Advertisment

Kailash Gahlot: ବିଜେପିରେ ମିଶିଲେ କୈଳାଶ ଗେହଲଟ; କହିଲେ, AAPରେ ଆଉ ନାହିଁ ସେ ଆଦର୍ଶ

କୈଳାଶ ଗେହଲଟ୍‌ କହିଛନ୍ତି ଯେ, ଇଡି କିମ୍ବା ସିବିଆଇର ଚାପରେ ମୁଁ ଆମ୍‌ ଆଦମୀ ପାର୍ଟି ଛାଡ଼ି ନାହିଁ । ମୁଁ ବୃତ୍ତିରେ ଜଣେ ଓକିଲ । ମୁଁ ଓକିଲାତି ଛାଡ଼ି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲି । ଏବେ କିନ୍ତୁ ଆପରେ ନାହିଁ ସେ ଆଦର୍ଶ

ଅଦ୍ୟତନ ହୋଇଛି
Kailash Gahlot joins BJP

ବିଜେପିରେ ମିଶିଲେ କୈଳାଶ ଗେହଲଟ

Advertisment

ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆପ୍‌ର ବରିଷ୍ଠ ନେତା କୈଳାଶ ଗେହଲଟ୍‌ ଆଜି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବରିଷ୍ଠ ବିଜେପି ନେତା ମନୋହର ଲାଲ୍‌ ଖଟ୍ଟର, ବିଜେପିର ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପରିଚାଳନା କମିଟି ସଂଯୋଜକ ହର୍ଷ ମାଲହୋତ୍ରାଙ୍କ ଉପସ୍ଥିତିରେ କୈଳାଶ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ସାମିଲ ହେବା ପରେ ଗେହଲଟ୍‌ କହିଛନ୍ତି ଯେ ଆମ୍‌ ଆଦମୀ ପାର୍ଟି ଛାଡ଼ିବା ସହଜ ନୁହେଁ । ମୁଁ ରାତାରାତି ଏହି ନିଷ୍ପତ୍ତି ନେଇ ନାହିଁ ବୋଲି ଗେହଲଟ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ପୁଲିସ ମହାସଂଘ ନିର୍ବାଚନ ପରେ ଛାତ୍ର ସଂସଦ ନିର୍ବାଚନ ନେଇ ଉତ୍କଣ୍ଠା !

କୈଳାଶ ଗେହଲଟ୍‌ କହିଛନ୍ତି ଯେ, ଇଡି କିମ୍ବା ସିବିଆଇର ଚାପରେ ମୁଁ ଆମ୍‌ ଆଦମୀ ପାର୍ଟି ଛାଡ଼ି ନାହିଁ । ମୁଁ ବୃତ୍ତିରେ ଜଣେ ଓକିଲ । ମୁଁ ଓକିଲାତି ଛାଡ଼ି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲି । କାରଣ ଆମେ ଏକ ପାର୍ଟିରେ ଜଣେ ବ୍ୟକ୍ତିଙ୍କ ଉପରେ ଭରସା ଦେଖିଥିଲୁ । ମୋର ଉଦ୍ଦେଶ୍ୟ କେବଳ ଲୋକଙ୍କ ସେବା କରିବା ଥିଲା ।

Advertisment

 ବିଜେପି ଛାଡ଼ୁ ଛାଡ଼ୁ ଆମ୍‌ ଆଦମୀ ପାର୍ଟି ଉପରେ ବର୍ଷିଛନ୍ତି କୈଳାଶ ଗେହଲଟ୍। ବିଜେପିରେ ମିଶୁ ମିଶୁ ଆମ୍ ଆଦମୀ ପାର୍ଟି ଉପରେ ପ୍ରବଳ ବର୍ଷିବା ସହ ସିଧାସଳଖ ଭାବେ କେଜ୍ରିୱାଲଙ୍କୁ ଟାଗେର୍ଟ କରିଛନ୍ତି କୈଳାଶ ଗେହଲଟ । ସେ କହିଛନ୍ତି, ଯେଉଁ ଆଦର୍ଶ ନେଇ ଆପ୍‌ରେ ସାମିଲ ହୋଇଥିଲେ ସେହି ଆଦର୍ଶ ଓ ନୀତି ଏବେ ଆଉ ଦଳରେ ନାହିଁ । ଆପ୍ ନିଜ ପ୍ରତିଶ୍ରୁତି ପାଳନ କରିନି, ଏମିତିକି ଛୋଟ ଛୋଟ କଥାକୁ ନେଇ ରାଜନୀତି କରିବା ସହ କେନ୍ଦ୍ର ସରକାରକୁ ଦାୟୀ କରାଯାଉଛି । ଦିଲ୍ଲୀର ବିକାଶରେ କାମ କରୁନି ଆପ୍ ତେଣୁ ବାଧ୍ୟ ହୋଇ ଦଳ ଛାଡ଼ିବାକୁ ପଡ଼ିଛି ବୋଲି ସେ କହିଛନ୍ତି । ସୂଚନା ଅନୁସାରେ କୈଳାଶ ଗେହଲଟ୍‌ ଗୋଟିଏ ଦିନ ପୂର୍ବରୁ ଆମ୍‌ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ଅଧିକ ପଢ଼ନ୍ତୁ: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲା କସରତ

ସେପଟେ ଦିଲ୍ଲୀରେ ଏବେ ଧିରେ ଧିରେ ଛିଡ଼ୁଛି ଆପ୍, ବଢ଼ୁଛି ବିଜେପି । ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦିଲ୍ଲୀ ନିର୍ବାଚନ ଦାୟିତ୍ବ ନେବା ପରଠୁ ୪ ବରିଷ୍ଠ ନେତା ଦଳ ଛାଡ଼ିଲେଣି । ପୂର୍ବତନ ମନ୍ତ୍ରୀ ହରସରନ୍ ସିଂ ବାଲି, ଗୁରୁମିତ୍ ସିଂ ବାଲି ଏବଂ ରାମନାରାୟଣ ଭରଦ୍ୱାଜ ମଧ୍ୟ ଦଳ ଛାଡିଥିଲେ  ।

Advertisment
BJP Delhi Baijayant Panda AAP Kailash Gahlot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ