/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747538667.jpg)
Goods train
ସୁନ୍ଦରଗଡ ବିମଳାଗଡ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଯାଇଛି । ବିମଳାଗଡ ଷ୍ଟେସନ ନିକଟ ଡେମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ରକ୍ସି ପଟୁ ଆସୁଥିବା ଲୁହାପଥର ବୋଝେଇ ଏହି ମାଲବାହୀ ଟ୍ରେନ ବିମଳାଗଡ ଅଭିମୁଖେ ଯାଉଥିବାର ସୂଚନା ମିଳିଛି ।
Advertisment
ଅଧିକ ପଢନ୍ତୁ: କାହିଁକି ଡିରେଲ୍ ହେଲା କାମାକ୍ଷା ଏକ୍ସପ୍ରେସ୍ ? ଆରମ୍ଭ ହେଲା କାରଣ ଖୋଜା...
ଲାଇନଚ୍ୟୁତ ହେବା ପରେ ଏହି ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ବଗି ଗୁଡିକ ଲାଇନଚ୍ୟୁତ ହେଲା ତାହା ଜଣା ପଡିନଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଲୱେ ।
Advertisment
ଅଧିକ ପଢ଼ନ୍ତୁ: କାମାକ୍ଷା ଏକ୍ସପ୍ରେସର ୧୧ ବଗି ଲାଇନଚ୍ୟୁତ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)