/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749868990.jpg)
Pahili Raja
ଆଜି ପହିଲି ରଜ । ରଜ ପର୍ବର ପ୍ରଥମ ଦିନକୁ ପହିଲି ରଜ ବୋଲି କୁହାଯାଏ । ପହିଲି ରଜରେ ଚଳଚଞ୍ଚଳ ରହିଛି ଗାଁଠୁ ସହର । ପୋଡ଼ପିଠାର ମହକରେ ବାସୁଛି ଚତୁର୍ଦ୍ଦିଗ । ରଜ ପର୍ବର ପ୍ରଥମ ଦିନରେ କୁମାରୀମାନେ ସକାଳୁ ସକାଳୁ ଉଠି ନିତ୍ୟକର୍ମ ସାରି ସଜବାଜ ହୋଇ ନୂଆ ଡ୍ରେସ ପିନ୍ଧି ବୁଲାବୁଲି କରିବା ସହ ଦୋଳି ଖେଳି ମଜା ନେଉଛନ୍ତି । ଏଥିପାଇଁ କୁମାରୀଙ୍କ ମନରେ ପ୍ରବଳ ଉତ୍ସାହ । ଦୋଳିଖେଳ ଜମିବା ସହ ସବୁଠି ଶୁଭୁଛି ବନସ୍ତେ ଡାକିଲା ଗଜ... ବରଷକେ ଥରେ ଆସିଛି ରଜ... ।
ସେହିଭଳି ଲୁଡୁ, ତାସ୍ ଓ ବାଗୁଡ଼ି ଖେଳର ଆସର ବି ଜମିବ। ରଜଦୋଳି ପାଇଁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ଗତକାଲି ସଜବାଜରେ ଉପକୂଳ ତଥା ରାଜ୍ୟର ଅନ୍ୟ ଭାଗରୁ ଆସିଥିଲା ଝିଅବୋହୁଙ୍କ ସଜବାଜର ଚିତ୍ର । ଆସନ୍ତାକାଲି ରଜ ପର୍ବର ଦ୍ୱିତୀୟ ଦିନ ବା ରଜ ସଂକ୍ରାନ୍ତି । ଆଉ ତା' ପରେ ତୃତୀୟ ଦିନ ଶେଷ ରଜ । ଏହି ତିନି ଦିନ ଯାକ ରଜ ପାଳନ ସରିବା ପରେ ହେବ ବସୁମତି ସ୍ନାନ । ରଜ ପର୍ବ ଓଡ଼ିଶାର ଘରେ ଘରେ ପାଳନ କରାଯାଏ । ଯିଏ ଯେଉଁଠି ଥିଲେ ମଧ୍ୟ ଏହି ସମୟରେ ଘରକୁ ଆସିଥାନ୍ତି । ବନ୍ଧୁବାନ୍ଧବରେ ଭରପୂର ହୋଇଯାଏ ଘର । ରଜ ପର୍ବ ପାଳନ ପଛରେ ଏକ ରୋଚକ କାରଣ ରହିଛି ।
ବସୁମତୀ ମାତା ଏହି ସମୟରେ ରଜସ୍ୱଳା ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି । ରଜସ୍ୱଳା ଅର୍ଥ ଋତୁମତି । ଏହି ଦିନ ଦିନ ବସୁମତୀ ମାତା ବା ପୃଥିବୀକୁ ସମର୍ପିତ । ସେଥିପାଇଁ ଶେଷ ଦିନ ବସୁମତି ସ୍ନାନ କରାଯାଏ । ରଜ ତିନି ଦିନ ମହିଳାଙ୍କୁ ଓ ଝିଅମାନଙ୍କୁ କୌଣସି କାମ କରିବାକୁ ଦିଆଯାଏ ନାହିଁ । ମହିଳାଙ୍କୁ ସମ୍ମାନ ପୂର୍ବକ ପାଳନ ହେଉଥିବା ଏହି ପର୍ବରେ ମାତା ବସୁମତୀଙ୍କୁ ବିଶ୍ରାମ ଦିଆଯିବା ସହ ମହିଳାମାନଙ୍କୁ ମଧ୍ୟ ବିଶ୍ରାମ ଦିଆଯାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)