/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749717578.jpg)
The India House
ସିନେମା ସୁଟିଂ ସେଟରେ ବଡ ଅଘଟଣ। ଅଳ୍ପକେ ବର୍ତ୍ତିଲେ ସିନେମାର ଅଭିନେତା ଓ ୭ରୁ ଅଧିକ କର୍ମଚାରୀ। ହାଇଦ୍ରାବାଦର ସମସାବାଦ ନିକଟରେ ଥିବା "ଦି ଇଣ୍ଡିଆ ହାଉସ" ଫିଲ୍ମ ସୁଟିଂ ସେଟରେ ସିନେମା ସୁଟିଂ ସମୟରେ ପାଣି ଟାଙ୍କି ଫାଟିଯିବାରୁ ବଡ଼ ଦୁର୍ଘଟଣା ଘଟିଥିଲା। ଏହି ଅଘଟଣରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେଲୁଗୁ ସିନେମା ଅଭିନେତା ନିଖିଲ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୭ରୁ ଅଧିକ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସୁଟିଂ ପାଇଁ ବ୍ୟବହୃତ କ୍ୟାମେରା ଅନ୍ୟାନ୍ୟ ଆସବାବପତ୍ର ପାଣିରେ ଭାସି ନଷ୍ଟ ହୋଇଯାଇଛି।
ଅଧିକ ପଢ଼ନ୍ତୁ: ୨୯ହଜାର ୭୮୧ଟଙ୍କା ୧୦ ଅଣା ବଜେଟରେ ନିର୍ମାଣ ହୋଇଥିଲା ଚଳଚ୍ଚିତ୍ର ସୀତା ବିବାହ
ଏହି ସିନେମା ଭି ମେଗା ପିକଚର ଡାଇରେକ୍ସନରେ ନିର୍ମିତ ହେଉଥିଲା। ସମୁଦ୍ର ସିନ ସୁଟିଂ ପାଇଁ ବିରାଟ ପାଣି ଟାଙ୍କି ଅଣାଯାଇଥିଲା। ତେବେ ହଠାତ ଏହି ପାଣି ଭର୍ତ୍ତି ଟାଙ୍କି ଫାଟି ଯାଇଥିଲା। ଏହି ସିନେମାରେ ନିଖିଲଙ୍କ ସହ ଅନୁପମ ଖେର ମୁଖ୍ୟ ଭୂମିକାରେ ଅଛନ୍ତି। ଦୁର୍ଘଟଣାରେ ଜଣେ କ୍ୟାମେରା ମ୍ୟାନ ଗୁରୁତର ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି ଅଘଟଣ ନେଇ ପ୍ରଡକ୍ସନ ହାଉସ ପକ୍ଷରୁ କୌଣସି ବିବୃତ୍ତି ଜାରି ହୋଇନଥିବା ବେଳେ ଅସ୍ଥାୟୀ ଭାବେ ସିନେମା ସୁଟିଂକୁ ବନ୍ଦ କରି ଦିଆଯାଇଛି।
"ଦି ଇଣ୍ଡିଆ ହାଉସ" ଏକ ଚଳଚ୍ଚିତ୍ର ଯାହା ୧୯୦୫ରେ ଲଣ୍ଡନରେ ଥିବା ଏକ ଛାତ୍ର ବାସଭବନ ଉପରେ ଆଧାରିତ । ଏହି ଛାତ୍ର ବାସଭବନକୁ ଇଣ୍ଡିଆ ହାଉସ ବୋଲି କୁହାଯାଏ, ସେହି ବାସଭବନରେ ଦେଶ ସ୍ୱାଧୀନତା ପୂର୍ବରୁ ଭାରତୀୟ ବିପ୍ଲବୀ ଓ ରାଷ୍ଟ୍ରବାଦୀଙ୍କ ଏକ ପ୍ରମୁଖ କେନ୍ଦ୍ରସ୍ଥଳୀ ଥିଲା । ଏହି ବାସଭବନରେ ଘଟିଥିବା ଘଟଣାବଳୀକୁ ଦେଖାଇବା ପାଇଁ ବା ଇତିହାସକୁ ଦୋହରାଇବା ପାଇଁ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି । ତେଲୁଗୁ ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଆକ୍ସନ, ଇତିହାସ ଓ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ରାମ ବଂଶୀ କ୍ରିଷ୍ଣା ନିର୍ଦ୍ଦେଶନା ଦାୟିତ୍ୱ ନେଇଥିବା ବେଳେ ଅନୁପମ ଖେର ଓ ସାଇ ମଞ୍ଜରେକର ପ୍ରମୁଖ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଚଳଚ୍ଚିତ୍ରର ଟିଜର ୨୦୨୩ରେ ଭିଡି ସାବରକାରଙ୍କ ୧୪୦ ତମ ଜନ୍ମ ବାର୍ଷିକୀରେ ଉନ୍ମୋଚନ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)