Advertisment

Pahalgam Attack Chinese Devices: ପହଲଗାମ ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ହାତରେ ଥିଲା ଚୀନ ତିଆରି ଡିଭାଇସ ଓ ଆପ୍

ଗୁଇନ୍ଦା ବିଭାଗ ନଜରରୁ ହଟିବା ପାଇଁ ଏଭଳି ଆପ୍ ଆତଙ୍କବାଦୀମାନେ ପହଲଗାମରେ ବ୍ୟବହାର କରିଥିଲେ ବୋଲି ସୂଚନା ମିଳିଛି । ଚୀନ ନିର୍ମିତ ଏକ ସାଟେଲାଇଟ ଫୋନ୍ ଆକ୍ରମଣ ସମୟରେ ସେହି ଅଞ୍ଚଳରେ ଥିବାରୁ ଏନେଇ ସନ୍ଦେହ ଅଧିକ ଦୃଢୀଭୂତ ହୋଇଛି।

author-image
Tapan Kumar Swain
ଅଦ୍ୟତନ ହୋଇଛି
Terrorist

Terrorist

ପହଲଗାମ ଆକ୍ରମଣ ଘଟଣାରେ ଚୀନ ଉପକରଣ ବ୍ୟବହାର କରାଯାଇଛି । ଆତଙ୍କବାଦୀମାନେ ଚୀନ ନିର୍ମିତ ଡିଭାଇସ ସହ ଆପ୍ ବ୍ୟବହାର କରିଥିଲେ। ସୀମା ଆରପଟେ ଥିବା ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ କଥାବାର୍ତ୍ତା ଓ ବାର୍ତ୍ତା ପଠାଇବା ଲାଗି ବ୍ୟବହାର ହୋଇଛି ଚୀନ ତିଆରି କମ୍ୟୁନିକେସନ ଡିଭାଇସ । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ଗଲୱାନରେ ସଂଘର୍ଷ ପରେ ଭାରତରେ ୨୦୨୦ ମସିହାରୁ ନିଷିଦ୍ଧ ହୋଇଥିବା ଚୀନ ମ୍ୟାସେଜିଂ ଆପ୍ ବ୍ୟବହାର କରିଥିଲେ ଆତଙ୍କବାଦୀ।

Advertisment

ଏହି ଆପ୍ ଷ୍ଟ୍ରଙ୍ଗ ଏନକ୍ରିପଟେଡ୍ କାରଣରୁ କ୍ରାକ୍ କରିବା ଲାଗି ବିଶେଷଜ୍ଞଙ୍କୁ ବହୁ ଚ୍ୟାଲେଞ୍ଜରେ ସମ୍ମୁଖୀନ ହେବାକୁ ପଡ଼େ । ଭାରତ-ଚୀନ୍ ସୀମାରେ ଦୁଇ ଦେଶର ସେନା କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗୁଇନ୍ଦା ବିଭାଗ ନଜରରୁ ହଟିବା ପାଇଁ ଏଭଳି ଆପ୍ ଆତଙ୍କବାଦୀମାନେ ପହଲଗାମରେ ବ୍ୟବହାର କରିଥିଲେ ବୋଲି ସୂଚନା ମିଳିଛି । ଚୀନ ନିର୍ମିତ ଏକ ସାଟେଲାଇଟ ଫୋନ୍ ଆକ୍ରମଣ ସମୟରେ ସେହି ଅଞ୍ଚଳରେ ଥିବାରୁ ଏନେଇ ସନ୍ଦେହ ଅଧିକ ଦୃଢୀଭୂତ ହୋଇଛି।

ଏହି ଆକ୍ରମଣ ଘଟଣା ପରେ ପାକିସ୍ତାନକୁ ସମର୍ଥନ କରିଛି ଚୀନ୍ । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ମହମ୍ମଦ ଇଶାକ୍ ଡରଙ୍କ ସହ ଫୋନରେ କଥା ହୋଇଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି । ସେ ପାକିସ୍ତାନର ସ୍ୱର ସହ ସ୍ୱର ମିଳାଇ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଏପରିକି ପାକିସ୍ତାନ ବିରୋଧରେ ଭାରତ ମିଥ୍ୟା ଆରୋପ କରୁଥିବାର ସେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ, ଚୀନ୍ ପାକିସ୍ତାନକୁ ସମର୍ଥନ କରୁଥିବାରୁ ପାକ୍ ବୈଦେଶିକ ମନ୍ତ୍ରୀ ଚୀନର ପ୍ରଶଂସା କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଜଙ୍ଗଲରେ ଲୁଚିଛନ୍ତି ପହଲଗାମ୍ ହମଲାର ଆତଙ୍କୀ; ବଞ୍ଚାଇବାକୁ ପାକିସ୍ତାନ କରୁଛି ଚେଷ୍ଟା!

China Terrorist Outfit Pahalgam Terrorist Attack Pahalgam Attack
Advertisment
Advertisment