• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପିନ୍ଧିଛନ୍ତି ସେନା ପୋଷାକ । ହାତରେ ସ୍ୱାମୀଙ୍କ ଫଟୋ । ଶୋଭାଯାତ୍ରାରେ ଚାଲି ଚାଲି ଯାଉଛନ୍ତି ଲେଫନାଣ୍ଟ କର୍ଣ୍ଣେଲ ଦୀପିକା ଚୌହ୍ୱାନ । ଆଖିରେ ଲୁହ ବୋଲ ମାନୁନି । ତଥାପି ଛାତିର କୋହକୁ ଛାତିରେ ଚାପି ଧୈର୍ଯ୍ୟ ଧରିବାକୁ ପଡୁଛି । 'ରାଜବୀର ସିଂ ଅମର ରହେଗା...ବନ୍ଦେ ମାତରମ' ଧ୍ୱନିରେ କମ୍ପୁଛି ଚତୁର୍ଦ୍ଦିଗ । କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ୭ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ପାଇଲଟ୍ ବି ରହିଛନ୍ତି । ପାଇଲଟ ତଥା ପୂର୍ବତନ ଲେଫନାଣ୍ଟ କର୍ଣ୍ଣେଲ ରାଜବୀର ସିଂଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି  ପତ୍ନୀ ଲେଫନାଣ୍ଟ କର୍ଣ୍ଣେଲ ଦୀପିକା ଚୌହ୍ୱାନ ।

ଭାବବିହ୍ୱଳ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଲେଫନାଣ୍ଟ କର୍ଣ୍ଣେଲ ଦୀପିକା ଚୌହ୍ୱାନ । ରାଜସ୍ଥାନର ଜୟପୁରରେ ରାଜବୀର ସିଂଙ୍କ ଶେଷକୃତ୍ୟ ହୋଇଛି । ପତ୍ନୀ ଦୀପିକାଙ୍କୁ ୟୁନିଫର୍ମରେ ଦେଖିବାକୁ ମିଳିଛି । ରାଜସ୍ଥାନ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଥୋଡ୍ ମଧ୍ୟ ରାଜବୀରଙ୍କ ଅନ୍ତିମ ଯାତ୍ରାରେ ଯୋଗ ଦେଇଛନ୍ତି । ପୂରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 

ହେଲିକପ୍ଟର ଦୁର୍ଘଟଣାରେ ଜୟପୁରର ୩୭ ବର୍ଷୀୟ ପାଇଲଟ ଓ ପୂର୍ବତନ ଲେଫନାଣ୍ଟ କର୍ଣ୍ଣେଲ ରାଜବୀର ସିଂହ ଚୌହ୍ୱାନଙ୍କ ମୃତ୍ୟୁ ଘଟିଛି । କିଛି ଦିନ ତଳେ ସେ ଯମଜ ସନ୍ତାନଙ୍କର ପିତା ହେ।ଇଥିଲେ । ୨ ପୁଅଙ୍କ ଜନ୍ମ ତାଙ୍କ ଜୀବନରେ ଖୁସି ଭରିଦେଇଥିଲା । କେତେ ସ୍ବପ୍ନ ଦେଖିଥିଲେ ନିଜ ସନ୍ତାନଙ୍କ ପାଇଁ । କିନ୍ତୁ ସବୁକିଛି ଭାଙ୍ଗି ଚୁରମାର ହେ।ଇଯାଇଛି । ୧୪ବର୍ଷ ଧରି ସେନାରେ କାମ କରିଛନ୍ତି ରାଜବୀର । ପରିବାର ପାଇଁ ବେସରକାରୀ ପାଇଲଟ ହେ।ଇଥିଲେ । କିନ୍ତୁ ଭାଗ୍ୟରେ କିଛି ଅଲଗା ଲେଖାଥିଲା । ସକାଳ ୫ଟା ୨୦ରେ କଣ୍ଟ୍ରେ।ଲ ରୁମକୁ ମେସେଜ ପଠାଇଲେ ଲ୍ୟାଣ୍ଡିଂ ପାଇଁ ଲେଫଟ୍ ଟର୍ଣ୍ଣ କରୁଛି । ଏହା ତାଙ୍କର ଶେଷ ମେସେଜ ହେ।ଇଗଲା । 

ଅଧିକ ପଢନ୍ତୁ:  ୪ ମାସ ତଳେ ୨ ଯାଆଁଳା ପୁଅଙ୍କ ବାପା ହେ।ଇଥିଲେ, ଖୁସିରେ ଲାଗିଗଲା ନଜର

ଓଟିଭି ବିଜ୍ଞାପନ