Advertisment

India Boycotts Turkey and Azerbaijan: ତୁର୍କୀ-ଅଜରବୈଜାନ ନଯିବାକୁ ଶିଳ୍ପପତିଙ୍କ ଅପିଲ, ବଏକଟ ପରେ ଭୁଶୁଡ଼ିବ ଅର୍ଥନୀତି !

ତୁର୍କୀ-ଅଜରବୈଜାନ ପାକିସ୍ତାକୁ ସମର୍ଥନ କରୁଛନ୍ତି । ଯେଉଁଥିପାଇଁ ଏବେ ଭାରତୀୟ ଏହି ଦୁଇ ଦେଶକୁ ବଏକଟ କରିବା ପାଇଁ ମନ ବଳାଇଲେଣି । ଶିଳ୍ପପତି ହର୍ଷ ଗୋଏଙ୍କା ମଧ୍ୟ ଏହି ଦୁଇ ଦେଶକୁ ନଯିବାକୁ ଭାରତୀୟଙ୍କୁ ଅପିଲ କରିଛନ୍ତି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Harsh Goenka On Turkey

Harsh Goenka On Turkey

ପହଲଗାମ ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବଢିଯାଇଛି । ଯୁଦ୍ଧବେଳେ ପାକିସ୍ତାନ ପ୍ରତି ସମର୍ଥନ ଜଣାଇଛି ତୁର୍କୀ । ପୂର୍ବରୁ ଭାରତ ତୁର୍କୀକୁ ଅନେକ ସହାୟତା କରିଥିଲେ ମଧ୍ୟ ବିଶ୍ୱାସଘାତକତା କରିଛି ଏହି ଦେଶ । ଯେଉଁଥିପାଇଁ ଭାରତ ଆପଣାଇଛି ‘ବଏକଟ୍ ତୁର୍କୀ’ । ଖାଲି ସେତିକି ନୁହେଁ, ଅଜରବୈଜାନ ମଧ୍ୟ ଭାରତ ପ୍ରତି ସମର୍ଥନ ଜଣାଉନାହିଁ ।ଯାହାକୁ ନେଇ ବିଶିଶ୍ଟ ଶିଳ୍ପପତି ହର୍ଷ ଗୋଏଙ୍କା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ(X)ରେ ପୋଷ୍ଟ କରିଛନ୍ତି ।

Advertisment

RPG  ଗ୍ରୁପ ଅଧ୍ୟକ୍ଷ ହର୍ଷ ଗୋଏଙ୍କା କହିଛନ୍ତି, “ଭାରତ ତୁର୍କୀ ଏବଂ ଅଜରବୈଜାନକୁ ୪୦୦୦କୋଟି ଟଙ୍କା ଦେଇଛି । ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିଛି । ଭାରତୀୟଙ୍କ ପାଇଁ ସେମାନଙ୍କ ହୋଟେଲ ଶିଳ୍ପରେ ଉନ୍ନତି ହୋଇଛି । ହେଲେ ପହଲଗାମ ହମଲା ପରେ ଏହି ଦୁଇ ଦେଶ ପାକିସ୍ତାନ ସପକ୍ଷରେ ବାହାରିଛନ୍ତି । ତେଣୁ ଭାରତୀୟଙ୍କୁ ଅନୁରୋଧ ଏହି ସ୍ଥାନକୁ ବଏକଟ କରନ୍ତୁ । ଭାରତରେ ଖୁବ ସୁନ୍ଦର ସୁନ୍ଦର ସ୍ଥାନ ସବୁ ରହିଛି । ଜୟ ହିନ୍ଦ ।“

ବିଭିନ୍ନ ଟ୍ରାଭେଲ କମ୍ପାନୀଗୁଡିକ ଏହି ଦୁଇ ଦେଶକୁ ବୁକିଂ ବନ୍ଦ କରିଥିବା ଜଣାପଡ଼ିଛି । ପାଖାପାଖି ୫୦ ପ୍ରତିଶତ ବୁକିଂ ହ୍ରାସ ପାଇଥିବା ସୂଚନା ରହିଛି । ଏପରିକି ଅନେକ ଭାରତୀୟ ପର୍ଯ୍ୟଟକ ସେମାନଙ୍କ ପ୍ଲାନରେ ପରିବର୍ତ୍ତନ ଆଣିଛନ୍ତି । ତୁର୍କୀ ଓ ଅଜରବୈଜାନ ପରିବର୍ତ୍ତେ ସେମାନେ ବାଲି, ମ୍ୟାଲେସିଆ ଆଦିକୁ ଯାତ୍ରା କରିବାକୁ ଯୋଜନା କଲେଣି । କେତେକ ଭାରତୀୟ ଟ୍ରାଭେଲ ୱେବସାଇଟ୍ ମଧ୍ୟ ତୁର୍କିସ ଏୟାରଲାଇନ୍ସକୁ ବଏକଟ କରିଥିବା ଜଣାପଡ଼ିଛି । ଏପରିକି ତୁର୍କୀର ନାଗରିକମାନଙ୍କ ପାଇଁ ମଧ୍ୟ ସେମାନେ କୌଣସି ସୁବିଧା ଯୋଗାଇ ଦେବେନାହିଁ ବୋଲି ମନସ୍ଥ କରିଥିବା କହିଛନ୍ତି ।  

Advertisment

ଅଧିକ ପଢନ୍ତୁ: ଗଦ୍ଦାର ତୁର୍କୀର ଗାଲକୁ ଭାରତୀୟଙ୍କ ଶକ୍ତ ଚାପୁଡ଼ା

Tourism India Pakistan War Turkey Harsh Goenka
Advertisment
Related Articles
Advertisment