/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748185414.jpg)
India Surpasses Japan to Become World's 4th Largest Economy
ବିଶ୍ବ ଅର୍ଥନୀତି ରେସ୍ରେ ଭାରତର ଚମତ୍କାର ପ୍ରଦର୍ଶନ। ବିଶ୍ବର ଚତୁର୍ଥ ବୃହତ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି ଭାରତ। ଜାପାନକୁ ପଛରେ ପକାଇ ଭାରତ ପଞ୍ଚମରୁ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଏନେଇ ନିତି ଆୟୋଗ ସିଇଓ ବି.ଭି.ଆର୍. ସୁବ୍ରମଣ୍ୟମ୍ ଏହି ସୂଚନା ଦେଇଛନ୍ତି। ଭାରତର ଅର୍ଥନୀତି ଏବେ ୪ ଟ୍ରିଲିୟନ ଡଲାରରେ ପହଞ୍ଚିଥିବା ବେଳେ, ଆଗାମୀ ଅଢ଼େଇରୁ ୩ ବର୍ଷ ମଧ୍ୟରେ ଆମେ ତୃତୀୟ ବୃହତ ଅର୍ଥନୀତି ବନିପାରିବୁ ବୋଲି ସେ ଆକଳନ କରିଛନ୍ତି।
ଭାରତ ବନିଲା ଚତୁର୍ଥ ଅର୍ଥନୈତିକ ଶକ୍ତି । ବେଶି ଦୂର ନୁହେଁ ତୃତୀୟ ଅର୍ଥନୀତି ସ୍ବପ୍ନ । ୨୦୨୫ରେ ପଛରେ ପଡ଼ିଲା ଜାପାନ୍ । ୨୦୨୮ରେ ଜର୍ମାନୀକୁ ଟପିବାକୁ ଟାର୍ଗେଟ୍ । ଆମେରିକା, ଚୀନ୍ ଓ ଜର୍ମାନୀ ପରେ ବିଶ୍ବର ଚତୁର୍ଥ ବୃହତ୍ ଅର୍ଥନୀତି ବନିଛି ଭାରତ। ଜାପାନକୁ ପଛରେ ପକାଇ ଭାରତ ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଏଥିସହ ଭାରତର ଜିଡିପି ବା ସାମଗ୍ରିକ ଘରୋଇ ଉତ୍ପାଦ ୪ ଟ୍ରିଲିୟନ ବା ୪ ଲକ୍ଷ କୋଟି ଡଲାରରେ ପହଞ୍ଚିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା IMF ତଥ୍ୟକୁ ଆଧାର କରି ବିଧିବଦ୍ଧ ଭାବେ ଏହି ଘୋଷଣା କରିଛନ୍ତି ନିତି ଆୟୋଗ ସିଇଓ BVR ସୁବ୍ରମଣିୟମ୍। ନିତି ଆୟୋଗର ଦଶମମ ଗଭର୍ଣ୍ଣିଂ କାଉନସିଲ୍ ମିଟିଂ ପରେ ସେ ଏହି ସୂଚନା ଦେଇଛନ୍ତି। ଭାରତର ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ନୀତି ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପକୁ ଶ୍ରେୟ ଦେବା ସହ, ବିଶ୍ବସ୍ତରରେ ଅର୍ଥନୈତିକ ପରିବେଶ ଅଧିକରୁ ଅଧିକ ଭାରତ ଅନୁକୂଳ ହେଉଛି ବୋଲି କହିଛନ୍ତି। ବିଶ୍ବ ଅର୍ଥନୀତି ଦୃଶ୍ୟପଟ୍ଟ ନିରନ୍ତର ବଦଳିବାରେ ଲାଗିଛି ଏବଂ ଭାରତ ନିଜକୁ ଏକ ବିକଳ୍ପ ମାନୁଫାକ୍ଚରିଂ ହବ୍ ଭାବେ ବିଶ୍ବମଞ୍ଚରେ ସ୍ଥାନିତ କରିପାରିଛି ବୋଲି ମଧ୍ୟ କହିଛନ୍ତି ନିତି ଆୟୋଗ ସିଇଓ। ବର୍ତ୍ତମାନ ଭଳି ଦେଶର ଗତି ଜାରି ରହିଲେ, ଆଉ ଅଢ଼େଇରୁ ୩ ବର୍ଷ ଭିତରେ ଆମେ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତି ବନିପାରିବୁ।
ଅଧିକ ପଢନ୍ତୁ : ବିଶ୍ବର ସର୍ବବୃହତ ଅର୍ଥନୀତି, ଜାପାନକୁ ହଟାଇ ଚତୁର୍ଥ ସ୍ଥାନରେ ଭାରତ
ବିଶ୍ବର ପ୍ରମୁଖ ଅର୍ଥନୀତିଗୁଡ଼ିକ ମଧ୍ୟରେ ସବୁଠୁ ଦ୍ରୁତ ଗତିରେ ଆଗେଇବା ଜାରି ରଖିଛି ଭାରତ । IMF ତଥ୍ୟ ଅନୁସାରେ, ଭାରତର ଜିଡିପି ଏବେ ୪.୧୯ ଟ୍ରିଲିୟନ୍ ବା ୪ଲକ୍ଷ ୧୯ ହଜାର କୋଟି ଡଲାର୍ ରହିଛି। ଆମେରିକା- ୩୦.୫୧ ଟ୍ରିଲିୟନ୍, ଚୀନ୍- ୧୯.୨୩ ଟ୍ରିଲିୟନ୍ ଏବଂ ଜର୍ମାନୀ ୪.୭୪ ଟ୍ରିଲିୟନ୍ ପରେ ଭାରତର ଅର୍ଥନୀତି ଚତୁର୍ଥ ସ୍ଥାନ ଅଧିକାର କରିଛି। ଭାରତର ଅଭିବୃଦ୍ଧି ହାର ୨୦୨୫ରେ ୬.୨ ଓ ୨୦୨୬ରେ ୬.୩ ପ୍ରତିଶତ ହାରରେ ବଢ଼ିବା ଆଶା ରହିଛି। ତେବେ ଜର୍ମାନୀ ଓ ଜାପାନର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିବ ବୋଲି ଆକଳନ କରାଯାଉଛି। କେବଳ ଏତିକି ନୁହେଁ, ବିଶ୍ବର ଏକମାତ୍ର ଦେଶ ଭାବେ, କେବଳ ଭାରତ ହିଁ ଆଗାମୀ ୨ ବର୍ଷରେ ୬ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାସଲ କରିବ ବୋଲି ଆଶା ରହିଛି। ଯଦି ଦେଶର ଏହିଭଳି ଦ୍ରୁତ ଅଭିବୃଦ୍ଧି ଜାରି ରହେ, ତେବେ ୨୦୨୮ ସୁଦ୍ଧା ୫.୫୮ ଟ୍ରିଲିୟନ ଜିଡିପି ସହ ଭାରତକୁ ତୃତୀୟ ଅର୍ଥନୀତି ବନିବାରୁ କେହି ରୋକିପାରିବ ନାହିଁ।
ଭାରତର ଅର୍ଥନୈତିକ ଅଭିବୃଦ୍ଧି ପଛରେ ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍, ରିନ୍ୟୁଏବଲ୍ ଏନର୍ଜି, ଡିଜିଟାଲାଇଜେସନ୍ ଓ ମେକ୍-ଇନ୍-ଇଣ୍ଡିଆ ଅଭିଯାନ ଆଦିର ବଡ଼ ଭୂମିକା ଥିବା କହିଛନ୍ତି ଅର୍ଥନୀତି ବିଶାରଦ। ତେବେ ଦେଶରେ ପୁଣି କୋଭିଡ୍ ସ୍ଥିତି ଶଙ୍କା ସୃଷ୍ଟି କରୁଥିବା ବେଳେ, ବିଶ୍ବ ଅର୍ଥନୈତିକ ଅନିଶ୍ଚିତତା ଏବଂ ଡଲାର୍ ତୁଳନାରେ ଦୁର୍ବଳ ହେଉଥିବା ଟଙ୍କା ଆଦି ଆଗକୁ ଚାଲେଞ୍ଜ ଆଣିପାରେ। ସେପଟେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ନେଇ ସବୁ ରାଜ୍ୟକୁ ଏକାଠି କାନ୍ଧରେ କାନ୍ଧ ମିଳାଇ ଆଗେଇବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ, ଯାହାକି ସବୁ ପ୍ରତିକୂଳ ସ୍ଥିତିକୁ ସାମ୍ନା କରିବାକୁ ଦେଶକୁ ବଳ ଦେବ ବୋଲି ଆଶା କରାଯାଉଛି ।
Inner Childhood Trauma:ସମାଲୋଚନା ଓ ମତାମତ ଆପଣଙ୍କୁ ଏତେ କଷ୍ଟ ଦିଏ କାହିଁକି? ଏହା ପଛରେ ଅଛି କି ପିଲା ଦିନର ଘଟଣା ?

Urban Flooding in delhi after rain: ଝଡ଼ବର୍ଷାରେ ବେହାଲ୍ ରାଜଧାନୀ, ରାସ୍ତାରେ ବୁଡ଼ିଲା କାର୍, ଉପୁଡ଼ିଲା ଗଛ

CSK's Grand Victory in IPL 2025: ଆଇପିଏଲ ୨୦୨୫ରେ ସରିଲା ଧୋନୀଙ୍କ ଅଭିଯାନ, ସିଏସକେର ବୃହତ ବିଜୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)