Advertisment

New Rules For UPI Users: UPI ଉପଭୋକ୍ତା ହୋଇଯାଆନ୍ତୁ ସାବଧାନ, ଅଗଷ୍ଟ ୧ରୁ ବଦଳିବ ନିୟମ

ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, UPI ଉପଭୋକ୍ତାମାନେ ଦିନକୁ ସର୍ବାଧିକ ୫୦ ଥର ବାଲାନ୍ସ ଯାଞ୍ଚ କରିପାରିବେ। ଅର୍ଥାତ୍, ଯଦି ଜଣେ ଗ୍ରାହକ PhonePe ଏବଂ google pay ବ୍ୟବହାର କରନ୍ତି, ତେବେ ସେ ଏବେ ପ୍ରତ୍ୟେକ ଆପରେ କେବଳ ୫୦ ଥର ବାଲାନ୍ସ ଯାଞ୍ଚ କରିପାରିବେ।

author-image
Santosh Kumar Sahoo
UPI ନୂଆ ନିୟମ

UPI ନୂଆ ନିୟମ

UPI ଉପଭୋକ୍ତା ହୋଇଯାଆନ୍ତୁ ସାବଧାନ । ୧ ଅଗଷ୍ଟରୁ ବଦଳିବାକୁ ଯାଉଛି ନିୟମ । ଆକାଉଣ୍ଟ ବାଲାନ୍ସ ଚେକ୍ ହୋଇଯିବ ମହଙ୍ଗା । ବର୍ତ୍ତମାନ ଡିଜିଟାଲ୍ ପେମେଣ୍ଟର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । UPI ଆସିବା ଯୋଗୁଁ ଲୋକମାନେ କ୍ୟାସଲେସ୍ ଟ୍ରାଞ୍ଜାକ୍ସନ କରିବାକୁ ପସନ୍ଦ କରୁଛନ୍ତି । ଆଜି ଦେଶର କୋଟି କୋଟି ଲୋକ ପ୍ରତିଦିନ UPI ବ୍ୟବହାର କରୁଛନ୍ତି । ଏଭଳି ସ୍ଥିତିରେ, UPI ବ୍ୟବହାରକାରୀଙ୍କ ପାଇଁ ଆସିଛି ବଡ଼ ଖବର । ଅଗଷ୍ଟ ୧, ୨୦୨୫ରୁ UPI ନିୟମରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା NPCI ଏହି ସମ୍ପର୍କରେ ଏକ ସର୍କୁଲାର ଜାରି କରିଛି। ଯଦି ଆପଣ PhonePe, Google pay ଏବଂ Paytm ଭଳି UPI ଆପଣ ବ୍ୟବହାର କରୁଥାନ୍ତି, ତେବେ ଏସବୁ ଆପର କିଛି ଫିଚର ଉପରେ ଲିମିଟ୍‌ ଲାଗିବାକୁ ଯାଉଛି।

Advertisment

ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, UPI ଉପଭୋକ୍ତାମାନେ ଦିନକୁ ସର୍ବାଧିକ ୫୦ ଥର ବାଲାନ୍ସ ଯାଞ୍ଚ କରିପାରିବେ। ଅର୍ଥାତ୍, ଯଦି ଜଣେ ଗ୍ରାହକ PhonePe ଏବଂ google pay ବ୍ୟବହାର କରନ୍ତି, ତେବେ ସେ ଏବେ ପ୍ରତ୍ୟେକ ଆପରେ କେବଳ ୫୦ ଥର ବାଲାନ୍ସ ଯାଞ୍ଚ କରିପାରିବେ। ଏହାଛଡ଼ା NPCI ନିର୍ଦ୍ଦେଶ ଦେଇଛି ଯେ ପିକ୍ ସମୟରେ ବାଲାନ୍ସ ଯାଞ୍ଚ କରିବାର ସୁବିଧା ସୀମିତ କିମ୍ବା ବନ୍ଦ କରାଯିବ। ବାରମ୍ବାର ବାଲାନ୍ସ ଯାଞ୍ଚ କରିବା ଦ୍ୱାରା ସର୍ଭରରେ ଲୋଡ ବଢ଼ିଯାଉଛି । ଆଉ ସିଷ୍ଟମ୍ ସ୍ଲୋ ହୋଇଯାଉଛି ।

ଅଧିକ ପଢ଼ନ୍ତୁ: ମିଳିଲା ଦ୍ବିତୀୟ ବ୍ଲାକବକ୍ସ, ରହିଛି କକପିଟ୍ ଭଏସ୍ ରେକର୍ଡର

ସେହିପରି UPI ମାଧ୍ୟମରେ ଦିଆଯାଇଥିବା ଅଟୋ ପେ’ ନିର୍ଦ୍ଦେଶ, ଯେପରି Netflix ସବସ୍କ୍ରିପସନ୍, SIP ଇତ୍ୟାଦି ପାଇଁ ପେମେଣ୍ଟ ଏବେ କେବଳ ନନ୍‌-ପିକ୍ ଆଓ୍ବାରରେ ପ୍ରକ୍ରିୟାକରଣ କରାଯିବ । NPCI ସକାଳ ୧୦ ରୁ ଅପରାହ୍ନ ୧ଟା ଏବଂ ସନ୍ଧ୍ୟା ୫ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ପିକ୍ ସମୟ ସ୍ଥିର କରିଛି । ଏହି ସମୟ ମଧ୍ୟରେ ସିଷ୍ଟମ୍-ଜେନେରେଟେଡ୍ API ଗୁଡ଼ିକ ସୀମିତ କିମ୍ବା ବନ୍ଦ ରହିବ । ଏହାସହ NPCI ନିର୍ଦ୍ଦେଶ ଦେଇଛି ଯେ କାରବାର ପରେ, ବ୍ୟାଙ୍କଗୁଡ଼ିକୁ ଗ୍ରାହକଙ୍କୁ ଉପଲବ୍ଧ ବାଲାନ୍ସ ବିଷୟରେ ସୂଚନା ମଧ୍ୟ ପଠାଇବାକୁ ପଡିବ। ଏହାଦ୍ୱାରା ଆଶା କରାଯାଉଛି ଯେ ଲୋକମାନେ ନିଜେ ବାଲାନ୍ସ ଯାଞ୍ଚ ହ୍ରାସ କରିବେ ।

Advertisment
India UPI Transactions UPI Auto-Pay New Rules
Advertisment
Related Articles
Advertisment