/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749740250.jpg)
ବିମାନ ଦୁର୍ଘଟଣା, ଜଣେ ଯାତ୍ରୀ ଜୀବିତ
ରଖେ ହରି, ତ ମାରେ କିଏ । ଯାହାର ଅର୍ଥ ଯଦି ଭଗବାନ କାହାକୁ ରକ୍ଷା କରିବାକୁ ଚାହିଁବେ, ତେବେ କୌଣସି ଶକ୍ତି ସେହି ତା’ର ଜୀବନ ନେଇପାରିବ ନାହିଁ । ଏମିତି ଏକ ଚମତ୍କାର ଦେଖିବାକୁ ମିଳିଛି ଆଜି ଅହମ୍ମଦାବାଦରେ । ଗୁରୁବାର ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ସମୟରେ ବିମାନରେ ପ୍ରାୟ ୨୪୨ ଜଣ ଲୋକ ଥିଲେ । ଆଉ ଏଥି ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ଜଣଙ୍କର ହିଁ ଜୀବନ ବଞ୍ଚିଯାଇଛି । ଏତେ ବଡ଼ ଦୁର୍ଘଟଣାରୁ ମାତ୍ର ଜଣେ ଯାତ୍ରୀ ହିଁ ଜୀବିତ ରହିଛନ୍ତି ।
#ରଖେ_ହରି_ତ_ମାରେ_କିଏ
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ । ୨୪୨ ଯାତ୍ରୀ ଓ କ୍ରିଉ ମେମ୍ବର ମଧ୍ୟରୁ ଜଣେ ମାତ୍ର ଯାତ୍ରୀ ଜୀବିତ । ଏତେ ବଡ଼ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଏକମାତ୍ର ଯାତ୍ରୀ ହେଉଛନ୍ତି ରମେଶ ବିଶ୍ବାସ କୁମାର।#planecrash#Ahemdabad#Mayday#AirIndia#OTV#एयर_इंडिया#vijayrupani… pic.twitter.com/rYOms8y6hL— ଓଟିଭି (@otvkhabar) June 12, 2025
ସୂଚନା ଅନୁସାରେ ଗୁରୁବାର ଅହମ୍ମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ସୌଭାଗ୍ୟବଶତଃ ମାତ୍ର ଜଣେ ଯାତ୍ରୀ ଜୀବିତ ରହିଛନ୍ତି । ୨୪୨ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କ ମଧ୍ୟରୁ ଜଣେ ଜୀବିତ ଅଛନ୍ତି । ସିଟ୍ ନମ୍ବର 11-Aରେ ଥିବା ରମେଶ ବିଶ୍ୱକୁମାର ନାମକ ଜଣେ ଯାତ୍ରୀ ଜୀବିତ ଅଛନ୍ତି । ତେବେ ସେହି ବ୍ୟକ୍ତି ଜଣଙ୍କୁ ଯେଉଁ ସମୟରେ ହସ୍ପିଟାଲ ଯାଉଥିଲେ ସେହି ସମୟର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏମିତି କି ଭିଡିଓରେ ସେ କିପରି ଏହି ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଲେ ସେ କଥା ମଧ୍ୟ କହୁଥିବାର ଦେଖିବାକୁ ମିଳୁଛି । ତେବେ ହସ୍ପିଟାଲରେ ବର୍ତ୍ତମାନ ରମେଶଙ୍କର ଚିକିତ୍ସା ଚାଲିଛି ।
ସେପଟେ ଏହି ବିମାନ ଦୁର୍ଘଟଣାକୁ ନେଇ ବଡ଼ ବୟାନ ରଖିଛନ୍ତି ଅହମ୍ମଦାବାଦ ପୋଲିସ୍ କମିଶନର । ସେ କହିଛନ୍ତି, ଏହି ବିମାନ ଦୁର୍ଘଟଣାରେ କେହି ବି ଯାତ୍ରୀ ବଞ୍ଚିଥିବା ଆଶା ଅତ୍ୟନ୍ତ କ୍ଷୀଣ ରହିଛି । ଆହତଙ୍କ ଭିତରୁ ବଞ୍ଚିବା ଆଶା କ୍ଷୀଣ, ସମସ୍ତଙ୍କ ମୃତ୍ୟୁ ଆଶଙ୍କା ବୋଲି ଅହମ୍ମଦାବାଦ ପୋଲିସ୍ କମିଶନର କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)