/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749732062.jpg)
‘ମୋ ପୁଅ ବଞ୍ଚିଗଲା’
ଗୁରୁବାର ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ସମୟରେ ବିମାନରେ ପ୍ରାୟ ୨୪୨ ଜଣ ଲୋକ ଥିବା କୁହାଯାଉଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ଏୟାର ଇଣ୍ଡିଆ ବିମାନଟି ଡାକ୍ତରୀ ହଷ୍ଟେଲ ଉପରେ ଖସି ପଡ଼ିଥିଲା । ତେବେ ଏହି ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଗୁଜୁରାଟର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ଏହି ଦୁର୍ଘଟଣା ପରେ ଗୁଜୁରାଟର ସିଭିଲ୍ ହସ୍ପିଟାଲରେ ପହଞ୍ଚିଥିଲେ ରମିଲା ବେନ୍ ନାମକ ଜଣେ ମହିଳା । ସେ ହସ୍ପିଟାଲରେ ପହଞ୍ଚି କହିଛନ୍ତି ଯେ ତାଙ୍କ ପୁଅ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ । କିନ୍ତୁ ଯେତେବେଳେ ଏହି ବିମାନ ଦୁର୍ଘଟଣା ହେଲେ ସେତେବେଳେ ମୋ ପୁଅ ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଥିଲା । ଯାହାଫଳରେ ମୋ ପୁଅର କିଛି ହୋଇନାହିଁ ବୋଲି ରମିଲା ବେନ୍ ନାମକ ଜଣେ ମହିଳା କହିଛନ୍ତି ।
ମୋ ପୁଅ ହଷ୍ଟେଲକୁ ଖାଇବାକୁ ଆସିଥିବା ବେଳେ ପ୍ଲେନ କ୍ରାସ ହେଲା। ଦ୍ବିତୀୟ ମହଲାରୁ ଡେଇଁ ସେ ନିଜ ଜୀବନ ବଞ୍ଚାଇଛି। ଆହତ ଛାତ୍ରଙ୍କ ମା ରମିଲା।#planecrash#Ahemdabad#Mayday#AirIndia#OTV#Student#Planecrash#OTVpic.twitter.com/BjcfYk1rc2
— ଓଟିଭି (@otvkhabar) June 12, 2025
ସମ୍ବାଦ ସରବରାହ ସଂସ୍ଥା ANI ସହିତ କଥାବାର୍ତ୍ତା କରି ରମିଲା ବେନ୍ କହିଛନ୍ତି, ‘ବିମାନଟି ହଷ୍ଟେଲ ଉପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୋ ପୁଅର କିଛି ହୋଇନାହିଁ। ମୁଁ ତା ସହିତ କଥା ହୋଇଛି। ମୋ ପୁଅକୁ ଦେଖିବା ପାଇଁ ମୋତେ ଭିତରକୁ ଯିବାକୁ ପଡିବ। ପୁଅ କହୁଛି ଯେ ମୁଁ ଠିକ୍ ଅଛି। ମୁଁ ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଛି, ତେଣୁ ମୁଁ ଟିକେ ଆଘାତ ପାଇଛି। ମୁଁ ଭିତରକୁ ଗଲେ ହିଁ ଜାଣିପାରିବି’ ବୋଲି ସେ କହିଛନ୍ତି ।
ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଡାକ୍ତରଙ୍କ ହଷ୍ଟେଲରେ ବହୁତ କ୍ଷତି ହେବାର ସମ୍ଭାବନା ଅଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ଦୁର୍ଘଟଣା ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ନେତାମାନେ ଦୁଃଖ ପ୍ରକାଶ କରିଛନ୍ତି। ବିମାନରେ ଥିବା ମୋଟ ୨୪୨ ଜଣଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ ଥିଲେ। ବିମାନରେ ଦୁଇଜଣ ପାଇଲଟ୍ ଏବଂ ୧୦ ଜଣ କ୍ରୁ ସଦସ୍ୟ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)