୍ରତିବର୍ଷ ପ୍ରାୟ ୪୫ କୋଟି ଲୋକ ଅନଲାଇନ ମନି ଗେମ୍ସର ଜାଲରେ ଫସି କ୍ଷତି ସହୁଛନ୍ତି। ଏହି ଗେମ୍ସର ନିଶା କେବଳ ଆର୍ଥିକ କ୍ଷତି ନୁହେଁ, ବରଂ ଏକ ସାମାଜିକ ସଙ୍କଟ ସୃଷ୍ଟି କରିଛି।

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଏକ ଆକଳନ ଅନୁସାରେ ଏହି ଗେମ୍ସ ଯୋଗୁଁ ସାଧାରଣ ଲୋକଙ୍କୁ ପ୍ରତିବର୍ଷ ପ୍ରାୟ ୨୦,୦୦୦ କୋଟି ଟଙ୍କାର କ୍ଷତି ହେଉଛି। ଏହାର ନିଶା ଯୋଗୁଁ ଶହ ଶହ ପରିବାର ଆର୍ଥିକ ଦୃଷ୍ଟିରୁ ଧ୍ୱଂସ ହୋଇଯାଇଛନ୍ତି। ଅନେକେ ଆତ୍ମହତ୍ୟା ଓ ହିଂସା ଭଳି ଗମ୍ଭୀର ପଦକ୍ଷେପ ମଧ୍ୟ ନେଇଛନ୍ତି।

Advertisment

ଅନଲାଇନ ଗେମିଙ୍ଗ ବିଲର ୩ଟି ପ୍ରମୁଖ ଅଂଶ

ଇ-ସ୍ପୋର୍ଟସ: ଏହି ବିଲ ମାଧ୍ୟମରେ ଇ-ସ୍ପୋର୍ଟସକୁ ପ୍ରଥମ ଥର ପାଇଁ ଆଇନଗତ ମାନ୍ୟତା ଦିଆଯାଉଛି। ଏପର୍ଯ୍ୟନ୍ତ ଦେଶରେ ଅନଲାଇନ ସ୍ପୋର୍ଟସ ଗେମ୍ସର କୌଣସି ଆଇନଗତ ଆଧାର ନାହିଁ।

ଅନଲାଇନ ସୋସିଆଲ ଗେମ୍ସ: ସରକାର ଅନଲାଇନ ସୋସିଆଲ ଗେମ୍ସକୁ ଆଇନଗତ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ରଖିଛନ୍ତି। ଏହି ଗେମ୍ସଗୁଡ଼ିକ ସାଧାରଣ ଲୋକଙ୍କ ଶିକ୍ଷା ପାଇଁ ଉପଯୋଗୀ।

ଅନଲାଇନ ମନି ଗେମ୍ସ: ଯେଉଁ ଅନଲାଇନ ଗେମ୍ସରେ ଟଙ୍କାର ନେଣଦେଣ ହୁଏ, ସେଗୁଡ଼ିକ ଉପରେ ବ୍ୟାନ ଲଗାଇବା ପାଇଁ ପ୍ରସ୍ତାବ ରହିଛି। ଏହି ଗେମ୍ସକୁ ପ୍ରୋତ୍ସାହନ ଦେଉଥିବା ଏବଂ ଏପରି ଗେମିଙ୍ଗ ସେବା ପ୍ରଦାନ କରୁଥିବା କମ୍ପାନୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। ଅନଲାଇନ ମନି ଗେମ୍ସର ପ୍ରଚାର କରୁଥିବା ଏବଂ ଟଙ୍କା ସ୍ଥାନାନ୍ତର କରୁଥିବା ଲୋକଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ।

ଏହି ବିଲ୍ ସମସ୍ତ ଟଙ୍କା-ଭିତ୍ତିକ ଅନଲାଇନ୍ ଗେମକୁ ବେଆଇନ ଘୋଷଣା କରିବ। ଏପରି ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନଗୁଡ଼ିକୁ ନିଷିଦ୍ଧ କରିବ। ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ସମ୍ବନ୍ଧିତ କାରବାର ପ୍ରକ୍ରିୟାକରଣରୁ ବାରଣ କରିବ। ଅନ୍‌ଲାଇନ୍ ମନି ଗେମିଂ, ବିଜ୍ଞାପନ, ଖେଳିବା ପାଇଁ ପ୍ରବର୍ତାଇଲେ ଜରିମାନା ସହ ୩ବର୍ଷ ଜେଲ୍‌ ଦଣ୍ଡାଦେଶ କରିବାକୁ ପ୍ରାବଧାନ ରହିଛି।

Online Gaming Online Gaming For Targeting Kids
Advertisment
Related Articles
Advertisment