• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବୋର୍‌ ୱେଲରେ ଫସିଲା ଜୀବନ । ୫୫ ଫୁଟ ଗଭୀର ବୋରେଓ୍ୱଲରେ ଖସି ପଡ଼ିଲା ୮ ବର୍ଷୀୟ ଶିଶୁ । ମଧ୍ୟପ୍ରେଦଶର ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ ଏ ଅଭାବନୀୟ ଘଟଣା ଘଟିଛି । ଖବର ମିଳିବା ପରେ ଘଟଣାସ୍ଥଳରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଫସି ରହିଥିବା ଶିଶୁ ନିକଟକୁ ଅମ୍ଲଜାନ ପଠାଇବାର ବ୍ୟବସ୍ଥା କରାଯାଉଛି । ଘଟଣାସ୍ଥଳ ଅଭିମୁଖେ ଭୋପାଳ ଓ ହୋସଙ୍ଗାବାଦରୁ SDRF ଟିମ୍ ଯାଉଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଉଦ୍ଧାର କାର୍ଯ୍ୟର ଲଗାତର ଭାବେ ଅନୁଧ୍ୟାନ କରୁଛନ୍ତି । ଶିଶୁଟିର ସୁରକ୍ଷିତ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ ଉଦ୍ୟମ ଜାରି ରଖିଥିବା ବେଳେ ତାର ଶୀଘ୍ର ଉଦ୍ଧାର ପାଇଁ କୁହାଯାଇଛି ।

ଏହି ଘଟଣା ସନ୍ଧ୍ୟା ପ୍ରାୟ ୫ଟା ବେଳେ ଘଟିଛି । କୁନି ପୁଅ ତନ୍ମୟ ଦିୟାୱାର ଖେଳୁଥିବା ବେଳେ ବୋରୱେଲ୍‌ରେ ଖସିପଡ଼ିଥିଲା । ଯାହାକି ନିକଟ ଅତୀତରେ ଖୋଳାଯାଇଥିଲା । ଏନେଇ ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ତନ୍ମୟକୁ ଉଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଗଭୀର ଗାତ ଖୋଳିବା ପାଇଁ ମେସିନ୍ ପହହଞ୍ଚିସାରିଛି ।

ତେବେ ଏହି ବୋର ୱେଲ୍‌ଟି ଦୁଇ ବର୍ଷ ପୂର୍ବରୁ ଏକ ଫାର୍ମ ହାଉସ ପାଇଁ ଖୋଳାଯାଇଥିଲା । ଏହାକୁ ନାନକ ଚୌହାନ ନାମକ ଜଣେ ବ୍ୟକ୍ତି ଖୋଳାଇଥିଲେ । କିନ୍ତୁ ପାଣି ନପଡ଼ିବାରୁ ଏହାକୁ ବ୍ୟବହାର କରାଯାଉନଥିଲା । ଖାଲି ସେତିକି ନୁହେଁ ବୋରୱେଲ୍‌କୁ ଘୋଡ଼ାଇ ରଖାଯାଇଥିବା ନେଇ ପୋଲିସ ଆଗରେ କହିଛନ୍ତି ନାନକ ଚୌହାନ । ସେ କହିଛନ୍ତି ଛୁଆଟି କଭର କାଢ଼ିବା ପାଇଁ କିଭଳି ସମର୍ଥନ ହେଲା ତାହା ସେ ଜାଣିନହାନ୍ତି ।