/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752287947.jpg)
Air India crash
ଜୁନ୍ ୧୨ରେ ଘଟିଥିବା ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶ ପାଇଛି । ଲଣ୍ଡନର ଗାଟୱିକ ଅଭିମୁଖେ ବାହାରିଥିବା ବୋଇଂ ୭୮୭-୮ ଡ୍ରିମଲାଇନର ଫ୍ଲାଇଟ AI171 ଦୁର୍ଘଟଣା ହୋଇଥିଲା । ଏଥିରେ ୨୬୦ ଜଣଙ୍କର ଜୀବନ ଯାଇଥିଲା । ରିପୋର୍ଟରେ ପ୍ରକାଶ ପାଇଛି ଯେ, ଅହମ୍ମଦାବାଦ ବିମାନବନ୍ଦରରୁ ଉଡାଣ ଭରିବାର ମାତ୍ର କିଛି ସେକେଣ୍ଡ ଭିତରେ ହିଁ ଦୁର୍ଘଟଣା ହୋଇଥିଲା ।
ଅଧିକ ପଢନ୍ତୁ: ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ରିପୋର୍ଟ ଦେଲା AAIB…
ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ର ୧୫ ପୃଷ୍ଠାର ରିପୋର୍ଟରେ ଦର୍ଶାଯାଇଛି ଯେ, କକପିଟ୍ ଆଲୋଚନା ବେଳର କଥାବାର୍ତ୍ତା ରେକର୍ଡ କରାଯାଇଛି । କକପିଟ୍ ଭଏସ୍ ରେକର୍ଡରରେ କଏଦ ହୋଇଛି ଯେ, ଜଣେ ପାଇଲଟ ପଚାରୁଛନ୍ତି ଯେ, ତୁମେ କାହିଁକି ଇନ୍ଧନ କାଟିଦେଲ? ଅନ୍ୟ ଜଣେ ପାଇଲଟ ଉତ୍ତର ଦେଲେ ଯେ , ମୁଁ ଏପରି କରିନାହିଁ । ଏହି ଆଲୋଚନାରୁ ସ୍ପଷ୍ଟ ଜଣା ପଡୁଛି ଯେ, ଏହା ସମ୍ଭାବ୍ୟ ଯାନ୍ତ୍ରିକ ତ୍ରୁଟି ହୋଇପାରେ ।
ଉଡାଣ ଭରିବାର କିଛି ସେକେଣ୍ଡ ଭିତରେ ହିଁ ଏହି ବାର୍ତ୍ତାଳପ ହୋଇଛି । ରିପୋର୍ଟରେ ପ୍ରକାଶ ପାଇଛି ଯେ, ଉଭୟ ଇଞ୍ଜିନ୍-୧ ଓ ଇଞ୍ଜିନ୍-୨ ଇନ୍ଧନ କଟ୍ ଅଫ୍ ସ୍ୱିଚ ପରସ୍ପରଠାରୁ ଗୋଟିଏ ସେକେଣ୍ଡ ଭିତରେ ରନରୁ କଟଅଫ ହୋଇଯାଇଥିଲା । ଯାହା ହଠାତ୍ ଇନ୍ଧନ ଯୋଗାଣକୁ ବନ୍ଦ କରି ଦେଇଥିଲା ଏବଂ N1 ଏବଂ N2 ଇଞ୍ଜିନର ଗତି ହ୍ରାସ ପାଇଥିଲା । ହଠାତ୍ ଦୁଇଟି ଇଞ୍ଜିନ୍ କାମ କଲାନି । ଇଞ୍ଜିନ ଫେଲ୍ ହେବାରୁ ଦ୍ୱନ୍ଦରେ ପଡି ଯାଇଥିଲେ ଦୁଇ ପାଇଲଟ ।
ସେହିଭଳି ରିପୋର୍ଟରେ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ, ବିମାନ ପଥ ନିକଟରେ କୌଣସି ପକ୍ଷୀ ଉଡୁନଥିଲା । ତେଣୁ ପକ୍ଷୀ ସହ ବାଜି ଦୁର୍ଘଟଣା ଘଟିଥିବା ସମ୍ଭାବ୍ୟ କାରଣକୁ ଅସ୍ୱୀକାର କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)