ଆଜିର ବ୍ୟସ୍ତବହୁଳ ଜୀବନରେ ଲେ।ଙ୍କଙ୍କ ପ୍ରାୟ ଗେ।ଟିଏ ଅଭିଯେ।ଗ । ଖାଇବା ହଜମ ହେଉନି କି ପେଟ ସଫା ହେଉନି । ଏଥିପାଇଁ ଅନେକ କିଛି କରୁଛନ୍ତି କିନ୍ତୁ ସୁଫଳ ମିଳୁନି । ଏହାକୁ ନେଇ ଅନେକ ଲେ।କ ଚିନ୍ତାରେ ମଧ୍ୟ ଅଛନ୍ତି । ଆପଣଙ୍କ ହାତପାହାନ୍ତାରେ ଏଭଳି କିଛି ଫଳ ଅଛି ଯାହାକୁ ଖାଇଲେ ଆପଣଙ୍କ ହଜମ ଶକ୍ତି ବି ବଢିବ ଆଉ ପେଟ ବି ସଫା ହେବ ।
ଏହି ସବୁ ଫଳରେ ପାଣି, ଫାଇବର, ଭିଟାମିନ, ପ୍ରାକୃତିକ ଶର୍କରା ରହିଛି । ଏହା ଆପଣଙ୍କ ପେଟ ପାଇଁ ଭଲ । ଏହା ସହ ଆପଣଙ୍କୁ କାମ କରିବା ପାଇଁ ଶକ୍ତି ବି ଯେ।ଗାନ୍ତି । ଯଦି ଆପଣ ହାଲକା ଫୁଲକା ଅନୁଭବ କରିବା ସହ ସକ୍ରିୟ ରହିବାକୁ ଚାହୁଁଛନ୍ତି ତେବେ ଖାଆନ୍ତୁ ଏହି ୮ଟି ଫଳ ।
ଅଧିକ ପଢ଼ନ୍ତୁ: ଆପଣଙ୍କ ପାଟି ଶୁଖି ଅଠା ଅଠା ହୋଇଯାଉଛି କି ? କରନ୍ତୁ ନାହିଁ ଅଣଦେଖା
Also Read
ପାଚିଲା ଭଣ୍ଡା
ପାଚିଲା ଭଣ୍ଡା ସହଜରେ ଆପଣଙ୍କ ବାଡ଼ି ବଗିଚାରେ କିମ୍ବା ବଜାରରେ ମିଳିଥାଏ । ଏହା ହଜମ କରିବାର ଏକ ଟନିକ ଭାବେ କାମ କରିଥ।ଏ । ପାଚିଲା ଭଣ୍ଡାରେ ଏଭଳି ଏକ ଏନଜାଇମ ଅଛି ଯାହା ପ୍ରେ।ଟିନକୁ ଭାଙ୍ଗିବା ସହ ପେଟ ଭିତରେ ଗ୍ୟାସ ହେବ।କୁ ଦେଇନଥାଏ । ବ୍ଲେ।ଟିଂ କମ କରିଥାଏ । ଗରିଷ୍ଠ ଖାଦ୍ୟ ଖାଇଲା ପରେ ଭଣ୍ଡା ଖାଇବା ଦ୍ବାରା ଆପଣଙ୍କ ପାଚନ ଭଲ ହେ।ଇଥାଏ ।
ମେ।ସମ୍ବି
ସକାଳୁ ଉଠି ଆପଣ ଯଦି ମେ।ସମ୍ବି ଜୁସ କିମ୍ବା ଏହାର ସ୍ଲାଇସ ଖାଉଛନ୍ତି ତେବେ ଆପଣଙ୍କ ଦେହରେ ଥିବା ବିଷାକ୍ତ ପଦାର୍ଥ ସହଜରେ ବାହାରକୁ ବାହାରିଯାଇଥ।ଏ । ମେ।ସମ୍ବି ପାଚନ ପ୍ରକ୍ରିୟାକୁ ଆକ୍ଟିଭ କରିଥ।ଏ । ଏଥିରେ କ୍ୟାଲେ।ରି ଓ ଫ୍ୟାଟ କମ ଥିବା ଯେ।ଗୁଁ ଆପଣଙ୍କ ଓଜନ ବଢାଇବାକୁ ଦେଇନଥାଏ ।
କଦଳୀ
କଦଳୀ ଖାଇଲେ ଆପଣଙ୍କୁ ତୁରନ୍ତ ଶକ୍ତି ମିଳିଥ।ଏ । ଆପଣ ହାଲକା ବି ଅନୁଭବ କରିବେ । ଏଥିରେ ପ୍ରାକୃତିକ ଶର୍କରା, ପେ।ଟାସିୟମ ଓ ଫାଇବର ରହିଛି ଯାହା ଆପଣଙ୍କ ହଜମ ଶକ୍ତିକୁ ବଢାଇଥ।ଏ । ବ୍ୟାୟାମ କରିବା କଦଳୀ ଖାଇଲେ ଏହା ଆପଣଙ୍କୁ ତତକ୍ଷଣାତ ଏନର୍ଜି ପ୍ରଦାନ କରିଥ।ଏ ।
ସେଓ
କୁହାଯାଏ ପ୍ରତ୍ୟେକ ଦିନ ଗେ।ଟିଏ ସେଓ ଖାଇବା ଦ୍ବାରା ଡାକ୍ତରଙ୍କ ପାଖକୁ ଯିବାକୁ ପଡେ ନାହିଁ । ଏହା ଆପଣଙ୍କ ପେଟ ପାଇଁ ଖୁବ ଉପକାରୀ । ପେଟକୁ ସଫା କରିବା ସହ ସ୍ବାଭାବିକ ରୂପରେ ସଫା ବି କରିଥାଏ । ସେଉରେ ଥିବା ପେକଟିନ ଫାଇବର ପାଚନରେ ସାହାଯ୍ୟ କରେ ।
ସପୁରୀ
ସପୁରୀରେ ଏଭଳି ଏନଜାଇମ ଅଛି ଯାହା ପାଚନରେ ସାହାଯ୍ୟ କରେ । ସପୁରୀର କିଛି ଖଣ୍ଡ ଖାଇଦେଲେ ଆପଣ ଖାଇଥିବା ଖାଦ୍ୟ ଶୀଘ୍ର ହଜମ ହେ।ଇଯାଏ । ଆଉ ଯଦି ଆପଣ ହାଲିଆ ଅଛନ୍ତି ତେବେ ସପୁରୀ ଖାଇବା ଦ୍ବାରା ଆପଣ ଏନର୍ଜିଟିକ ଅନୁଭବ କରିବେ ।
ପିଜୁଳି
ପିଜୁଳି ଫାଇବର ଓ ଭିଟାମିନରେ ଭରପୁର । ଏହା ପାଚନରେ ସାହାଯ୍ୟ କରିବା ସହ ରେ।ଗପ୍ରତିରେ।ଧକ ଶକ୍ତି ବଢାଇଥ।ଏ । ପିଜୁଳି ଖାଇଲେ ଆପଣଙ୍କୁ ଲମ୍ବା ସମୟ ଧରି ଭେ।କ ମଧ୍ୟ ଲାଗିନଥାଏ ।
ଡାଳିମ୍ବ
ଡାଳିମ୍ବରେ ଆଣ୍ଟିଅକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ରହିଛି । ଏହା ଶରୀରରେ ରକ୍ତ ପ୍ରବାହ ବଢାଇବା ସହ ପାଚନରେ ସାହାଯ୍ୟ କରେ । ଶରୀର ମଧ୍ୟରେ ଅମ୍ଳଜାନର ପ୍ରବାହକୁ ବି ବଢାଇଥାଏ ଡାଳିମ୍ବ । ଆପଣ ଯଦି ଡାଳିମ୍ବ ଖାଉଛନ୍ତି ତେବେ ଅଧିକ ଆକ୍ଟିଭ ଅନୁଭବ କରିବେ ।
ତରଭୁଜ
ତରଭୁଜ ଶରୀରକୁ ସଫା ରଖିବା ସହ ଆପଣଙ୍କୁ ଥଣ୍ଡା, ହାଇଡ୍ରେଟ ରଖିବ । ପେଟ ପାଇଁ ଖୁବ ହାଲକା ଖାଦ୍ୟ । ଏଥିରେ ପ୍ରଚୁର ପାଣି ଥିବ।ରୁ କିଡନୀକୁ ଅଧିକ କାର୍ଯ୍ୟକ୍ଷମ କରିଥାଏ । ଖାସ କରି ଖରାଦିନେ ଆପଣଙ୍କ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ ।