• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସରିଲା ଦୁଇ ରାଜ୍ୟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ଆସନ୍ତା ୨୩ରେ ହେବ ଗଣତି। ଏହା ପୂର୍ବରୁ ଆଜି ଆସିଛି ଏକଜିଟ୍ ପୋଲର ଆକଳନ। ବିଭିନ୍ନ ସଂସ୍ଥାର ଆକଳନ ଅନୁସାରେ ମହାରାଷ୍ଟ୍ରରେ ମହାୟୁତି ଏବଂ ମହା ବିକାଶ ଅଘାଡି ମଧ୍ୟରେ କଡା ମୁକାବିଲା ହେଉଛି।

P-MARQର ଆକଳନ ଅନୁସାରେ, ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତିକୁ ୧୩୭ରୁ ୧୫୭ ସିଟ୍ ମିଳିପାରେ। ସେହିପରି ମହା ବିକାଶ ଅଘାଡିକୁ ମିଳିପାରେ ୧୨୬ରୁ ୧୪୬ ଆସନ। ଅନ୍ୟାନ୍ୟ ୨ରୁ ୮ଟି ସିଟ୍ ପାଇବା ସମ୍ଭାବନା ରହିଛି। 

ସେହିପରି MATRIZE ର ଆକଳନ କହୁଛି, ମହାରାଷ୍ଟ୍ରରେ ମହା ବିକାଶ ଅଘାଡିକୁ ମିଳିପାରେ ୧୫୦ରୁ ୧୭୦ ଆସନ ଏବଂ ମହା ବିକାଶ ଅଘାଡିକୁ ମିଳିପାରେ ୧୧୦ରୁ ୧୩୦ ଆସନ। ଅନ୍ୟାନ୍ୟ ୨ରୁ ୮ଟି ସିଟ୍ ପାଇବା ସମ୍ଭାବନା ରହିଛି। 

MATRIZEର ଆକଳନ ଅନୁଯାୟୀ:

ବିଜେପି+-୧୫୦ରୁ ୧୭୦
କଂଗ୍ରେସ+-୧୧୦-୧୩୦
ଅନ୍ୟ-୮-୧୦

ଅଧିକ ପଢ଼ନ୍ତୁ: ନିର୍ବାଚନ ବେଳେ ଜବତ କୋଟି କୋଟି ଟଙ୍କା କୁଆଡ଼େ ଯାଏ, କିଏ ଏହାର ଦାବିଦାର...ଜାଣନ୍ତୁ

P-MARQର ଆକଳନ ଅନୁଯାୟୀ:

ବିଜେପି+-୧୩୭ରୁ ୧୫୭
କଂଗ୍ରେସ+-୧୨୬-୧୪୬
ଅନ୍ୟ-୨-୮

ଆଜି ମହାରାଷ୍ଟ୍ର ବିଧାନସଭା ପାଇଁ ପଡ଼ିଛି ଭୋଟ । ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହୋଇଛି ଭୋଟିଂ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିଛି । ମହାରାଷ୍ଟ୍ରରେ ମୋଟ ୧ ଲକ୍ଷ ୧୮୬ଟି ବୁଥରେ ମତସାବ୍ୟସ୍ତ କରିଥିଲେ ଭୋଟର । ମୋଟ୍ ୪ ହଜାର ୧୩୬ ପ୍ରାର୍ଥୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି । ଏମାନଙ୍କ ମଧ୍ୟରେ ୨ ହଜାର ୮୬ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ମହାରାଷ୍ଟ୍ରରେ ଦୁଇ ମେଣ୍ଟ - ମହାୟୁତି ଏବଂ ମହା ବିକାଶ ଅଘାଡି ମଧ୍ୟରେ ହୋଇଛି ଜୋରଦାର ଟକ୍କର ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା, BJP ଏବଂ NCP ଅଜିତ ପାୱାର ଗୋଷ୍ଠୀକୁ ନେଇ ଗଠନ ହୋଇଛି ମହାୟୁତି ମେଣ୍ଟ । ସେହିଭଳି କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନ୍‌ସିପି - ଶରଦ ପାୱାର ଗୋଷ୍ଠୀକୁ ନେଇ ହୋଇଛି ମହା ବିକାଶ ଅଘାଡି । ପୂର୍ବ ନିର୍ବାଚନରେ କଂଗ୍ରେସ, ଶିବସେନା ମେଣ୍ଟ ଏବଂ କଂଗ୍ରେସ, ଏନସିପି ମେଣ୍ଟ ଭିତରେ ଲଢେଇ ହୋଇଥିଲା ।

ତେବେ ପରେ ଏକନାଥ ସିନ୍ଦେ ଶିବସେନାରୁ ଏବଂ ଅଜିତ ପାୱାର ଏନସିପିରୁ ଅଲଗା ହୋଇ ଭିନ୍ନ ଦଳ ଗଠନ କରିଥିଲେ । ଏଇ ଦୁଇ ଦଳ ବିଭାଜିତ ହେବା ପରେ ଏହା ରାଜ୍ୟରେ ପ୍ରଥମ ବିଧାନସଭା ନିର୍ବାଚନ । 

ନଜର ପକାନ୍ତୁ ମହାରାଷ୍ଟ୍ରରେ ନିର୍ବାଚନରେ ଲଢୁଥିବା ହେଭିୱେଟଙ୍କ ଉପରେ । କୋପରୀ ପଚପୋଖଡିର ଆସନରୁ ଲଢୁଛନ୍ତି ଏକନାଥ ସିନ୍ଦେ, ସାଉଥ-ୱେଷ୍ଟ ନାଗପୁରରୁ ଦେବେନ୍ଦ୍ର ଫଡନାବିସ, ବାରାମତିରୁ ଏନସିପିରୁ ଅଜିତ ପାୱାର, ଓର୍ଲିରୁ ଉଦ୍ଧବ ଠାକରେଙ୍କ ଦଳରୁ ଆଦିତ୍ୟ ଠାକରେ, ଓର୍ଲିଂରୁ ଶିବସେନାରୁ ମିଲିନ୍ଦ ଦେଓରା, ସାକୋଲି ଆସନରୁ ଆଇଏନସିରୁ ନାନା ପାଟୋଲେ ଲଢୁଛନ୍ତି । 

ଅଧିକ ପଢ଼ନ୍ତୁ: Maharastra Assembly Elections 2024: ପ୍ରତି ୫ ଜଣରେ ଜଣକର କ୍ରିମିନାଲ୍ ରେକର୍ଡ

OTV is now on Whatsapp

Join and get latest news update delivered to you via whatsapp

Join Now