Advertisment

Chenab Bridge: ଏଇଥି ପାଇଁ ସ୍ୱତନ୍ତ୍ର ଚେନାବ୍ ବ୍ରିଜ, ଚମକାଇ ଦେଇଛି ସାରା ବିଶ୍ୱକୁ

ଜମ୍ମୁ-କଶ୍ମୀର ରିୟାସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଉଚ୍ଚତା ୩୫୯ ମିଟର ଓ ଲମ୍ବ ୧.୩୧୫ କିଲୋମିଟର। ଏହା ହେଉଛି ଏକ ଷ୍ଟିଲ୍ ଆର୍କ ଡିଜାଇନ୍ । ଏଥିରେ ଷ୍ଟ୍ରକଚରାଲ୍ ଷ୍ଟିଲ ଡିଜାଇନକୁ ଏପରି କରାଯାଇଛି, ଏହା ମାଇନସ୍ ୧୦ ଓ ୪୦ ଡିଗ୍ରୀ ସେଲସିଅସ ମଧ୍ୟରେ ତାପମାତ୍ରା ସହ୍ୟ କରିପାରିବ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Chenab Bridge

Chenab Bridge

ଚେନାବ୍ ବ୍ରିଜର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରେଲୱେ ବ୍ରିଜ ହେଉଛି ବିଶ୍ୱର ସର୍ବୋଚ୍ଚ ଧନୁ ଆକୃତିର ରେଲୱେ ବ୍ରିଜ୍ । ରେଳ ଭିତ୍ତିଭୂମି ଏବଂ ସଂଯୋଗୀକରଣ କ୍ଷେତ୍ରରେ ଚେନାବ୍ ବ୍ରିଜ୍ ଏକ ମାଇଲଖୁଣ୍ଟ । ଚମତ୍କାର ସ୍ଥାପତ୍ୟର ନିଦର୍ଶନ ହେଉଛି ଚେନାବ୍ ବ୍ରିଜ୍ । ଚେନାବ ନଦୀ ଉପରେ ଏହା ହେଉଛି ଉଧାମପୁର-ଶ୍ରୀନଗର-ବାରାମୁଲ୍ଲା ରେଲ୍ ଲିଙ୍କ୍ ପ୍ରୋଜେକ୍ଟ । ଏହି ବିଶ୍ୱସ୍ତରୀୟ ବ୍ରିଜରେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ଏହା କଟରାକୁ ଶ୍ରୀନଗର ସହ ଯୋଡିବ । ହିମାଳୟ ଇଲାକାରେ ନିର୍ମିତ ଏହି ବ୍ରିଜ୍ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ।

Advertisment

ଏହା ଆଇଫିଲ୍ ଟାଓ୍ୱାର ଓ କୁତବ ମିନାରଠୁ ବି ଅଧିକ ଉଚ୍ଚତା ବିଶିଷ୍ଟ । ଜମ୍ମୁ-କଶ୍ମୀର ରିୟାସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଉଚ୍ଚତା ୩୫୯ ମିଟର ଓ ଲମ୍ବ ୧.୩୧୫ କିଲୋମିଟର। ଏହା ହେଉଛି ଏକ ଷ୍ଟିଲ୍ ଆର୍କ ଡିଜାଇନ୍ । ଏଥିରେ ଷ୍ଟ୍ରକଚରାଲ୍ ଷ୍ଟିଲ ଡିଜାଇନକୁ ଏପରି କରାଯାଇଛି, ଏହା ମାଇନସ୍ ୧୦ ଓ ୪୦ ଡିଗ୍ରୀ ସେଲସିଅସ ମଧ୍ୟରେ ତାପମାତ୍ରା ସହ୍ୟ କରିପାରିବ । ତେଣୁ ବର୍ଷର ଯେ କୌଣସି ସମୟରେ ଏହି ବ୍ରିଜରେ ରେଳ ଚଳାଚଳ କରିପାରିବ । ତାପମାତ୍ରା କମିଲେ କି ବଢିଲେ, କିଛି ଫରକ ପଡିବନି । ଏହାର ଷ୍ଟ୍ରକ୍ଚର ନିର୍ମାଣ ବେଳେ ଅତ୍ୟାଧୁନିକ ଟେକଲା ସଫ୍ଟୱେର୍ ପ୍ଲାଟଫର୍ମ ବ୍ୟବହାର କରାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ବ୍ରିଜରେ ଟ୍ରେନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିବ । ୨୬୦ କିଲୋମିଟର ବେଗରେ ପବନ ବହିଲେ ବି ଏହି ବ୍ରିଜ୍ ସମ୍ଭାଳି ପାରିବ । ଏହି ବ୍ରିଜର ଆୟୁଷ ୧୨୦ ବର୍ଷ ବୋଲି କୁହାଯାଇଛି ।

ଅଧିକ ପଢ଼ନ୍ତୁ: ବିଶ୍ବର ସର୍ବୋଚ୍ଚ ଚେନାବ ରେଲୱେ ସେତୁ ଉଦ୍‌ଘାଟିତ, ଏବେ ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ

Advertisment

ଏହି ବ୍ରିଜ ତିଆରିରେ ପ୍ରାୟ ୧୪୮୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାର ନିର୍ମାଣ ବହୁତ କଷ୍ଟସାଧ୍ୟ ଥିଲା । ପ୍ରଥମରୁ ବହୁ ଚାଲେଞ୍ଜ ଥିଲା । ଇଞ୍ଜିନିୟରମାନେ ଧନୁ ଆକୃତିର ଷ୍ଟିଲ୍ ଷ୍ଟ୍ରକଚରରେ ଏହାକୁ ତିଆରି କରିଛନ୍ତି । ପାହାଡର ସ୍ଲୋପରେ ଛିଡା ହୋଇଛି ଏହି ବ୍ରିଜ୍ ।

ବିସ୍ଫୋରଣ ଘଟିଲେ ବି ଏହି ବ୍ରିଜର କିଛି କ୍ଷତି ହେବନି । ଏପରିକି ବଡ଼ ଭୂମିକମ୍ପକୁ ସମ୍ଭାଳିନେବ ଏହି ବ୍ରିଜ୍ । ଏହି ବ୍ରିଜର ନିର୍ମାଣ ପୂର୍ବରୁ ୨୬ କିଲୋମିଟରର ଆପ୍ରୋଚ ରୋଡ ଓ ୪୦୦ ମିଟର ଲମ୍ୱର ଟନେଲ୍ କରାଯାଇଥିଲା । ଏହା ପରେ ବ୍ରିଜ୍ ନର୍ମାଣ କାମ ଆରମ୍ଭ ହୋଇଥିଲା ।

କଙ୍କଣ ରେଲୱେ କର୍ପୋରେସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବ୍ରିଜ୍ ନିର୍ମିତ ହୋଇଛି । ବିଶ୍ୱସ୍ତରର ବିଭିନ୍ନ ବଡ ବଡ ସଂସ୍ଥା ଓ ଭାରତର ବିଭିନ୍ନ IIT, DRDO ଓ ଭାରତୀୟ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ସହଯୋଗରେ ଏହା ନିର୍ମିତ ହୋଇଛି । ଏଥିରେ ୧୭ଟି ସ୍ପାନ ରହିଛି । ମୁଖ୍ୟ ଆର୍କର ଲମ୍ୱ ହେଉଛି ୪୬୭ ମିଟର ।

ଏହି ବ୍ରିଜ ଯୋଗୁଁ ଜମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ସଂଯୋଗୀକରଣ ବୃଦ୍ଧି ପାଇବ । ବନ୍ଦେ ଭାରତ ଟ୍ରେନ ଜରିଆରେ କଟରା ଏବଂ ଶ୍ରୀନଗର ମଧ୍ୟରେ ଯାତ୍ରା ପ୍ରାୟ ୩ ଘଣ୍ଟାରୁ କମ୍ ସମୟ ଲାଗିବ । ଯାହା ବର୍ତ୍ତମାନର ଯାତ୍ରା ସମୟକୁ ପ୍ରାୟ ୨-୩ ଘଣ୍ଟା କମାଇଦେବ । ବନ୍ଦେ ଭାରତ ଟ୍ରେନ ଏହା ଉପରେ ଚଳାଚଳ କରିବ । ବୈଷ୍ଣୋଦେବୀ ପୀଠକୁ ଯିବା ଏହା ଦ୍ୱାରା ସୁଗମ ହେବ । ଶ୍ରୀ ମାତା ବୈଷ୍ଣୋଦେବୀ କଟରା ରେଳଷ୍ଟେସନ ପର୍ଯ୍ୟନ୍ତ ଯିବ ଟ୍ରେନ । ଚେନାବ୍ ବ୍ରିଜ ନିର୍ମାଣରେ ୨୯ ହଜାର ମେଟ୍ରିକ୍ ଟନ ଷ୍ଟିଲ ବ୍ୟବହାର କରାଯାଇଛି । ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଜକୁ ଡିଆରଡିଓର ସହାୟତାରେ ବ୍ଲାଷ୍ଟପ୍ରୁଫ କରାଯାଇଛି। ପୂର୍ବରୁ ଏହି ବ୍ରିଜ ଦେଇ ରେଳବାଇ ପକ୍ଷରୁ ଟ୍ରାଏଲ ରନ୍ ମଧ୍ୟ ସରିଛି ।

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟ ଦେଲେ ମଞ୍ଜୁରୀ, ଅଗଷ୍ଟ ୩ରେ ହେବ NEET PG ପରୀକ୍ଷା

Indian Railways Kashmir Valley Jammu Kashmir Chenab Bridge Anji Khad Bridge
Advertisment
Advertisment