/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747551987.jpg)
Countries interested in purchasing BrahMos missile
ବ୍ରହ୍ମୋସ୍ ମିସାଇଲ୍ ଉପରେ ସାରା ବିଶ୍ୱର ନଜର । ପାକିସ୍ତାନକୁ ଧୂଳି ଚଟାଇବା ପରେ ବଢିଲା ଡିମାଣ୍ଡ । କିଣିବାକୁ ଲାଇନ ଲଗାଇଲେଣି ବଡ଼ ବଡ଼ ଦେଶ । ଅପରେସନ ସିନ୍ଦୂରରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରୟୋଗ ଏହାକୁ ବିଶ୍ୱସ୍ତରରେ ଚର୍ଚ୍ଚାକୁ ଆଣିଛି। ପ୍ରଥମ ଥର ପାଇଁ ଯୁଦ୍ଧରେ ଏହି କ୍ରୁଜ୍ ମିସାଇଲକୁ ଭାରତୀୟ ସେନା ପାକିସ୍ତାନ ଉପରେ ଆକ୍ରମଣ ପାଇଁ ବ୍ୟବହାର କରିଥିଲା। ଆଉ ଏହା ଏପରି ଧ୍ୱଂସର ତାଣ୍ଡବ ଲୀଳା ରଚିଥିଲା ଯେ ପାକିସ୍ତାନ ଲାଙ୍ଗୁଡ଼ ଜାକି ସିଜ୍ ଫାୟାର କରିବାକୁ ଭିକ ମାଗିଥିଲା।
ବ୍ରହ୍ମୋସ କ୍ଷେପଣାସ୍ତ୍ରର ପାରିବା ପଣିଆକୁ ଦେଖି ଏହାକୁ କିଣିବାକୁ ଏବେ ଅନେକ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଯେଉଁଥିରେ ଫିଲିପାଇନ୍ସ, ଇଣ୍ଡୋନେସିଆ, ଭିଏତନାମ, ମାଲେସିଆ ପରି ବଡ଼ ବଡ଼ ଦେଶ ମଧ୍ୟ ରହିଛନ୍ତି।
ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ଭକୁଆ ବନାଇବାକୁ 'ଡମି' ଏୟାରକ୍ରାଫ୍ଟ ପଠାଇଥିଲା ଭାରତ
ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଁ 375 ନିୟୁତ ଡଲାରର ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଯେଉଁଥିରେ ଭାରତ ଫିଲିପାଇନ୍ସକୁ ତିନୋଟି କୋଷ୍ଟାଲ ଡିଫେନ୍ସ୍ ବ୍ୟାଟେରୀ ଯୋଗାଇବ। ସେହିପରି ଇଣ୍ଡୋନେସିଆ ମଧ୍ୟ ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବା ବିଷୟରେ ବିଚାର କରୁଛି। ଆଉ ବର୍ତ୍ତମାନ ପ୍ରାୟ ୪୫୦ ନିୟୁତ ଡଲାରର ଚୁକ୍ତି ଚୂଡ଼ାନ୍ତ ହେବାକୁ ଯାଉଛି। ଭାରତ ସହିତ ୭୦୦ ନିୟୁତ ଡଲାରର ଚୁକ୍ତି ଅନୁଯାୟୀ ଭିଏତନାମ ତା'ର ସେନା ଏବଂ ନୌସେନା ପାଇଁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଚାହୁଁଛି। ମାଲେସିଆ ଏହାର ସୁଖୋଇ Su-30MKM ଲଢ଼ୁଆ ବିମାନ ଏବଂ କେଦାହ-ଶ୍ରେଣୀର ଯୁଦ୍ଧଜାହାଜ ପାଇଁ ବ୍ରହ୍ମୋସ କିଣିବାକୁ ଯୋଜନା କରୁଛି।
ଏହା ବ୍ୟତୀତ, ଥାଇଲ୍ୟାଣ୍ଡ, ସିଙ୍ଗାପୁର, ବ୍ରୁନେଇ, ବ୍ରାଜିଲ, ଚିଲି, ଆର୍ଜେଣ୍ଟିନା, ଭେନେଜୁଏଲା, ଇଜିପ୍ଟ, ସାଉଦି ଆରବ, ୟୁଏଇ, କତାର ଏବଂ ଓମାନ ମଧ୍ୟ ବ୍ରହ୍ମୋସ କ୍ଷେପଣାସ୍ତ୍ରର ବିଭିନ୍ନ ସଂସ୍କରଣ ପ୍ରତି ଆଗ୍ରହ ଦେଖାଇଛନ୍ତି।
ସୁପରସୋନିକ୍ କ୍ରୁଜ୍ ମିସାଇଲ ବ୍ରହ୍ମୋସକୁ ଭାରତର DRDO ଏବଂ ରୁଷିଆର NPO ମିଳିତ ଭାବରେ ବିକଶିତ କରିଛନ୍ତି। ଏହି କ୍ଷେପଣାସ୍ତ୍ରକୁ ସ୍ଥଳଭାଗ, ବିମାନ ଓ ଜାହାଜରୁ ମଧ୍ୟ ନିକ୍ଷେପ କରାଯାଇପାରିବ। ଏହି କ୍ଷେପଣାସ୍ତ୍ର ମାକ୍ 2.8 ବେଗରେ ଗତିକରେ, ଯାହା ଶବ୍ଦର ବେଗ ଠାରୁ ତିନି ଗୁଣ ଅଧିକ। ଆଉ ଏହାର ରେଞ୍ ପ୍ରାୟ ୩୦୦ କିଲୋମିଟର ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)