Advertisment

Blue Drum Murder:ପୁଣି ନୀଳ ଡ୍ରମ୍ ଆତଙ୍କ,ସ୍ବାମୀକୁ ମାରିଲା, ଡ୍ରମ୍‌ରେ ପୂରାଇଲା...ମୃତଦେହ ଉପରେ ପକାଇଦେଲା ଲୁଣ

ତିନି ତିନିଟା ଛୁଆର ମା’। ପ୍ରାୟ ୭ ବର୍ଷର ବାହାଘର। ହେଲେ ଘର ମାଲିକ ପୁଅ ପ୍ରେମରେ ପଡି ଅନ୍ଧ ହୋଇଗଲା ସ୍ତ୍ରୀ। ପରପୁରୁଷ ପାଇଁ ପୋଛିଦେଲା ମଥାରୁ ସିନ୍ଦୂର। ସାଜିଲା ରାକ୍ଷସୀ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା। ପରେ ନୀଳ ଡ୍ରମ୍‌ରେ ପୂରାଇଲା। ଆଉ ମୃତଦେହ ଉପରେ ପକାଇଦେଲା ୨୦ କେଜି ଲୁଣ।

author-image
Manasranjan Mohanty
blue drum

blue drum

ତିନି ତିନିଟା ଛୁଆର ମା’। ପ୍ରାୟ ୭ ବର୍ଷର ବାହାଘର। ହେଲେ ଘର ମାଲିକ ପୁଅ ପ୍ରେମରେ ପଡି ଅନ୍ଧ ହୋଇଗଲା ସ୍ତ୍ରୀ। ପରପୁରୁଷ ପାଇଁ ପୋଛିଦେଲା ମଥାରୁ ସିନ୍ଦୂର। ସାଜିଲା ରାକ୍ଷସୀ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା। ପରେ ନୀଳ ଡ୍ରମ୍‌ରେ ପୂରାଇଲା। ଆଉ ମୃତଦେହ ଉପରେ ପକାଇଦେଲା ୨୦ କେଜି ଲୁଣ। ତିନି ଛୁଆଙ୍କୁ ଧରି ପ୍ରେମିକ ସହ ଚମ୍ପଟ୍‌ ମାରିଲା ସ୍ତ୍ରୀ। ଡ୍ରାମ୍‌ରୁ ପ୍ରଳବ ଦୁର୍ଗନ୍ଧ ବାହାରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଖେଳି ଯାଇଛି ଆତଙ୍କ। ପୁଲିସ ଅଭିଯୁକ୍ତ ସ୍ତ୍ରୀ ଓ ପ୍ରେମିକକୁ ଅଟକ ରଖିଛି।

Advertisment

ରାଜସ୍ଥାନର ଖୈରଥଲ-ତିଜାରା। ୩୫ ବର୍ଷୀୟ ଯୁବକ ହଂସରାମ ଓରଫ ରାଜେଶ ଶର୍ମା। ଗତ ୬ ମାସ ଧରି ସ୍ତ୍ରୀ ସୁନିତା ଓ ୩ ପିଲାଙ୍କ ସହ ଆଦର୍ଶ କଲୋନୀରେ ଏକ ଭଡା ଘରେ ରହୁଥିଲେ। ଉତ୍ତର ପ୍ରଦେଶର ଶାହଜାହାନପୁରର ବାସିନ୍ଦା ଥିଲେ ହଂସରାମ। ସେ ଇଟା ଭାଟିରେ କାମ କରୁଥିଲେ। ସ୍ତ୍ରୀ ସୁନିତା କିନ୍ତୁ ଘର ମାଲିକ ପୁଅ ଜିତେନ୍ଦ୍ରଙ୍କ ପ୍ରେମରେ ହେଉଥିଲେ ଉବୁଟୁବୁ। ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଉଭୟ କରିଥିଲେ ଯୋଜନା। ଏହାପରେ ସୁଯୋଗ ଦେଖି ପ୍ରେମିକ ସହ ମିଶି ହଂସରାମଙ୍କୁ ପ୍ରଥମେ ଗଳା କାଟି ହତ୍ୟା ପରେ ନୀଳ ଡ୍ରମ୍‌ରେ ପୂରଇ ଲୁଚାଇଥିଲେ ସୁନିତା।

ଶବକୁ ଗଳାଇବା ପାଇଁ ତା’ପରେ ଲୁଣ ପକେଇ ଦେଇଥିଲେ। ଏହାପରେ ଘଟଣାସ୍ଥଳରୁ ତିନି ଛୁଆ ଓ ପ୍ରେମିକ ସହ ମିଶି ଚମ୍ପଟ ମାରିଥିଲେ। ଗୁରୁବାର ଘର ଛାତ ଉପରେ ଥୁଆ ହୋଇଥିବା ଡ୍ରମ୍‌ରୁ ଦୁର୍ଗନ୍ଧ ବାହାରିବା ପରେ ଘର ମାଲିକାଣୀଙ୍କୁ ସନ୍ଦେହ ହୋଇଥିଲା। ପୁଲିସ ପହଞ୍ଚି ଡ୍ରମ ଖୋଲିବା ପରେ ତା’ ଭିତରୁ ହଂସରାଜଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି।

Advertisment

 ଏହି ମାମଲାରେ ପୋଲିସ ସୋମବାର ଫେରାର ଥିବା ସ୍ତ୍ରୀ ସୁନିତା ଓ ଘର ମାଲିକ ପୁଅ ଜିତେନ୍ଦ୍ରଙ୍କୁ ଖୈରଥଲ ତିଜରା ଜିଲ୍ଲାର ଏକ ଢ଼ାବାରୁ ଗିରଫ କରି ପଚରାଉଚରା ଜାରି ରଖିଛି। ପୂରା ମାମଲାର ତଦନ୍ତ ଜାରି ରଖିଛି। ଏହି ଘଟଣା ଲୋକଙ୍କୁ ପୁଣି ଥରେ ମେରଠର ନୀଳ ଡ୍ରମ୍ କାଣ୍ଡକୁ ମନେ ପକାଇ ଦେଇଛି।

Rajasthan Drums Murder
Advertisment
Related Articles
Advertisment