Advertisment

Skeleton Found: ପରିତ୍ୟକ୍ତ ଘରୁ ମିଳିଛି ଫୋନ ଓ କିଛି ଅଚଳ ନୋଟ...ମୃତକ ଏକାକୀ ରହୁଥିଲେ

କଙ୍କାଳର ଅଂଶବିଶେଷ ମିଳିଥିବା ଘରଟି ମୁନୀର ଖାନ ନାମକ ଜଣେ ବ୍ୟକ୍ତିଙ୍କର। ପୋଲିସର ସୂଚନା ଅନୁସାରେ ମୁନୀର ଖାନଙ୍କର ୧୦ ଜଣ ପିଲା ଥିଲେ । ତୃତୀୟ ପୁଅର ନାଁ ଆମୀର। ସେ ଏଠାରେ ଏକାକୀ ରହୁଥିଲେ ।

author-image
Manasranjan Mohanty
Skeleton Found

Skeleton Found

ଗୋଟିଏ ପରିତ୍ୟକ୍ତ ଘରକୁ ବଲ୍ ଖୋଜିବାକୁ ଯାଇଥିଲେ କିନ୍ତୁ ମିଳିଲା କଙ୍କାଳ । ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣା ଘଟିଛି ହାଇଦ୍ରାବାଦର ନାମପାଲ୍ଲୀରେ । ପ୍ରଥମେ କଙ୍କାଳଟି କାହାର ‍ବୋଲି ସସପେନ୍ସ ଲାଗି ରହିଥିଲା । କିନ୍ତୁ ପରେ ସେ ଘରୁ ମିଳିଥିବା ପୁରୁଣା ନୋକିଆ ଫୋନ କଙ୍କାଳଟିକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥିଲା ।

Advertisment

କଙ୍କାଳଟି ଆମୀର ଖାନଙ୍କ ଓ ତାଙ୍କର ମୃତ୍ୟୁ ୧୦ ବର୍ଷ ତଳେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘର ଭିତରୁ ଗୋଟିଏ ପୁରୁଣା ନୋକିଆ ଫୋନ ଓ କିଛି ଅଚଳ ନୋଟ ଜବତ କରିଛି ପୋଲିସ ।

କଙ୍କାଳର ଅଂଶବିଶେଷ ମିଳିଥିବା ଘରଟି ମୁନୀର ଖାନ ନାମକ ଜଣେ ବ୍ୟକ୍ତିଙ୍କର। ପୋଲିସର ସୂଚନା ଅନୁସାରେ ମୁନୀର ଖାନଙ୍କର ୧୦ ଜଣ ପିଲା ଥିଲେ । ତୃତୀୟ ପୁଅର ନାଁ ଆମୀର। ସେ ଏଠାରେ ଏକାକୀ ରହୁଥିଲେ ।

Advertisment

ସୋମବାର ଘର ନିକଟ ପଡ଼ିଆରେ କିଛି ଯୁବକ କ୍ରିକେଟ ଖେଳୁଥିଲେ। ସେମାନଙ୍କ ବଲ ଘର ଭିତରେ ପଡ଼ି ଯାଇଥିଲା। ଏହାକୁ ଆଣିବା ପାଇଁ ଜଣେ ଯୁବକ ଭିତରକୁ ଯାଇଥିବା ବେଳେ ସେ କଙ୍କାଳଟି ଦେଖିଥିଲେ। ସେ ଏହାର ଭିଡିଓ ଶୁଟିଂ କରିଥିଲେ । କଙ୍କାଳଟି ମୁହଁ ମାଡ଼ି ହୋଇ ଚଟାଣରେ ପଡ଼ିଥିଲା ।ଘରର ରୋଷେଇ ଘରେ କଙ୍କାଳଟି ପଡିଥିଲା । କାରଣ କଙ୍କାଳର ଆଖପାଖରେ କିଛି ବାସନ ପଡିଥିଲା।

ଏସିପି କିଶନ କୁମାର କହିଛନ୍ତି, ଘର ଭିତରୁ ଗୋଟିଏ ପୁରୁଣା ନୋକିଆ ଫୋନ ମିଳିଥିଲେ ହେଁ ତା’ର ବ୍ୟାଟେରୀ ପୂରା ଡେଡ ହୋଇ ଯାଇଥିଲା। ଫୋନକୁ ତିଆରି କରିବା ପରେ ସେଥିରେ ୮୪ଟି ମିସକଲ ଥିଲା ।୨୦୧୫ରେ ଏହି ସବୁ କଲ ଆସିଥିଲା। ଏହାପରେ ମୋବାଇଲ ବନ୍ଦ ହୋଇ ଯାଇଥିଲା।

ବ୍ୟକ୍ତିଙ୍କ ବୟସ ୫୦ ବର୍ଷ ହେବ। ସେ ଏକାକୀ ଏଠି ରହୁଥିଲେ ଓ ତାଙ୍କ ମାନସିକ ଅବସ୍ଥା ଆଦୌ ଭଲ ନଥିଲା। ସମ୍ଭବତଃ ୧୦ ବର୍ଷ ତଳୁ ତାଙ୍କର ମୃତ୍ୟୁ ହୋଇ ଯାଇଛି। ହାଡ଼ ପୂରା ଦୁର୍ବଳ ହୋଇଯାଇଛି। ଆମେ କୌଣସି ରକ୍ତ ଛିଟା କିମ୍ବା ସଂଘର୍ଷର ଚିହ୍ନବର୍ଣ୍ଣ ପାଇନୁ।

ସମ୍ଭବତଃ ଏହା ଏକ ସ୍ୱାଭାବିକ ମୃତ୍ୟୁ। ସେ ଏଠାରେ ଏକାକୀ ରହୁଥିଲେ ହେଁ ତାଙ୍କ ବିଷୟରେ କେହି ଖବର ନେବାକୁ ଚେଷ୍ଟା କରି ନଥିଲେ ବୋଲି ଏସିପି କିଶନ କୁମାର କହିଛନ୍ତି।

ଫୋନ ବ୍ୟତୀତ ତକିଆ ତଳୁ କିଛି ଅଚଳ ନୋଟ ମିଳିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ୨୦୧୬ ବିମୁଦ୍ରାକରଣ ପୂର୍ବରୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଉକ୍ତ ଅଞ୍ଚଳରେ ଥିବା କିଛି ଦୋକାନରୁ ଆମୀରଙ୍କ ସାନ ଭାଇ ଶାଦାବ ଭଡ଼ା ସଂଗ୍ରହ କରନ୍ତି। କଙ୍କାଳରେ ଥିବା ମୁଦିକୁ ସେ ତାଙ୍କ ଭାଇଙ୍କର ବୋଲି କହିଛନ୍ତି। ତଥାପି ପୁଲିସ୍‌ ଓ ଫରେନ୍ସିକ ଟିମ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି।

Demonitisation Skeleton
Advertisment
Related Articles
Advertisment