Advertisment

୬୦ ଫୁଟ ତଳେ ଫସିଛି କୁନି ପୁଅ, ପାଇପ୍ ଯୋଗେ ପଠାଯାଉଛି ଅମ୍ଲଜାନ...

ବୋର୍‌ୱେଲରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି। ୮ ବର୍ଷର ବାଳକ ତନ୍ମୟ ସାହୁ କ୍ଷେତରେ ଖେଳୁଥିଲେ। ଏହି ସମୟରେ କିଛି ଦିନ ପୂର୍ବେ ସେହି କ୍ଷେତରେ ଖୋଳାଯାଇଥିବା ବୋର୍‌ୱେଲ ଭିତରେ ଅଚାନକ ଖସି ପଡିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Madhya Pradesh Borewell Mishap

Rescue Operation Underway To Save 8-Year-Old Boy In Madhya Pradesh

ପ୍ରାୟ ୬୦ ଫୁଟ ଗଭୀର ବୋର୍‌ୱେଲରେ ଖସି ପଡ଼ିଛି ୮ ବର୍ଷର କୁନି ପୁଅ। ମଧ୍ୟପ୍ରେଦଶର ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ଅପରାହ୍ଣରୁ ଏହି ଅଘଟଣ ଘଟିଥିବା ବେଳେ ଶିଶୁଟିର ଉଦ୍ଧାର ଲାଗି ଏବେ ବି ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ବୋର୍‌ୱେଲରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି।ଘଟଣାସ୍ଥଳରେ ଭୋପାଳ ଓ ହୋସଙ୍ଗାବାଦରୁ ଯାଇଥିବା SDRF ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି।

Advertisment

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ୍ ଉଦ୍ଧାର କାର୍ଯ୍ୟର ଲଗାତର ଭାବେ ଅନୁଧ୍ୟାନ କରୁଛନ୍ତି। ଶିଶୁଟିର ସୁରକ୍ଷିତ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ ଯୋଗାଯୋଗରେ ଅଛନ୍ତି। ଗତକାଲି ମାଣ୍ଡଭି ଗାଁର ୮ ବର୍ଷର ବାଳକ ତନ୍ମୟ ସାହୁ କ୍ଷେତରେ ଖେଳୁଥିଲେ। ଏହି ସମୟରେ କିଛି ଦିନ ପୂର୍ବେ ସେହି କ୍ଷେତରେ ଖୋଳାଯାଇଥିବା ବୋର୍‌ୱେଲ ଭିତରେ ଅଚାନକ ଖସି ପଡିଥିଲେ।

ତନ୍ମୟ ବୋର୍‌ୱେଲରେ ଖସି ପଡ଼ିଥିବା ଜଣାପଡିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବୋର୍‌ୱେଲ ସହ ସମାନ୍ତରାଳ ଭାବେ ଦୁଇଟି ଗାତ ଖୋଳା ଚାଲିଛି। ବୁଲ୍‌ଡୋଜର, ଜେସିବି ସହାୟତାରେ ଗାତ ଖୋଳା ଚାଲିଛି। ଗାତ ଖୋଳାରେ ସହାୟତା କରୁଛନ୍ତି ବିଭିନ୍ନ ବୈଷୟିକ ଟିମ୍। ସ୍ଥାନୀୟ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉଦ୍ଧାର କାର୍ଯ୍ୟ ଚାଲିଛି।  ଏହାସହ ବୋର୍‌ୱେଲ ଭିତରକୁ ଏକ କ୍ୟାମେରା ଛଡାଯାଇ ପିଲାଟିର ସ୍ଥିତି ଉପରେ ନଜର ରଖାଯାଇଛି। 

Advertisment

ଏହା ପୂର୍ବରୁ ଏମିତି ଏକ ସମାନ ଘଟଣା ଛତିଶଗଡ଼ରେ ଦେଖିବାକୁ ମିଳିଥିଲା। ଜାଞ୍ଜିଗିର ଚମ୍ପା ଜିଲ୍ଲାରେ ରାହୁଲ ନାମକ ୧୧ ବର୍ଷର ଦିବ୍ୟାଙ୍ଗ ବାଳକ ଖସି ପଡ଼ିଥିଲେ। ୮୦ ଫୁଟ ଗଭୀର ବୋର୍‌ୱେଲ ଭିତରେ  ଦୀର୍ଘ ୧୦୦ ଘଣ୍ଟାରୁ ଅଧିକ ସମୟ ପରେ  ରାହୁଲ ସୁରକ୍ଷିତ ଉଦ୍ଧାର ହୋଇଥିଲେ। 

Rescue Operation
Advertisment
Advertisment