• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଅଧା ହୋଇଗଲା ଆଦାନୀଙ୍କ ସଂପତ୍ତି?

  • କଣ ହେବ ଜମାକାରୀଙ୍କ ଭବିଷ୍ୟତ?

  • ଏତେ ବଡ କ୍ଷତି ହେଲା କେମିତି?

ଗୌତମ ଆଦାନୀଙ୍କୁ ନେଇ ଏବେ ପୂରା ବିଶ୍ୱରେ ଚର୍ଚ୍ଚା। ଏକା ସାଙ୍ଗରେ ଏତେ ମାତ୍ରାରେ କ୍ଷତି ହୋଇଥିବାରୁ ଚିନ୍ତାରେ ଆଦାନୀ। ଖାଲି ଗୌତମ ନୁହେଁ ବରଂ ଯେଉଁମାନେ ତାଙ୍କ କଂପାନୀରେ ଟଙ୍କା ନିବେଶ କରିଛନ୍ତି ଅର୍ଥାତ୍‌ ଆଦାନୀଙ୍କ କଂପାନୀରୁ ଯେଉଁମାନେ ସେୟାର କିଣିଛନ୍ତି କଣ ହେବ ସେମାନଙ୍କ ଭବିଷ୍ୟତ? ହିଣ୍ଡନବର୍ଗର ରିସର୍ଚ୍ଚ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ, ଆଦାନୀ ଗ୍ରୁପ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର କ୍ଷତି ସହିସାରିଛି । ଯାହାକୁ ନେଇ ଏବେ ପୂରା ଦେଶରେ ବଢିଛି ଚର୍ଚ୍ଚା।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଦାନୀଙ୍କ କଂପାନୀରେ ଯେଉଁ କ୍ଷତି ହୋଇଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା। ତେଣୁ ହଠାତ୍‌ ଏତେ ବଡ କ୍ଷତି ହେବାରୁ ପୂରା ଚିନ୍ତାରେ କମ୍ପାନୀ। ବିଶେଷଜ୍ଞଙ୍କ କହିବାନୁସାରେ ଆଦାନୀ ଗ୍ରୁପରେ ଯେଉଁ ସ୍ଥିତି ରହିଛି ତାହା ସ୍ଥାୟୀ ନୁହେଁ । ହିଣ୍ଡନବର୍ଗ ରିପୋର୍ଟ ପାଇଁ ଏମିତି ସ୍ଥିତି ଦେଖାଯାଇଥିବା କୁହାଯାଉଛି। ତେବେ ଏହାକୁ ନେଇ ଆଦାନୀ ଗ୍ରୁପ କୌଣସି ସ୍ପଷ୍ଟତା ଆଣିନାହିଁ । ବର୍ତ୍ତମାନ ସୁଦ୍ଧା ଏସବିଆଇ ଏବଂ ଏଲଆଇସି ମଧ୍ୟ କିଛି କହିନାହାନ୍ତି । ତେବେ କୁହାଯାଉଛି, କଂପାନୀ ପାଖରେ ଯେଉଁ ଲୋନ ରହିଛି ତାହା ଅସୁରକ୍ଷିତ ନୁହେଁ । ଏଣୁ ଅଧିକ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

ତେବେ ବିଶ୍ୱ ଧନୀ ତାଲିକାରେ ଆଦାନୀଙ୍କ ସ୍ଥାନ ଏବେ ୧୧ କୁ ଖସିଆସିଛି। ବ୍ଲୁମ୍‌ବର୍ଗ ବିଲିୟନାୟର ଇଣ୍ଡେକ୍ସ ଅନୁଯାୟୀ, ଆଦାନୀଙ୍କ ସଂପତ୍ତିରେ ପୁଣି ଥରେ ବୃହତ୍ ହ୍ରାସ ହୋଇଛି। ମାତ୍ର ୩ ଦିନ ଭିତରେ ଆଦାନୀଙ୍କ ସଂପତ୍ତିରେ ୩୪ ବିଲିୟନ ଡଲାର ହ୍ରାସ ପାଇଛି। ଫଳରେ ବିଶ୍ୱର ଟପ୍ ଟେନ୍ ଧନୀ ତାଲିକାରୁ ସେ ଆଉଟ୍ ହୋଇଯାଇଥିବା ଜଣାପଡ଼ିଛି...