/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749732688.jpg)
ସମସ୍ତ ବିମାନଯାତ୍ରୀ ମୃତ !
ଗୁରୁବାର ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ସମୟରେ ବିମାନରେ ପ୍ରାୟ ୨୪୨ ଜଣ ଲୋକ ଥିବା କୁହାଯାଉଛି । ତେବେ ଏହି ବିମାନ ଦୁର୍ଘଟଣାକୁ ନେଇ ବଡ଼ ବୟାନ ରଖିଛନ୍ତି ଅହମ୍ମଦାବାଦ ପୋଲିସ୍ କମିଶନର । ସେ କହିଛନ୍ତି, ଏହି ବିମାନ ଦୁର୍ଘଟଣାରେ କେହି ବି ଯାତ୍ରୀ ବଞ୍ଚିଥିବା ଆଶା ଅତ୍ୟନ୍ତ କ୍ଷୀଣ ରହିଛି । ଆହତଙ୍କ ଭିତରୁ ବଞ୍ଚିବା ଆଶା କ୍ଷୀଣ, ସମସ୍ତଙ୍କ ମୃତ୍ୟୁ ଆଶଙ୍କା ବୋଲି ଅହମ୍ମଦାବାଦ ପୋଲିସ୍ କମିଶନର କହିଛନ୍ତି ।
ଅଧିକ ପଢ଼ନ୍ତୁ: ‘ମୋ ପୁଅ ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଲା ଆଉ...’
ସୂଚନା ଅନୁସାରେ ଏୟାର ଇଣ୍ଡିଆର ଏହି ବିମାନ ରନୱେରୁ ଉଡ଼ାଣ ଭରିବା ମାତ୍ରେ ବିମାନ ବନ୍ଦର ନିକଟରେ ଥିବା ବିଜେ ମେଡିକାଲ କଲେଜର ରେସିଡେଣ୍ଟ ଡାକ୍ତର ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ କୋଠାରେ ମଧ୍ୟ ନିଆଁ ଲାଗିଯାଇଥିଲା। କୁହାଯାଉଛି ଯେ ସେହି ସମୟରେ ଏହି ହଷ୍ଟେଲରେ ଉପସ୍ଥିତ ଥିବା ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ଯଦିଓ ସରକାରୀ ସ୍ତରରୁ ସ୍ପଷ୍ଟ ସୂଚନା ମିଳିନି କିନ୍ତୁ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଏହି ଡାକ୍ତର ହଷ୍ଟେଲରେ ୨୦ ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି।
ବିଜେ ମେଡିକାଲ କଲେଜର ହଷ୍ଟେଲ ଉପରେ ପଡ଼ିଥିବା ଏୟାର ଇଣ୍ଡିଆ ବିମାନର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଫଟୋଗୁଡ଼ିକରେ ଦେଖାଯାଉଛି ଯେ ବିମାନର ପଛ ଭାଗ ହଷ୍ଟେଲ କୋଠା ଉପରେ ରହିଚି । ଆଉ ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଜଳି ଯାଇଛି, ଯାହା ଯୋଗୁଁ ଧୂଆଁ ଉଠିଥିବା ଦେଖାଯାଉଛି। ବର୍ତ୍ତମାନ, NDRFର ତିନୋଟି ଦଳ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ଭଦୋଦରାରୁ NDRFର ଦୁଇଟି ଦଳ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛନ୍ତି। ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲ ପର୍ଯ୍ୟନ୍ତ ଏକ ଗ୍ରୀନ୍ କରିଡର ସୃଷ୍ଟି କରାଯାଇଛି। ଆହତମାନଙ୍କୁ ସେଠାରେ ଭର୍ତ୍ତି କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)