Advertisment

ହାରିବ ଯମ, ଜିତିବ ତନ୍ମୟ ! ବୋରୱେଲ ଭିତରେ ନିଶ୍ୱାସ ପାଇଁ ଯୁଦ୍ଧ

ଆଉ ମାତ୍ର ତିନି ଫୁଟ୍‌ର ଦୂରତା . . . ତନ୍ମୟ ନିକଟରେ ପହଞ୍ଚିବ ରେସ୍କ୍ୟୁ ଟିମ୍

author-image
Prangyan Parimita
ଅଦ୍ୟତନ ହୋଇଛି
Operation Tanmay

Operation Tanmay

ଖୁବ ଶୀଘ୍ର ତନ୍ମୟ ନିକଟରେ ପହଞ୍ଚିବ ରେସ୍କ୍ୟୁ ଟିମ୍ । ଜୀବନ ଓ ତନ୍ମୟ ମଧ୍ୟରେ ଆଉ ମାତ୍ର ତିନି ଫୁଟ୍‌ର ଦୂରତା । ଏହି ମାଟି ଖୋଳା ହେବା ପରେ ତା ପାଖରେ ପହଞ୍ଚିବ ରେସ୍କ୍ୟୁ ଟିମ୍ । ୪ ଶହ ଫୁଟ ଗଭୀର ବୋରୱେଲରେ ପଡ଼ି ଯାଇଛି ତନ୍ମୟ । ବର୍ତ୍ତମାନ ସେ ଭୂଇଁରୁ ସେ ୪୫ ଫୁଟ୍ ତଳେ ରହିଛି । ଆଉ ତାକୁ ଉଦ୍ଧାର କରିବା ପାଇଁ କୂଅର ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଲାଯାଇଛି । ଆଉ ସେହି ରାସ୍ତାରେ ହିଁ ତନ୍ମୟକୁ ବାହାର କରିବାକୁ ଉଦ୍ୟମ କରାଯାଉଛି ।

Advertisment

ହେଲେ ପଥର ଓ ପାଣି ବାହାରୁ ଥିବାରୁ ମାଟି ଖୋଲିବାରେ ସମସ୍ୟା ହେଉଥିବାର ସୂଚନା ମିଳିଛି । ୪ ଦିନ ହେଲାଣି ଦିନ ରାତି ଏକ କରି କାମରେ ଲାଗିଛି ରେସ୍କ୍ୟୁ ଟିମ୍ । ବିଭିନ୍ନ ବୈଷୟିକ ଟିମ୍ କାମ କରୁଥିବା ବେଳେ ଜିଲ୍ଲାପାଳ ନିଜେ ପ୍ରତ୍ୟକ୍ଷ ଭାବେ ଏହାର ତଦାରଖ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଆଓ୍ୱାଜ୍ ଦେଉନି ୫୫ ଫୁଟ୍ ତଳେ ଫସିଥିବା ୮ ବର୍ଷୀୟ ତନ୍ମୟ

ଗତ ମଙ୍ଗଳବାର ଦିନ ପ୍ରାୟ ୫ଟାରେ ବଡ଼ ଭଉଣୀ ସହ ନିଜଘର କ୍ଷେତରେ ଖେଳୁ ଖେଳୁ, ହଠାତ୍ ଆଉ ଜଣଙ୍କ ବିଲକୁ ଚାଲି ଯାଇଥିଲା ୮ ବର୍ଷୀୟ ତନ୍ମୟ । ଆଉ ସେଠାରେ ଥିବା ଏକ ଖୋଲା ନଳକୂଅ ଗର୍ତ୍ତରେ ଗଳି ପଡ଼ିଥିଲା ଅବୋଧ ବାଳକ। ଗର୍ତ୍ତର ଗଭୀରତା ୪ଶହ ଫୁଟ୍ ହୋଇଥିବା ବେଳେ, ଭୂଇଁଠୁ ୫୫ ଫୁଟ୍ ତଳେ ଅଟକିଥିଲା ତନ୍ମୟ ।

Advertisment

ସୂଚନାଯୋଗ୍ୟ ୬ ମାସ ତଳେ ସାରା ଦେଶରେ ଚହଳ ପକାଇ ଦେଇଥିଲା ଛତିଶଗଡ଼ର ବୋରୱେଲ୍ ଟ୍ରାଜେଡି।  ଶତାଧିକ ଘଣ୍ଟାର ଅପରେସନ୍ ପରେ ଗୁରୁତର ଅବସ୍ଥାରେ ଏକ ଅଶୀ ଫୁଟ୍ ଗଭୀର ପରିତ୍ୟକ୍ତ ବୋରୱେଲ୍ ଭିତରୁ ଉଦ୍ଧାର ହୋଇଥିଲା ଜାଞ୍ଜଗିରି ଚାମ୍ପାର ୧୦ ବର୍ଷୀୟ ବାଳକ ରାହୁଲ ।

ଆଉ ମଙ୍ଗଳବାର ଦିନ ମଧ୍ୟପ୍ରଦେଶରେ ପୁଣି ଏକାଭଳି ଘଟଣାର ପୁନରାବୃତ୍ତି ଘଟିଛି । ପ୍ରଶ୍ନ ଉଠୁଛି, ବାରମ୍ବାର ଅଘଟଣ ପରେ ବି ଲୋକଙ୍କ ନିଦ ଭାଙ୍ଗୁନି କେମିତି? ସେମାନେ ଚେତୁ ନାହାନ୍ତି କାହିଁକି? ବୋରୱେଲ୍ ବସାଇବାକୁ ଗଭୀର ଗର୍ତ୍ତ ଖୋଳାଯାଉଛି। ସେଠୁ ପାଣି ନବାହାରିଲେ ଗର୍ତ୍ତକୁ ନବୁଜି ଅସୁରକ୍ଷିତ ଓ ବିପଜ୍ଜନକ ଅବସ୍ଥାରେ ଛାଡ଼ି ଦିଆଯାଉଛି। ଏଭଳି ଦାୟିତ୍ୱହୀନତା ପାଇଁ ଦାୟୀ କିଏ? କେବଳ ଜମି ମାଲିକ, ନା ଏଠି ପ୍ରଶାସନର ବି ରହିଛି ବଡ଼ ଭୂମିକା?

Borewell Boy Stuck In Borewell
Advertisment
Advertisment